ପରମାଣୁ ଉର୍ଜା ବିଭାଗରେ ଖାଲିପଡିଛି ଜୁନିଅର ଟ୍ରାନ୍ସଲେସନ ଅଫିସର ପଦବୀ, ଦରମା ମାସକୁ ୩୫ ହଜାର ଟଙ୍କା

ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ପରମାଣୁ ଉର୍ଜା ବିଭାଗ ଅନ୍ତର୍ଗତ ଏଟୋମିକ ମିନିରାଲ୍ସ ଡାଇକ୍ଟୋରେଟ୍‌ ଫର ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ୍ଚ (Atomic Minerals Directorate for Exploration and Research) ବିଭାଗରେ ବମ୍ପର ଭର୍ତ୍ତି । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏଠାରେ ପାଖାପାଖି ୩୨୧ ପଦବୀ ଖାଲିପଡିଛି। ଇଚ୍ଛୁକ ପ୍ରାର୍ଥୀ ଏଏମଡିର ଅଫିସିଆଲ ୱେବସାଇଟ୍‌ amd.gov.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀରେ ଚୟନ ହେବା ପ୍ରାର୍ଥୀଙ୍କୁ ନିଯୁକ୍ତି ପରମାଣୁ ଉର୍ଜା ବିଭାଗରେ ଦେଶର ବିଭିନ୍ନ ସ୍ଥାନରେ କରାଯିବ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ନଭେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ: ୩୨୧

ସିକ୍ୟୁରିଟି ଗାର୍ଡ: ୨୭୪
ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର : ୩୮
ଜୁନିଅର ଟ୍ରାନ୍ସଲେସନ ଅଫିସର : ୯

ମାସିକ ଦରମା :

ଜୁନିଅର ଟ୍ରାନ୍ସଲେସନ ଅଫିସର ପାଇଁ ମାସିକ ୩୫,୪୦୦ ଟଙ୍କା, ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ପାଇଁ ମାସିକ ୩୫,୪୦୦ ଟଙ୍କା ଏବଂ ସିକ୍ୟୁରିଟି ଗାର୍ଡ ପାଇଁ ୧୮,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା : ଜୁନିଅର ଟ୍ରାନ୍ସଲେସନ ଅଫିସର ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ହିନ୍ଦୀ/ଇଂଲିଶରେ ମାଷ୍ଟର ଡିଗ୍ରୀ ଥିବା ଜରୁରୀ। ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ପଦବୀ ପାଇଁ

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଗ୍ରାଜୁଏଟ ହେବା ଜରୁରୀ।

ସେହିପରି ସିକ୍ୟୁରିଟ ଗାର୍ଡ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ସାର୍ଟିଫିକେଟ ଥିବା ଜରୁରୀ।

ବୟସ ସୀମା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଜୁନିଆର ଟ୍ରାନ୍ସଲେସନ ଅଫିସର ଏବଂ ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ପଦବୀରେ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀ ୨୦୦ ଟଙ୍କା ଭରିବାକୁ ହେବ। ସିକ୍ୟୁରିଟି ଗାର୍ଡ ପଦବୀ ପାଇଁ ଆବେଦନ କରୁଥିବା ଇଚ୍ଛୁକ ପ୍ରାର୍ଥୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଭରିବେ।

କେମିତି ହେବ ଚୟନ : ଏହି ଭର୍ତ୍ତି ପ୍ରକ୍ରିୟା ଅଧିକରେ ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର ଏବଂ ସିକ୍ୟୁରିଟି ଗାର୍ଡ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ପାଇଁ ଫିଜିକାଲ ଟେଷ୍ଟ ନିଆଯିବ।

ଫିଜିକାଲ ଟେଷ୍ଟର ଆୟୋଜନ ଡିସେମ୍ବର ୨୦୨୨ରେ କରାଯିବ।

ଜୁନିଅର ଟ୍ରାନ୍ସଲେସନ ଅଫିସର ଏବଂ ସିକ୍ୟୁରିଟି ଗାର୍ଡ ଭର୍ତ୍ତି ପାଇଁ ସିବିଟି ମୋଡରେ ଲିଖିତ ପରୀକ୍ଷାର ଆୟୋଜନ ୨୦୨୩ରେ ହେବ।

ଜୁନିଅର ଟ୍ରାନ୍ସଲେସନ ଅଫିସର ପଦବୀ ପାଇଁ ମଧ୍ୟ ପରୀକ୍ଷା ୨୦୨୩ରେ କରାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ: 

https://www.amd.gov.in/WriteReadData/userfiles/file/amd/Detailed_Advertisement-3_2022_English-Final.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.