୨୦ ବର୍ଷରେ ୫କୋଟି ରୋଜଗାର କରିବାକୁ ଚାହୁଁଛନ୍ତି ? ତେବେ ଆପଣାନ୍ତୁ ଏହି ପ୍ଲାନ୍

ଯଦି ଆପଣ ୨୦ ବର୍ଷ ମଧ୍ୟରେ ୫ କୋଟିର ଫଣ୍ଡ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣ ଅତି ସହଜରେ କରିପାରିବେ ।

ଯଦି ଆପଣ ୨୦ ବର୍ଷ ମଧ୍ୟରେ ୫ କୋଟିର ଫଣ୍ଡ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣ ଅତି ସହଜରେ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରତିମାସରେ ଏକ ନିଶ୍ଚିତ ରାଶି ନିବେଶ କରିବାକୁ ପଡିବ । ଆସନ୍ତା ୨୦ ବର୍ଷ ପର୍ଯ୍ଯନ୍ତ ଆପଣଙ୍କୁ ଏହି ନିବେଶ କରିବାକୁ ପଡିବ । କିନ୍ତୁ ଅଧାରେ ନିବେଶ ରଖିଦେଲେ ଲକ୍ଷ ସ୍ଥଳରେ ପହଂଚିପାରିବେନି । ଲଗାତାର ୨୦ ବର୍ଷ ଯାଏଁ ନିବେଶ କଲେ ୨୦ ବର୍ଷ ପରେ ଏହା ଆପଣ ୫ କୋଟି ଟଙ୍କା ରିଫଣ୍ଡ୍ ପାଇ ପାରିବେ ।

ବୟସ ହୋଇ ପାରିବନି ବାଧକ :

ଯଦି ଆପଣ ବିଳମ୍ବରେ ଏହି ନିବେଶ କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ୪୦ ବର୍ଷ ବୟସରେ ଜଣେ ଏହି ନିବେଶ ଆରମ୍ଭ କଲେ ୬୦ ବର୍ଷ ବୟସ ବେଳକୁ ସେ ୫କୋଟିର ଫଣ୍ଡ୍ କରି ପାରିବେ । ସାଧାରଣରେ କୁହାଯାଏ ୬୦ବର୍ଷ ବୟସ ପର୍ଯ୍ଯନ୍ତ ଲୋକମାନେ ଚାକିର ଏବଂ ଅନ୍ଯ କାମ କରିଥାନ୍ତି । ଏମିତିରେ ୪୦ ବର୍ଷ ବୟସରେ ଫାଇନାନ୍ସିଆଲ୍ ପ୍ଲାନିଙ୍ଗ୍ ଆରମ୍ଭ କରୁଥିବା ବ୍ଯକ୍ତି ନିକଟରେ ବଡ ଫଣ୍ଡ କରିବାର ବିକଳ୍ପ ଥାଏ ।

କେମିତି କରିବେ ନିବେଶ :

୨୦ ବର୍ଷରେ ୫ କୋଟିର ଫଣ୍ଡ କରିବା ପାଇଁ ହେଲେ ସର୍ବପ୍ରଥମେ ସିଷ୍ଟମେଟିକ୍ ଇନଭେଷ୍ଟମେଂଟ୍ ପ୍ଲାନ୍ ଅର୍ଥାତ୍ SIP ଆକାଉଂଟ୍ ଖୋଲିବାକୁ ପଡିବ । ଏଥରେ ପ୍ରତିମାସରେ ୨୦ ହଜାର ଟଙ୍କା ନିବେଶ କରିବା ଆରମ୍ଭ କରିବାକୁ ପଡିବ । ଏହା ସହ ପ୍ରତିବର୍ଷ ଏହି ନିବେଷ ୧୦ ପ୍ରତିଶତ ବଢାଇବାକୁ ପଡିବ । ଯଦି ଆପଣଙ୍କ ନିବେଶ ଉପରେ ପ୍ରତିବର୍ଷ ୧୫ ପ୍ରତିଶତ ରିଟର୍ଣ୍ଣ ମିଳୁଛି ତେବେ ୨୦ ବର୍ଷ ମଧ୍ୟରେ ଆପଣଙ୍କ ପୁରା ଫଣ୍ଡ୍ ୫କୋଟି ହୋଇଯିବ । ଇକ୍ଯୁଟି ମ୍ଯୁଚୁଆଲ୍ ଫଣ୍ଡରେ ଲମ୍ବା ଅବଧିରେ ୧୨ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି । ତେଣୁ SIP ରେ ନିବେଶ କରି ଲମ୍ବା ଅବଧି ମଧ୍ୟରେ ୧୫ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ରିଟର୍ଣ୍ଣ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.