ଖ୍ୱାଜା ଉର୍ସ ପର୍ବ ପାଇଁ ପୁରୀ ଠାରୁ ଆଜମେରକୁ ସ୍ୱତନ୍ତ୍ର ଟ୍ରେନ

ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଆଜମେର ଠାରେ ଖ୍ବାଜI ଉର୍ସ ପର୍ବ ପାଇଁ ପୁରୀ ଠାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାପାଇଁ ସ୍ଥିର କରାଯାଇଅଛି I ନିୟମିତ ଟ୍ରେନ ମାନଙ୍କରେ ଯାତ୍ରୀ ଭିଡକୁ ତର୍ଜମା କରାଯାଇ ଏହି ନିଷ୍ପତି ଗ୍ରହଣ କରାଯାଇ ଅଛି ଯେପରିକି ତୀର୍ଥ ଯାତ୍ରୀମାନେ ସୁବିଧାରେ ଯାତାୟାତ କରି ପାରିବେ I

ଭାରତରେ ଚି଼ସ୍ତିଆ ସୁଫି ଆଦେଶ ର ପ୍ରତିଷ୍ଠାତା ସୁଫି ସନ୍ଥ ଖ୍ବାଜI ମଈଁଉଦ୍ଦିନ ଚି଼ସ୍ତିଙ୍କ ଦେହାବସାନର ପୁଣ୍ୟତୀଥି ପାଳନ କରିବା ପାଇଁ ଉର୍ସ ଉତ୍ସବ ପାଳନ କରାଯାଉଅଛି I ଇସ୍ଲାମିକ ଚନ୍ଦ୍ରମା କ୍ୟାଲେଣ୍ଡରର ୭ମ ମାସରେ ୬ ଦିନ ପାଇଁ ଏହି ଉର୍ସ ରଜବ ପର୍ବ ପାଳନ କରାଯାଇ ରାତ୍ରିସାରା କୱାଲି ଗାନ କରାଯାଇଥାଏ I ଚଳିତ ବର୍ଷ ଫେବୃୟାରୀ ମାସ ୨୫/୨୬ ରାତ୍ରିରେ ପ୍ରଥମ ରଜବ ଆୟୋଜନ କରାଯାଉଥିବାବେଳେ ମାର୍ଚ୍ଚ ମାସ ପହିଲା/୨ତାରିଖ ରାତ୍ରିରେ ୬ଷ୍ଠ ରଜବ ପାଳନ କରାଯିବ I ଏହି ଅଞ୍ଚଳର ତୀର୍ଥ ଯାତ୍ରୀ ମାନଙ୍କୁ ଉର୍ସ ପର୍ବ ଯିବା ପାଇଁ ଚଳିତ ବର୍ଷ ଫେବୃୟାରୀ ମାସ ୨୬ ତାରିଖ ରେ ପୁରୀ ଠାରୁ ଆଜମେର କୁ ଏକ ସ୍ୱତନ୍ତ୍ର ଟ୍ରେନ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ ଆଜମେର ଠାରୁ ମାର୍ଚ୍ଚ ମାସ ୨ ତାରିଖ ରେ ଛାଡିବାକୁ ପୂର୍ବତଟ ରେଳପଥ ଯୋଜନା କରିଛି ଯାହାକି ଏହା ୪ ତାରିଖ ରେ ପୁରୀ ଠାରେ ପହଞ୍ଚିବ I

୦୮୪୨୧ ପୁରୀ-ଆଜମେର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ଫେବୃୟାରୀ ମାସ ୨୬ ତାରିଖ (ବୁଧବାର) ଦିନ ପୂର୍ବାହ୍ନ ୯ ଘଟିକାରେ ଛାଡି ଆଜମେର ଠାରେ ୨୮ ତାରିଖ (ଶୁକ୍ରବାର) ଭୋର ୪ ଘଟିକାରେ ପହଂଚିବାକୁ ଥିବା ବେଳେ ଫେରିବା ମାର୍ଗରେ ୦୮୪୧୨ ଆଜମେର-ପୁରୀ ସ୍ୱତନ୍ତ୍ର ଟ୍ରେନ ଆଜମେର ଠାରୁ ମାର୍ଚ୍ଚ ମାସ ୨ ତାରିଖ (ସୋମବାର) ସନ୍ଧ୍ୟା ୮ଘ.୦୫ମି.ରେ ଛାଡି ପୁରୀ ଠାରେ ମାର୍ଚ୍ଚ ମାସ ୪ ତାରିଖ (ବୁଧବାର) ଅପରାହ୍ନ ୪ଘ.୧୫ମି.ରେ ପୁରୀ ଠାରେ ପହଞ୍ଚିବ I

ଏହି ଟ୍ରେନ ରେ ଗୋଟିଏ ଏସି-୨ ଟାୟାର, ଚାରିଟି ଏସି-୩ ଟାୟାର, ନଅ ଟି ସ୍ଲିପର କ୍ଲାସ, ଛଅ ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ଉଭୟ ଦିଗରୁ ପୁରୀ ଓ ଆଜମେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଗୁଡିକ ସହିତ ଓଡ଼ିଶାରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼ ଏବଂ ଛତିଶଗଡ଼ର ରାଇପୁର ଷ୍ଟେସନ ମାନଙ୍କ ଠାରେ ରହଣି କରିବ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.