Video Call ସମୟରେ ଏଣିକି ପରସ୍ପରକୁ ଛୁଇଁପାରିବେ ୟୁଜର୍ସ, ଆମେରିକା ବୈଜ୍ଞାନିକ ବାହାର କଲେ ନୂଆ ଟେକନିକ୍‌

ଏବେ ୟୁଜର୍ସ ଭିଡ଼ିଓ କଲ କଲେ ପରସ୍ପରକୁ କରିପାରିବେ ଟଚ୍‌। ଖୁବ ଶୀଘ୍ର ଏମିତି ଏକ ଡିଭାଇସ୍‌ ଆସୁଛି ଯେଉଁଥିରେ ଆପଣ କାହାକୁ ବି କଲ କରନ୍ତୁ ନା କାହିଁକି ଏମିତିରେ ଖାଲି ଦେଖିପାରିବେନି ଏବେ ତାଙ୍କୁ ସ୍ପର୍ଶ ବି କରିପାରିବେ। ଅତ୍ୟାଧୁନିକ ଜ୍ଞାନ କୌଶଳ ସାହା ଯ୍ୟରେ ଏହି ଅସମ୍ଭବ କାମ କୁ ସମ୍ଭବ କରି ଦେଖାଯାଇଛନ୍ତି ଆମେରିକା ବୈଜ୍ଞାନିକ । ଜାଣନ୍ତୁ କେମିତି ଏହାର ଫାଇଦା ଉଠାଇବେ..

ବିଶ୍ୱରେ ଟେକ୍ନୋଲୋଜିର ବିକାଶ ଦ୍ରୁତଗତିରେ ଆଗେଇ ଚାଲିଛି। ଏହି କ୍ରମରେ ଏବେ ଆମେରିକାର ନର୍ଥେଓ୍ଵଷ୍ଟର୍ଣ୍ଣ ୟୁନିଭର୍ସିଟିର ଗବେଷକମାନେ ଏକ ଖାସ୍‌ ଡିଭାଇସ୍‌ ବନାଇଛନ୍ତି। ଏଥିରେ ୟୁଜରମାନେ ଭିଡିଓ କଲ୍‌ ସମୟରେ ପରସ୍ପରକୁ ସ୍ପର୍ଶ କରିପାରିବେ। ରିସର୍ଚ୍ଚରମାନେ ଏହି ଗ୍ୟାଜେଟ୍‌କୁ ‘epidermal VR’ ନାଁ ଦେଇଛନ୍ତି। କିନ୍ତୁ ଡିଭାଇସ୍‌କୁ ନେଇ ବିଶେଷଜ୍ଞମାନେ ଅଧିକ ତଥ୍ୟ ଦେଇନାହାନ୍ତି।

ଏହି ଖାସ୍‌ ଡିଭାଇସ୍‌ରେ ୟୁଜରମାନେ ପରସ୍ପରକୁ ଛୁଇଁବାର ଅନୁଭବ କରିପାରିବେ। କେବଳ ଏତିକି ନୁହେଁ, ଡିଭାଇସ୍‌ ଜରିଆରେ ୟୁଜରମାନେ ଫିଲ୍ମ ଦେଖିବା ସମୟରେ ସେ ସମସ୍ତ ଜିନିଷକୁ ଅନୁଭବ ବି କରିପାରିବେ। ଏବେ ଏହାର ଟେଷ୍ଟିଙ୍ଗ୍‌ ଚାଲିଛି।

ବିଶେଷଜ୍ଞମାନେ ଏହି ଗ୍ୟାଜେଟ୍‌ରେ ପତଳା ନମନୀୟ ପରସ୍ତ ସହ actuators ଲଗାଇଛନ୍ତି। ଏହି actuators ଦ୍ୱାରା ହିଁ ୟୁଜର୍ସଙ୍କୁ ଛୁଇଁବାର ଅନୁଭବ ମିଳିବ। ସେପଟେ ଏକ ଗଣମାଧ୍ୟମ ଏହି ଡିଭାଇସ୍‌ର ତଥ୍ୟକୁ ଖୁଲାସା କରିଛି। ଏହାର ଆକାର ୧୫ ସିଏମ୍‌ ଚଉଡ଼ା ଏବଂ ୧୫ ସିଏମ୍‌ ଲମ୍ବା ହୋଇଥିବା ବେଳେ ଏଥିରେ ଏକ ଛୋଟ େଓ୍ଵୟାରଲେସ୍‌ ସର୍କିଟ୍‌ ଦିଆଯାଇଛି, ଯଦ୍ଦ୍ଵାରା ଏହାକୁ ଶକ୍ତି ମିଳିଥାଏ। epidermal VRର ଓଜନ ବହୁତ କମ୍‌।

epidermal VR ଡିଭାଇସ୍‌ କମ୍ପ୍ୟୁଟର ସଫ୍ଟେଓ୍ଵୟାର୍‌ ସହ କନେକ୍ଟ ହୋଇଥାଏ। ଯେତେବେଳେ ୟୁଜର୍ସ ସଫ୍ଟେଓ୍ଵୟାର୍‌ ଜରିଆରେ ପରସ୍ପରକୁ ଛୁଇଁଥାଆନ୍ତି, ସେତେବେଳେ ଏହି ଡିଭାଇସ୍‌ ସ୍ପର୍ଶକୁ ଅନୁଭବ କରାଇଥାଏ। ଏହାସହ ଡିଭାଇସ୍‌ରେ ଲାଗିଥିବା actuators ଛୁଇଁବାରେ ଭାଇବ୍ରେଟ୍‌ କିମ୍ବା ମୁଭ୍‌ମେଣ୍ଟ୍‌ କରିଥାଏ। ବିଶେଷଜ୍ଞଙ୍କ କହିବା ହେଲା, ଏହି actuators ଥରକେ ପାଖାପାଖି ୨୦୦ ଥର ଜୋର୍‌ରେ ଘୂରିଥାଏ। ଏହି ଖାସ୍‌ ଗ୍ୟାଜେଟ୍‌କୁ ସ୍ମାର୍ଟଫୋନ୍‌ ଭଳି ଟାବ୍‌ଲେଟ୍‌ ସହ ମଧ୍ୟ ଯୋଡ଼ାଯାଇପାରିବ।

epidermal VR ବହୁତ ହାଲୁକା। ଆଉ ଏହା ପୂରାପୂରି େଓ୍ଵୟାରଲେସ୍‌ ଅଟେ। ଏହାସହ ଡିଭାଇସ୍‌ରେ ବ୍ୟାଟେରୀ ଲଗେଇବାକୁ ପଡ଼ି ନ ଥାଏ, ଯଦ୍ଦ୍ଵାରା ଏହାକୁ ସହଜରେ ବ୍ୟବହାର କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.