ବ୍ୟବସାୟ ଓ ଅର୍ଥନୀତି

ହିନ୍ଦୁସ୍ତାନ କପର ଲିମିଟେଡ୍‌ରେ ୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡ୍‌ ଟ୍ରେଡ ଅପରେଣ୍ଟିସ୍‌ ପଦ ପାଇଁ ଆବେଦନ ଚାହୁଁଛି। ଏହି ଭାକେନ୍ସି ଦଶମ ଓ ଆଇଟିଆଇ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋଲି ଜଣାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ୧୨୦ ଟି ପଦ ପାଇଁ ବାହାରିଛି। ଏହି ସମସ୍ତ ନିଯୁକ୍ତି ମଲାଜଖଣ୍ଡ କପର ପ୍ରୋଜେକ୍ଟ ପାଇଁ ହେବ। ଆଶାୟୀ ପ୍ରାର୍ଥୀ ୧୨ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦ ନାମ ଓ ସଂଖ୍ୟା:

ଇଲେକ୍ଟ୍ରିସିଆନ୍‌ – ୨୦
ଇନ୍‌ଷ୍ଟୁମେଣ୍ଟ ମେକାନିକ – ୦୨
ମେକାନିକ ଡିଜେଲ – ୧୧
ୱେଲଡର – ୧୪
ଫିଟର-୧୪ ଟର୍ଣ୍ଣର – ୬
ରେଫ୍ରିଜିରେଶନ ଆଣ୍ଡ ଏସି ମେକାନିକ – ୨
ଡ୍ରାଫ୍ଟ ମ୍ୟାନ୍‌(ମେକାନିକ) – ୩
ଡ୍ରାଫ୍ଟ ମ୍ୟାନ୍‌(ସିଭିଲ୍‌) – ୧
ସର୍ଭେୟର – ୫
କାର୍ପେଣ୍ଟର – ୩
ପ୍ଲମ୍ବର – ୨
ମ୍ୟାସନ୍‌ – ୧
ଟେଲିକମ୍‌ ମେକାନିକ – ୨
ହର୍ଟିକଲଚର ଆସିଷ୍ଟାଣ୍ଟ – ୨
ସର୍ଟ ଫିଲଟର/ ବ୍ଲାଷ୍ଟର(ମାଇନ୍ସ) – ୧୪
ମେଟ୍‌(ମାନ୍ସ) – ୧୮
ମୋଟ ପଦ ସଂଖ୍ୟା – ୧୨୦

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ଦଶମ ଓ ଆଇଟିଆଇ ପାସ୍‌ କରିଥିବା ଆବଶ୍ୟକ।

ବୟସ ସୀମା:

୩୧ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ୨୫ ବର୍ଷରୁ ଊର୍ଦ୍ଧ୍ୱ ହୋଇନଥିବା ଆବଶ୍ୟକ। ଓବିସିଙ୍କ ପାଇଁ ୩ ବର୍ଷ ଓ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଛାଡ଼ କରାଯାଇଛି। ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷ ଛାଡ଼ କରାଯାଇଛି।

ଚୟନ ପ୍ରକ୍ରିୟା:

ଲିଖିତ ପରୀକ୍ଷା

ପରୀକ୍ଷା ଫିସ୍‌:

ମାଗଣା

ଆବେଦନ ପ୍ରକ୍ରିୟା:

ଆଗ୍ରହୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ apprenticeship.gov.in କୁ ଯାଇ ଆବେଦନ କରିପାରିବେ।

WCW 11

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

45 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago