ହାଇକୋର୍ଟରେ ଖାଲିପଡିଛି ଷ୍ଟେନୋଗ୍ରାଫର ପଦବୀ, ଦରମା ୧,୩୨,୩୦୦ ଟଙ୍କା

ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ବମ୍ବେ ହାଇକୋର୍ଟରେ ଷ୍ଟେନୋଗ୍ରାଫର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହା ଅଧିନରେ ଷ୍ଟେନୋଗ୍ରାଫର ହାଏର ଗ୍ରେଡ, ଷ୍ଟେନୋଗ୍ରାଫର ଲୋଏର ଗ୍ରେଡ ପଦରେ ନିଯୁକ୍ତି କରାଯିବ। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ବମ୍ବେ ହାଇକୋର୍ଟର ଅଧିକାରକ ୱେବସାଇଟ bhc.mahaonline.gov.in କୁ ଯାଇ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ଯତା : ଇଚ୍ଛୁକ ପ୍ରାର୍ଥୀ ଅଭିଜ୍ଞତା ସହିତ ଗ୍ରାଜୁଏଟ ହୋଇଥିବା ଆବଶ୍ଯକ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷ ହୋଇଥିବା ଆବଶ୍ଯକ।

ମହତ୍ବପୂର୍ଣ୍ଣ ତାରିଖ : ଅନଲାଇନ ଆବେଦନ କରିବାର ତାରିଖ ୧୮ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୫ ମାର୍ଚ୍ଚ ରହିଛି।

ଦରମା:

ଷ୍ଟେନୋଗ୍ରାଫର(ହାଏର ଗ୍ରେଡ) : ୪୧,୮୦୦-୧,୩୨,୩୦୦ ଟଙ୍କା
ଷ୍ଟେନୋଗ୍ରାଫର(ଲୋଏର ଗ୍ରେଡ) :୩୮,୬୦୦-୧,୨୨,୮୦୦ ଟଙ୍କା

job

ଚୟନ ପ୍ରକ୍ରିୟା: ଅଧିକାରକ ନୋଟିଫିକେସନ ମୁତାବକ, ଏହି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଚୟନ ଟାଇପିଂ ସ୍ପିଡ ଏବଂ ଇଣ୍ଟରଭ୍ଯୁ ମାଧ୍ୟମରେ ହେବ।

ଆବେଦନ କେମିତି କରିବେ ?

ବମ୍ବେ ହାଇକୋର୍ଟ ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ୫ ମାର୍ଚ୍ଚ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://bombayhighcourt.nic.in/writereaddata/recruitment/PDF/recruitbom2021021800015959.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.