ପ୍ରକାଶ ପାଇଲା କେନ୍ଦ୍ରୀୟ ଇଞ୍ଜିନିୟରିଙ୍ଗ ସର୍ଭିସ ପରୀକ୍ଷା ଫଳ, ଆଶାୟୀ ମାନେ ଅଫିସିଆଲ ୱେବ ସାଇଟକୁ ଯାଇ ଚେକ କରାଇ ନିଅନ୍ତୁ

ସଂଘୀୟ ଲୋକ ସେବା ଆୟୋଗ ବା ୟୁପିଏସସି ସୋମବାର ଅର୍ଥାତ ମାର୍ଚ୍ଚ ମାସ ୨୮ ତାରିଖରେ ଇଂଜିନିୟରିଂ ସେବା ପରୀକ୍ଷା-୨୦୨୧ଫାଇନାଲ ରେଜଲ୍ଟ ଘୋଷଣା କରିଛନ୍ତି । ଯେଉଁ ପ୍ରାର୍ଥୀ ମାନେ ଫେବୃଆରୀ ରୁ ମାର୍ଚ୍ଚ ମାସରେ ଆୟୋଜିତ ହୋଇଥିବା ବ୍ୟକ୍ତିତ୍ୱ ପରୀକ୍ଷା ଓ ୟୁପିଏସ୍ସି ଇଏସଆଇ ସାକ୍ଷାତ୍କାର ପରୀକ୍ଷାରେ ଉପସ୍ଥିତ ଥିଲେ ସେମାନେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଅଫଇଆଲ ୱେବସାଇଟ upsc.gov.inରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ଏହା ସହ ଆୟୋଗ ତରଫରୁ ଫାଇନାଲ ରେଜଲ୍ଟ ଜାରି କରି ଇଂଜିନିୟରିଙ୍ଗ ସେବା ପାଇଁ ଚୟନ କରାଯାଇଥିବା ୨୦୨୧ ପ୍ରାର୍ଥୀଙ୍କ ବାବଦରେ କୌଣସି ତଥ୍ୟ ବି ପାଇପାରିବେ । ସୂଚନା ଦେବା ଉଚିତ ହେବକି ଚଳିତ ଥର ୫୮ ଜଣ ଆଶାୟୀଙ୍କୁ ଆରକ୍ଷଣ ସୂଚିରେ ସ୍ଥାନ ମିଳିଛି |

ଏହା ବ୍ୟତୀତ, ଲୋକ ସେବା ଆୟୋଗ ତରଫରୁ ଜାରି ହୋଇଥିବା ଅଧିସୂଚନାରେ କୁହାଯାଇଛିକି ନିଯୁକ୍ତି ନେଇ ପ୍ରସ୍ତାବ ସେବେ ଯାଏଁ ଜାରି କରାଯିବ ଯେତେ ଯାଏଁ ଆୟୋଗ ତରଫରୁ ଦସ୍ତାବିଜ ନେଇ କୌଣସି ପ୍ରମାଣ ଦିଆଯାଇନଥିବ । ଯେଉଁମାନେ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ , ଇଲେକ୍ଟ୍ରୋନିକ ଓ ଟେଲିକମ କ୍ଷେତ୍ର ପାଇଁ ଆୟୋଜିତ ହୋଇଥିବା ୟୁପିଏସ୍ସି ଇଏସଇ 2021 ପରୀକ୍ଷାରେ ଉପସ୍ଥିତ ଥିବେ, ସେମାନେ ତଳେ ଦିଆଯାଇଥିବା ସରଳ ସ୍ଟେପ ପାଳନ କରି ଶେଷ ପରିଣାମ ଦେଖିପାରିବେ କିମ୍ବା ଚେକ କରିପାରିବେ |।

କେମିତି କରିବେ ଚେକ ଜାଣନ୍ତୁ:

1. ପ୍ରଥମେ ୟୁପିଏସସି ପକ୍ଷରୁ ଜାରି କରାଯାଇଥିବା ଅଫିସିଆଲ ୱେବ ସାଇଟ upsc.gov.in କୁ ଯାଆନ୍ତୁ ।

2.ଏବେ ଫାଇନାଲ ରେଜଲ୍ଟ ନେଇ ଜାରି ହୋଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ ।

3. ଏହା ପରେ Examination Final Results ଉପରେ କ୍ଲିକ କରନ୍ତୁ ।

4. ଏବେ Engineering Services(Main) Examination,2021ର ସାମ୍ନାରେ ତିଆରି ହୋଇଥିବା ପିଡିଏଫ ଲିଙ୍କ ଉପରେ କ୍ଲିକ କରନ୍ତୁ ।

5. ଏବେ ନୂଆ ପେଜରେ ପିଡିଏଫ ଫାଇଲରେ ରେଜଲ୍ଟ ଅଧିସୂଚନା ଦେଖନ୍ତୁ ।

6. ତଳେ ସ୍କ୍ରଲ ଭାବରେ ଦିଆଯାଇଥିବା ୟୁପିଏସସି ଇଏସଇ ଫାଇନାଲ ରେଜଲ୍ଟକୁ ଚେକ କରନ୍ତୁ। |

7. ପିଡିଏଫରେ ନିଜ ରୋଲ ନମ୍ବର ଓ ନାଁ ctrl +F ବଟନ ସାହାଯ୍ୟରେ ସର୍ଚ୍ଚ କରିପାରିବେ ।

8.ଏବେ ପିଡିଏଫ ଫାଇଲକୁ ଡାଉନଲୋଡ଼ କରିଦିଅନ୍ତୁ ଆଉ ଭବିଷ୍ୟତର ଆବଶ୍ୟକତା ପାଇଁ ଏହାର ଏକ ପ୍ରିଣ୍ଟ ବାହାର କରାଇ ନିଅନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.