ପୋଲିସ ବିଭାଗରେ ବମ୍ପର ନିଯୁକ୍ତି: ଶୀଘ୍ର କରନ୍ତୁ ଆବେଦନ, ଦରମା ୪୭ ହଜାରରୁ ବି ଅଧିକ

ପୋଲିସ ବିଭାଗରେ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଛତିଶଗଡ଼ ପୋଲିସ ପକ୍ଷରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛତିଶଗଡ଼ ପୋଲିସ ପକ୍ଷରୁ ସବ୍‌ ଇନ୍ସପେକ୍ଟର ଓ ଅନ୍ୟ ପଦପଦବୀ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମଗାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଛତିଶଗଡ଼ ପୋଲିସର ଅଫିସିଆଲ ୱେବ୍‌ସାଇଟ୍‌ cgpolice.gov.in କୁ ଯାଇ ଆପ୍ଲାଏ କରିପାରିବେ। ଏସବୁ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅକ୍ଟୋବର,୨୦୨୧।

ଏହା ବ୍ୟତୀତ ଇଚ୍ଛୁକ ପ୍ରାର୍ଥୀ ସିଧାସଳଖ ଏହି ଲିଙ୍କ୍‌ https://cgpolice.gov.in/ ଉପରେ କ୍ଲିକ୍‌ କରି ମଧ୍ୟ ଏସବୁ ପଦ ପାଇଁ ଆବେଦନ କରିପାରିବେ। ଏଥିସହ ଏହି ଲିଙ୍କ୍‌ https://cgpolice.gov.in/sites/default/files/ADVERTI ମାଧ୍ୟମରେ ଅଫିସିଆଲ ନୋଟିଫିକେସନ୍‌ ମଧ୍ୟ ପାଇପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମୋଟ୍‌ ୯୭୫ ସୁବେଦାର, ସବ୍‌ ଇନ୍ସପେକ୍ଟର ଓ ପ୍ଲାଟୁନ୍‌ କମାଣ୍ଡର ପଦ ପାଇଁ ହେବ।

ଆସନ୍ତୁ ଜାଣିବା ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍‌ ଆବେଦନ ଆରମ୍ଭ- ୧ ଅକ୍ଟୋବର, ୨୦୨୧ ସକାଳ ୧୦.୩୦ରୁ
ଅନ୍‌ଲାଇନ୍‌ ଆବେଦନ ଶେଷ-୩୧ ଅକ୍ଟୋବର, ୨୦୨୧ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ

ପଦ ବିବରଣୀ:

ସାଧାରଣ ବର୍ଗ-୪୦୫
ଏସ୍‌ସି-୧୧୫
ଏସ୍‌ଟି-୩୧୮
ଇଡବ୍ଲ୍ୟୁଏସ୍‌-୧୩୭

ଯୋଗ୍ୟତା:

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ଆବଶ୍ୟକ।

ବୟସ ସୀମା:

୨୧ରୁ ୩୪ ବର୍ଷ

ଆବେଦନ ଶୁଳ୍କ:

ସାଧାରଣ ବର୍ଗ ଓ ଅନ୍ୟ ପଛୁଆ ବର୍ଗଙ୍କୁ ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ୪୦୦ ଟଙ୍କା ଦେବାକୁ ପଡ଼ିବ।

ଚୟନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ପ୍ରିଲିମିନାରୀ, ମେନ୍‌ ପରୀକ୍ଷା, ଫିଜିକାଲ ଏଲିଜିବିଲିଟି ଟେଷ୍ଟ ଓ ଇଣ୍ଟରଭ୍ୟୁ ରାଉଣ୍ଡରେ ପ୍ରଦର୍ଶନ ଆଧାରରେ ହେବ।

Leave A Reply

Your email address will not be published.