IIT କାନପୁରରେ ଚାକିରିର ସୁବର୍ଣ୍ଣ ସୁଯୋଗ, ୯୫ ପଦରେ ବାହାରିଲା ଭର୍ତ୍ତି; ୧୬ ନଭେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆଇଆଇଟି (Indian Institute of Technology) କାନପୁର ଡେପୁଟୀ ରେଜିଷ୍ଟାର୍‌, ଜୁନିୟର ଟେକ୍ନିସିୟାନଙ୍କ ସମେତ କେତେକ ପଦ ପାଇଁ ଆବେଦନ ମାଗିଛି। ଏହି ପରୀକ୍ଷାରେ ଭାଗ ନେବା ପାଇଁ B.Tech, M.Sc, MA, M.Lib ଏବଂ ଦ୍ୱାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥୀ ଅନଲାଇନ ଆବେଦନ କରି ପାରିବେ। କହି ରଖୁଛୁ, ମୋଟ ୯୫ ପଦ ପାଇଁ ଆବେଦନ ଗ୍ରହଣ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ୧୬ ନଭେମ୍ବର ରଖାଯାଇଛି। ସେହିପରି ପ୍ରାର୍ଥୀମାନେ ୧ ଅକ୍ଟୋବରରୁ ଆବେଦନ କରି ପାରିବେ, ଯାହାକି ୧୬ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

କେଉଁ କେଉଁ ପଦରେ ହେବ ଭର୍ତ୍ତି

ଆଇଆଇଟି କାନପୁର (IIT Kanpur Recruitment 2021) ଡେପୁଟୀ ରେଜିଷ୍ଟାର୍‌, ଆସିଷ୍ଟାଣ୍ଟ ରେଜିଷ୍ଟାର୍‌ (P K Kelkar Central Library), ଆସିଷ୍ଟାଣ୍ଟ ରେଜିଷ୍ଟାର୍‌, ହିନ୍ଦୀ ଅଫିସର, ଷ୍ଟୁଡେଣ୍ଟ କାଉନ୍‌ସିଲର, ଜୁନିୟର ଟେକ୍ନିକାଲ ସୁପରିଣ୍ଟେଣ୍ଡେଣ୍ଟ, ଜୁନିୟର ସୁପରିଣ୍ଟେଣ୍ଡେଣ୍ଟ, ଜୁନିୟର ଟେକ୍ନିସିୟାନ, ଜୁନିୟର ଆସିଷ୍ଟାଣ୍ଟ, ଡ୍ରାଇଭର ଆଦି ପଦଗୁଡ଼ିକ ପାଇଁ ଆବେଦନ ଗ୍ରହଣ କରିଛି। ଏହି ଆବେଦନ ପ୍ରକ୍ରିୟା ଜରିଆରେ ଗ୍ରୁପ୍‌ ଏ, ଗ୍ରୁପ୍‌ ବି ଏବଂ ଗ୍ରୁପ୍‌ ସି ପଦଗୁଡ଼ିକୁ ଭରାଯିବ। ଜାରି ବିଜ୍ଞପ୍ତି ଅନୁସାରେ, ମୋଟ ୯୫ ପଦ ଉପରେ ପ୍ରାର୍ଥୀମାନଙ୍କର ଚୟନ ଭର୍ତ୍ତି ପରୀକ୍ଷା ଆଧାରରେ କରାଯିବ।

କେମିତି କରିବେ ଆବେଦନ

ଆବେଦନ କରିବା ପାଇଁ ପ୍ରଥମେ ପ୍ରାର୍ଥୀମାନଙ୍କୁ ଆଇଆଇଟି କାନପୁରର ଅଫିସିଆଲ େଓ୍ଵବ୍‌ସାଇଟ iitk.ac.inକୁ ଯାଇ ଅଧିସୂଚନା ପିଡିଏଫ୍‌ରେ ପଢ଼ିବାକୁ ହେବ। ଏମିତିରେ ଯଦି ସେମାନେ ଚାକିରି କରିବାରେ ଆଗ୍ରହ ରଖୁଛନ୍ତି, ତା’ ହେଲେ ବିଭିନ୍ନ ପଦ ପାଇଁ ଅନଲାଇନ୍‌ ଆବେଦନ କରି ପାରିବେ। କହି ରଖୁଛୁ କି, ଆବେଦନ ୧ ଅକ୍ଟୋବର ୨୦୨୧ରୁ ୧୬ ନଭେମ୍ବର ୨୦୨୧ ମଧ୍ୟରେ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଜୁନିୟର ଟେକ୍ନିକାଲ ସୁପରିଣ୍ଟେଣ୍ଡେଣ୍ଟ ପଦ ପାଇଁ ପ୍ରାର୍ଥୀମାନେ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗୋଟିଏ ବିଷୟରେ ଇଂଲିଶ ସହିତ ହିନ୍ଦୀରେ ମାଷ୍ଟର୍ସ କିମ୍ବା ସମକକ୍ଷ ଡିଗ୍ରୀ ସମାପ୍ତ କରିଥିବା ଦରକାର। ଯେଉଁ ପ୍ରାର୍ଥୀମାନଙ୍କ ପାଖରେ ହିନ୍ଦୀରୁ ଇଂଲିଶ୍‌ରେ ଅନୁବାଦ ବା ଇଂଲିଶରୁ ହିନ୍ଦୀରେ ଅନୁବାଦ କରିବାର ଡିଗ୍ରୀ କିମ୍ବା ଡିପ୍ଲୋମା ରହିଛି, ସେହିମାନଙ୍କୁ ହିଁ ପ୍ରାଥମିକତା ଦିଆଯିବ।

ଏମିତି ହେବ ସିଲେକ୍ସନ

ହିନ୍ଦୀ ଅଫିସର, ଷ୍ଟୁଡେଣ୍ଟ କାଉନସିଲର, ଡେପୁଟୀ ରେଜିଷ୍ଟାର୍‌ ଏବଂ ଆସିଷ୍ଟାଣ୍ଟ ରେଜିଷ୍ଟାର୍‌ ପଦ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ସାମ୍ନାରେ ରିଟର୍ନ ପରୀକ୍ଷା ହେବ। ଏହି ପରୀକ୍ଷା ଅଫଲାଇନ ମୋଡ୍‌ରେ ହେବ। ଲିଖିତ ପରୀକ୍ଷା ସହିତ ଇଣ୍ଟରଭ୍ୟୁ ମଧ୍ୟ ହେବ। ଇଣ୍ଟରଭ୍ୟୁ ରାଉଣ୍ଡ ପରେ ମେଡିକାଲ ଟେଷ୍ଟ ଏବଂ ଡକ୍ୟୁମେଣ୍ଟସ୍‌ ଯାଞ୍ଚ କରାଯିବ। ଏହି ସମୟରେ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଥାଏ କି, ସେମାନେ ଅଫିସିଆଲ ନୋଟିଫିକେଶନରୁ ପ୍ରତ୍ୟେକ ପଦ ପାଇଁ ଡିଟେଲ୍ଡ ଏଲିଜିବିଲିଟି କ୍ରାଇଟେରିୟା ଚେକ୍‌ କରି ପାରିବେ।

Leave A Reply

Your email address will not be published.