IBPS ଅଧୀନରେ ଖାଲିପଡିଛି ୬୦୩୫ କ୍ଲର୍କ ପଦବୀ, ଗ୍ରାଜୁଏସନ ସହିତ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ

ବ୍ୟାଙ୍କରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଇବିପିଏସ୍‌ ତରଫରୁ ଦେଶରେ ବିଭିନ୍ନ ବ୍ୟାଙ୍କରେ କ୍ଲର୍କ ପଦବୀ ଖାଲିପଡିଛି। ଏଥିପାଇଁ ନୋଟିଫିକେସନ ଜାରି ହୋଇଯାଇଛି। ଦେଶରେ ୧୧ଟି ବ୍ୟାଙ୍କରେ ୬୦୩୫ କ୍ଲର୍କ ପଦବୀ ଖାଲିପଡିଛି। ଏହି ପ୍ରକ୍ରିୟା ଜୁଲାଇ ୧, ୨୦୨୨ ଆରମ୍ଭ ହୋଇସାରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଆଇବିପିଏସର ଅଫିସିଆଲ େଓ୍ଵବସାଇଟ୍‌ ibps.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୩୦ ଜୁଲାଇ ୨୦୨୨ ରହିଛି।

ଆଇବିପିଏସ୍‌ ଦ୍ୱାରା ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ମାଧ୍ୟମରେ କରାଯିବ। ଏହି ପଦବୀ ପାଇଁ ପ୍ରାରମ୍ଭିକ ପରୀକ୍ଷା ୨୮ ଅଗଷ୍ଟରୁ ଆରମ୍ଭ କରି ୩ ଏବଂ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବ। ସେହିପରି ମେନ ପରୀକ୍ଷା ୮ ଅକ୍ଟୋବର ୨୦୨୨ରେ ଆୟୋଜିତ ହେବ।

ଏହି ପଦବୀ ପାଇଁ ନିଯୁକ୍ତି ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ମହାରାଷ୍ଟ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କରେ ହେବ। ଏହି ପଦବୀ ପାଇଁ ଓଡିଶା ୧୨୬ଟି ସିଟ୍‌ ଖାଲିପଡିଛି।
ପଦବୀ ବିବରଣୀ : ୬୦୩୫

ଶିକ୍ଷାଗତ ଯୋଗ୍ୟତା : କ୍ଲର୍କ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ କରିବା ଜରୁରୀ। ଏହାଛଡା ପ୍ରାର୍ଥୀଙ୍କ ପାଖରେ କମ୍ପ୍ୟୁଟର ସିଷ୍ଟମ ଅପରେସନ ଜ୍ଞାନ ଥିବା ଜରୁରୀ। ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବେ।

ବୟସ ସୀମା : ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ଅଧିକତମ ବୟସ ୨୮ ବର୍ଷ ହେବା ଜରୁରୀ।

ପରୀକ୍ଷା କାର୍ଯ୍ୟସୂଚୀ : ଆଇବିପିଏସ୍‌ ଦ୍ୱାରା କ୍ଲର୍କ ପଦବୀ ପାଇଁ ଆୟୋଜିତ ହୋଇଥିବା ପରୀକ୍ଷାରେ ୧୦୦ ମାର୍କର ୧୦୦ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ। ପ୍ରଶ୍ନର ଭୁଲ ଉତ୍ତର ଦେଲେ ୪ଟି ଠିକ୍‌ ଉତ୍ତରରୁ ଗୋଟିଏ ମାର୍କ କଟାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ibpsonline.ibps.in/crpcl12jun22/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.