ଏବେ ଗାଡ଼ି ଚଲାଇବା ସମୟରେ ଇୟରଫୋନ ବ୍ୟବହାର କଲେ କଟିବ ଭାରି ଚାଲାଣ, ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁ ହେଲା ଏହି ନିୟମ

କାର କିମ୍ବା ବାଇକ ଚଲାଇବା ସମୟରେ ଏହି କଥାକୁ ଏବେ ଧ୍ୟାନ ଦିଅନ୍ତୁ। ନଚେତ କଟିବ ଆପଣଙ୍କର ଭାରି ଚାଲାଣ। ଆମେ ସମସ୍ତେ ଜାଣିଛେ ଯେ ଗାଡ଼ି ଚଲାଇବା ସମୟରେ ଆମେ ଫୋନରେ କଥା ହେବାକୁ ବାରଣ କରାଯାଇଛି। ଏମିତିରେ ଅନ୍ୟମନସ୍କ ରେ ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ସତର୍କ କରାଇବା ପାଇଁ ଏହାକୁ ଟ୍ରାଫିକ ରୁଲ ଅନ୍ତର୍ଗତ ନିଆଯାଇଛି। ତେବେ ବି ଯଦି ଆପଣ ଅନ୍ୟ କୌଣସି ବିକଳ୍ପ ଖୋଜି ଅନ୍ୟ କାହା ସହ କଥା ହେଉଛନ୍ତି ତେବେ ସାବଧାନ ରୁହନ୍ତୁ।

ଯଦି ବି ଆପଣ ଫୋନ ଧରିକି କଥା ହେଉ ନାହାନ୍ତି ଆଉ କାନରେ ବ୍ଲୁଟୁଥ ଇୟରଫୋନ ସାହାଯ୍ୟରେ କଥା ହେଉଛନ୍ତି ତେବେ ଏମିତି ଭୁଲ ଏବେ କରିବା ପୂର୍ବରୁ ସତର୍କ ରୁହନ୍ତୁ। ଏବେ ପୋଲିସ ଏହାକୁ ନେଇ ମଧ୍ୟ ଚେତାବନୀ ଦେଇଛି। ଆପଣ ବ୍ଲୁଟୁଥ ସାହାଯ୍ୟରେ ଫୋନରେ ଆଉ କାହା ସହ କଥା ହେଲେ ଭାରି ଚାଲାଣ କଟିବ କି? ଯଦି କଟିବ କେତେ ଆମାଉଣ୍ଟ ରହିବ? ଯଦି ଜାଣିନାହାନ୍ତି ତେବେ ଏବେଠୁ ଜାଣିନିଅନ୍ତୁ।

ରାସ୍ତାରେ ଯାଉଥିବା ସମୟରେ ଆପଣ ଅମେ ଅନେକ ପ୍ରକାରର ନିୟମକୁ ପାଳନ କରିଥାଉ। ଏଥିପାଇଁ ପାଖରେ ଜରୁରୀ ଡକ୍ୟୁମେଣ୍ଟ ଥିବା ଆବଶ୍ୟକ।ଏହାସହ ଆମେ ଏମିତି କିଛି କାମ କରିପାରିବା ନାହିଁ ଯାହା ଦ୍ୱାରା ଅନ୍ୟ ମାନେ କଷ୍ଟ ପାଇବେ। କାର କିମ୍ବା ବାଇକ ଚଲାଇବା ସମୟରେ ତ ଚାଲାଣ କଟେ ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି କି ଯେ ବ୍ଲୁଟୁଥ ସାହାଯ୍ୟରେ ବି ଯଦି ଆପଣ ଫୋନରେ କଥା ହେଉଛନ୍ତି ତେବେ ବି କଣ ଚାଲାଣ କଟିବ? ଏହା ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଗାଡ଼ି ଚଲାଇବା ସମୟରେ ଆପଣ ଇୟରଫୋନ ୟୁଜ କରିପାରିବେ ନା ନାହିଁ।

ଟ୍ରାଫିକ ରୁଲ କୁ ଧ୍ୟାନ ଦେଲେ ଜଣାପଡେ ଯେ ଗାଡ଼ି ଚଲାଇବା ସମୟରେ ଫୋନ ବ୍ୟବହାର କରିବାକୁ ମନା କରାଯାଇଛି। କିନ୍ତୁ ଅଧିକତମ ରାଜ୍ୟରେ ମୋଟର ହ୍ଵିକିଲ ଆକ୍ଟରେ ବ୍ଲୁଟୁଥ ହେଡଫୋନ କୁ ନେଇ କୌଣସି ନିୟମ ଦିଆଯାଇନାହିଁ। କିନ୍ତୁ ମିଡିଆ ରିପୋର୍ଟସ ଅନୁଯାୟୀ ବାଙ୍ଗାଲୋର ଟ୍ରାଫିକ ପୋଲିସ େଓ୍ଵବସାଇଟରେ ଏହାକୁ ନେଇ ଏକ ନିୟମ ଯୋଡ଼ା ଯାଇଛି। ଯେଉଁଠି ଲେଖାଯାଇଛି ଯେ ମୋବାଇଲ ଫୋନ ବ୍ୟତିତ ଇୟରଫୋନ କିମ୍ବା ବ୍ଲୁଟୁଥ୍‌ ବ୍ୟବହାର କଲେ ଯାତ୍ରୀଙ୍କର ଚାଲାଣ କଟିବ।

ଅଫିସିଆଲ େଓ୍ଵବସାଇଟର ସୂଚନା ଅନୁଯାୟୀ ଏହି ନିୟମ ସମ୍ପର୍କରେ ସବିଶେଷ ତଥ୍ୟ ଲେଖାଯାଇଛି। କେବଳ ନାଭିଗେସନ ମାନେ ମ୍ୟାପ ଦେଖିବା ଉଦ୍ଦେଶ୍ୟରେ ଫୋନକୁ ବ୍ୟବହାର କରିପାରିବେ। ଧାରା ୧୮୪(ସି) ଏମବି ଅଧିନିୟମରେ ଯେକୌଣସି ବ୍ୟକ୍ତି ମୋଟର ବାହାନ ଚଲାଇବା ସମୟରେ ହାତରେ ଫୋନକୁ ଧରି ବ୍ୟବହାର କରିପାରିବ ନାହିଁ। ଆପଣ ଦୁଇ କିମ୍ବା ତିନି ଚକିଆ ବାହନ ପାଇଁ ୧୫୦୦ ଟଙ୍କା , ଏଲଏମବି ପାଇଁ ୧୫୦୦ ଟଙ୍କା ଓ ଅନ୍ୟ ବାହନ ପାଇଁ ୫୦୦୦ ଟଙ୍କା ଜରିମାନା ଲଗାଯିବ। ଦ୍ୱିତୀୟ ଥର ଏମିତି ଭୁଲ ହେଲେ ୧୦ ହଜାର ଟଙ୍କାର ଫାଇନ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.