ECIL ରେ ଖାଲିପଡିଛି ୧୬୨୫ ଜୁନିଅର ଟେକ୍ନିସିଆନ ପଦବୀ, ବିନା ପରୀକ୍ଷାରେ ମିଳିବ ନିଯୁକ୍ତି

ଇଲେକ୍ଟ୍ରିସିଆନ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌ (ECIL) ରେ ଖାଲିପଡିଛି ଜୁନିଅର ଟେକ୍ନସିଆନ ୧୬୨୫ ପଦବୀ ଖାଲି ପଡିଛି। ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଧିକାରକ ୱେବସାଇଟ୍‌ www.ecil.co.in କୁ ଯାଇ ଆବେଦନ କରିପାରିବେ।

ଆବେଦନ କରିବାର ପ୍ରକ୍ରିୟା ୧ ଏପ୍ରିଲରୁ ଆରମ୍ଭ ହୋଇଛି। ଆବେଦନକାରୀ ୧୧ ଏପ୍ରିଲ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୧୬୨୫

ଇଲେକ୍ଟ୍ରୋନିକ୍ସ ମେକାନିକ: ୮୧୪

ଇଲେକ୍ଟ୍ରିସିଆନ : ୧୮୪

ଫିଟର: ୬୨୭

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ECIL ର ୱେବସାଇଟ୍‌ ecil.co.in କୁ ଯାଆନ୍ତୁ।

ହୋମପେଜରେ ଥିବା କ୍ୟାରିଅର ଟାବ୍‌ରେ କ୍ଲିକ କରନ୍ତୁ।

ତା’ ପରେ Click here to apply for Junior Technician on Contract positions against Advt. No. 13/2022 ଲିଙ୍କରେ କ୍ଲିକ କରନ୍ତୁ।

ଏଠାରେ କ୍ଲିକ କରି ସାରିବା ପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

ଫର୍ମ ଭରନ୍ତୁ, ଫର୍ମ ଜମା କରିବା ପରେ ପ୍ରିଣ୍ଟଆଉଟ୍‌ ରଖନ୍ତୁ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ନ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ମେରିଟ ଆଧାରରେ କରାଯିବ। ଅର୍ଥାତ୍‌ ପ୍ରାର୍ଥୀଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ଡକ୍ୟୁମେଣ୍ଟ ଭେରିଫିକେସନ ହୋଇ ନିଯୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.