ବ୍ୟବସାୟ ଓ ଅର୍ଥନୀତି

ଘରେ ବସି ପାଆନ୍ତୁ M-Aadhaar, E-Aadhaar ଏବଂ PVC Aadhaar Card, ଜାଣନ୍ତୁ ରେଜିଷ୍ଟ୍ରର କରିବାର ଷ୍ଟେପ

ଆଜି ଆମେ ଆଧାରକାର୍ଡକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣଙ୍କ ସାମ୍ନାକୁ ନେଇ ଆସିଛୁ। ଆଧାରକାର୍ଡର ଆବଶ୍ୟକତା ଆମ ସମସ୍ତଙ୍କୁ ତ ବେଶ ଭଲ ଭାବେ ଜଣା। ଭୋଟର ଆଇଡି ଠୁ ମଧ୍ୟ ଏବେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। ଅଫିସିଆଲ କାମ ହେଉ କିମ୍ବା ଅନ୍ୟ କିଛି, ଆଧାରକାର୍ଡ ବିନା ସବୁ କାମ ଏବେ ଅସମ୍ଭବ। ଯଦି ଆପଣଙ୍କ ପାଖେ ଆଧାର କାର୍ଡ ନାହିଁ ତେବେ ଏହି ସବୁ କାର୍ଡ କରାଇବ ଆପଣଙ୍କ ସମସ୍ତ କାମ।

ସ୍ମାର୍ଟ ଯୁଗରେ ସ୍ମାର୍ଟ ବ୍ୟବସ୍ଥା। ଆଜି ଆମେ ଆପଣଙ୍କୁ ଆଧାରକାର୍ଡ ପ୍ରତି ବଦଳରେ ଏମିତି କଣ କଲେ ତାହା ଆପଣଙ୍କ ପାଇଁ ବ୍ୟବହାର କରିବା ସହଜ ହେବ , ସେ ସମ୍ପର୍କରେ କହିବୁ । ଦର୍ଶକବନ୍ଧୁ ଆଧାରକାର୍ଡ ଭଳି ଏବେ ଇ-ଆଧାର, ଏମ-ଆଧାର ଏବଂ ପିଭିସି ଆଧାର ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। ଟ୍ଵିଟରରେ ଏହା ସମ୍ପର୍କରେ ଖୋଦ୍‌ ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣ ସଂସ୍ଥା ବା UIDAI ସୂଚନା ଦେଇଛନ୍ତି।

ଇ-ଆଧାର:

ଇ-ଆଧାରକୁ ଇଲେକଟ୍ରୋନିକ ଆଧାର କୁହାଯାଏ। ଯେଉଁଥିରେ ପାସଓ୍ଵାର୍ଡ ସିଷ୍ଟମ ରହିଛି। ଏହି ପାସଓ୍ଵାର୍ଡକୁ ଆପଣ ନିଜ ଫୋନ ନୋଟ ବୁକରେ ସେଭ୍‌ କରି ରଖିପାରିବେ। ପରେ ଆପଣ ଫ୍ରିରେUIDAI େଓ୍ଵବସାଇଟରେ ଏହି ଫର୍ମକୁ ଡାଉନଲୋଡ କରିପାରିବେ। ଏହା ଠିକ ପେପର ଆଧାର କାର୍ଡ ଭଳି ହୋଇଥାଏ।

ଏମ- ଆଧାର:

ଏମ –ଆଧାର ଅର୍ଥ ମୋବାଇଲ ଆଧାର। ଯାହା ମୋବାଇଲ ଆପରେ ସୁରକ୍ଷିତ ରୁହେ। ଏମ୍‌ – ଆଧାର ଏକ ଆପ୍‌ , ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଇନଷ୍ଟଲ କରିପାରିବେ। ଏଥିରେ ଆପଣ ଥରେ ମାତ୍ର ଆଧାର ନମ୍ବର ଡିଟେଲ ଭରିଲା ପରେ ସେଭ କରିପାରିବେ। ଏହି ଆପରେ ଆପଣ ମୋଟ ୫ ଜଣଙ୍କ ପ୍ରୋଫାଇଲ ସାମିଲ ହୋଇପାରିବ। ଜାଣନ୍ତୁ ଏହାର ରେଜିଷ୍ଟ୍ରେସନ କରିବା ଷ୍ଟେପ:

– ପ୍ରଥମେ ପ୍ଲେ ଷ୍ଟୋରରୁ ଏମ୍‌-ଆଧାର ଆପ୍‌ ଇନଷ୍ଟଲ କରନ୍ତୁ।
– ପରେ ଏହାକ ୁ ଓପନ କରି ନିଜ ଭାଷା ବାଛି ନିଅନ୍ତୁ ।
– ଏହା ପରେ ନିଜ ମୋବାଇଲ ନମ୍ବର ଦିଅନ୍ତୁ।
– ଆପଣଙ୍କ ଫୋନକୁ ଓଟିପି ଯିବ। ଯାହାକୁ ଆପଣ ଏଣ୍ଟର କରାଇବାକୁ ପଡିବ।
– ଏହାପରେ ରେଜିଷ୍ଟ୍ରର ମାଇ ଆଧାର କାର୍ଡ ଉପରେ କ୍ଲିକ କରନ୍ତୁ।
– ପରେ ନିଜ ଆଧାର କାର୍ଡ ନମ୍ବର ଦେଇ କ୍ୟାପଚା ଟାଇପ କରନ୍ତୁ।
– ଶେଷରେ ଏକ ଓଟିପି ନମ୍ବର ଯିବ, ଯାହାକୁ ଏଣ୍ଟର କରାଇବା ପରେ ଆପଣଙ୍କ ଆଧାର ସେହିଥିରେ କନେକ୍ଟ ହୋଇଯିବ।
– ଭୁଲନ୍ତୁ ନାହିଁ, ଆପଣ ଦେଇଥିବା ଫୋନ ନମ୍ବର ଆପଣଙ୍କ ଆଧାରକାର୍ଡରେ ଲିଙ୍କ ଥିବା ନିହାତି ଜରୁରୀ।

ପିଭିସି ଆଧାର:

ଆପଣ ନିଜ ପାଖରେ ପିଭିସି ଆଧାର ମଧ୍ୟ ରଖିପାରିବେ। ଏହା ଏକ କମ୍ପାକ୍ଟ ସାଇଜର ଆଧାର କାର୍ଡ ହୋଇଥାଏ, ଯାହା ଦେଖିବାକୁ ଅବିକଳ ଏଟିଏମ କାର୍ଡ ଭଳି। ଏହି କାର୍ଡରେ ହୋଲୋଗ୍ରାମ ଓ କ୍ୟୁଆର କୋର୍ଡ,ଘୋଷ୍ଟ ଇମେଜ ଓ ମାଇକ୍ରୋଟେକ୍ସଟ୍‌ ଭଳି ସିକ୍ୟୁରିଟି ଫିଚର୍ସ ରହିଛି। ଏହାକୁ ପାଇବା ପାଇଁ ଆପଣଙ୍କୁ UIDAI େଓ୍ଵବସାଇଟରେ ୫୦ ଟଙ୍କା ଦେଇ ଏହି କାର୍ଡକୁ ଆଣିବାକୁ ହେବ। ଏହି କାର୍ଡରେ ଫଟୋ, ଆଧାର ନମ୍ବର, ଠିକଣା, ଡେଟ ଅଫ ବାର୍ଥ ଏବଂ ଜେଣ୍ଡର ଆଦି ଜରୁରୀ ସୂଚନା ରହିଥାଏ।
ଜାଣି ନିଅନ୍ତୁ ଷ୍ଟେପ:
– ପ୍ରଥମେUIDAI େଓ୍ଵବସାଇଟକୁ ଯାଆନ୍ତୁ।
– ପରେ My Aadhaar Sectionରେ Get Aadhaar ଅପସନ ଉପରେ କ୍ଲିକ କରନ୍ତୁ।
– ଏହାପରେ order Aadhaar PVC Card ଅପସନକୁ କ୍ଳିକ କରନ୍ତୁ।
– ଏହାପରେ ନିଜର ସସସ୍ତ ଡାଟା ଭରନ୍ତୁ ।

ଡାଟା ଭରିବାର କିଛି ଦିନ ମଧ୍ୟରେ Speed post ମାଧ୍ୟମରେ ଆପଣଙ୍କୁ ପାଖକୁ PVC ଆଧାର କାର୍ଡ ଆସିଯିବ।

D Sonali

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

14 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

36 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

39 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago