ONGC ରେ ମେଡିକାଲ ଅଫିସର ପଦବୀ ପଡିଛି ଖାଲି, ମାସକୁ ଦରମା ଲକ୍ଷେରୁ ଅଧିକ

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ପକ୍ଷରୁ ଚୁକ୍ତିଭିତ୍ତିକ ଆଧାରରେ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ହେଉଛି। ଓଏନଜିସିରେ ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁ ଜରିଆରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ଏହା ଅଧିନରେ ୯ଟି ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ହେବ। ଆବେଦନ କରିବା ପାଇଁ କୌଣସି ଅଧିକତମ ବୟସ ସୀମା ନିର୍ଦ୍ଧାରିତ କରାଯାଇନାହିଁ। ପ୍ରାର୍ଥୀ କେବଳ ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁ ତାରିଖ ଏବଂ ଯୋଗ୍ୟତା ସହିତ ଆବେଦନ କରିପାରିବେ। ଓଏନଜିସି ଦ୍ୱାରା ଜାରି ହୋଇଥିବା ଅଫିସିଆଲ ନୋଟିଫିକେସନ ଅନୁସାରେ ଓଏନଜିସି ଭର୍ତ୍ତି ୨୦୨୨ ପାଇଁ ରେଜିଷ୍ଟ୍ରସନ ହେବା ପରେ ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁ ପାଇଁ ରହିବାକୁ ପଡିବ।

ପଦବୀ ବିବରଣୀ: ୯

ଜେନେରାଲ ଡେପୁଟି ମେଡିକାଲ ଅଫିସର: ୬

ଫିଲ୍ଡ ମେଡିକାଲ ଅଫିସର: ୨

ହୋମିଓପାଥି : ୧

ଇଣ୍ଟରଭ୍ୟୁ ବିବରଣୀ : ଫିଲ୍ଡ ମେଡିକାଲ ଅଫିସର ଏବଂ ଜେନେରାଲ ଡେପୁଟି ମେଡିକାଲ ଅଫିସର ପଦ ପାଇଁ ଇଣ୍ଟରଭ୍ୟୁ ଦେଉଥିବା ପ୍ରାର୍ଥୀ ୪ ଜୁଲା ୨୦୨୨ ମଧ୍ୟରେ ରିପୋର୍ଟ କରିବାକୁ ହେବ। ସେହିପରି ହୋମିଓପାଥି ଡାକ୍ତର ପଦବୀ ପାଇଁ ଇଣ୍ଟରଭ୍ୟୁ ଦେଉଥିବା ପ୍ରାର୍ଥୀ ୫ ଜୁଲାଇ ୨୦୨୨କୁ ରିପୋର୍ଟ କରିବାକୁ ହେବ।

ରିପୋର୍ଟିଂ ସମୟ ଏବଂ ସ୍ଥାନ :

ରିପୋର୍ଟିଂ କରିବାର ସମୟ ସକାଳ ୯ଟାରୁ ୧୧ ଟା ପର୍ଯ୍ୟନ୍ତ ରହିଛି।

ସ୍ଥାନ : ଓଏନଜିସି ଅଫିସର୍ସ କ୍ଲବ, ଓଏନଜିସି, ମକରାପୁରା ରୋଡ, ଭଡୋଦରା

ଶିକ୍ଷାଗତ ଯୋଗ୍ୟତା :

ଜେନେରାଲ ଡେପୁଟି ମେଡିକାଲ ଅଫିସର ପଦବୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଖରେ ବ୍ୟାଚଲର ଅଫ ମେଡିସିନ କିମ୍ବା ବ୍ୟାଚଲର ଅଫ ସର୍ଜରୀ ଡିଗ୍ରୀ ରହିଥିବା ଜରୁରୀ।

ଫିଲ୍ଡ ମେଡିକାଲ ଅଫିସର : ଏହି ପଦବୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଥିବା ପ୍ରାର୍ଥୀଙ୍କ ପାଖରେ ବ୍ୟାଚଲର ଅଫ ମେଡିସିନ ଏବଂ ବ୍ୟାଚଲର ଅଫ ସର୍ଜରୀ ଡିଗ୍ରୀ ଥିବା ଜରୁରୀ।

ହୋମିଓପାଥି : ପ୍ରାର୍ଥୀଙ୍କ ପାଖରେ ବ୍ୟାଚଲର ଅଫ ହୋମିଓପାଥିକ ମେଡିସିନ ଆଣ୍ଡ ସର୍ଜରୀରେ ଡିଗ୍ରୀ ହେବା ଜରୁରୀ।

ଦରମା :

ଜେନେରାଲ ଡେପୁଟି ମେଡିକାଲ ଅଫିସର : ୧ ଲକ୍ଷ

ଫିଲ୍ଡ ମେଡିକାଲ ଅଫିସର: ୧ ଲକ୍ଷରୁ ଅଧିକ

ହୋମିଓପାଥି: ୬୫ ହଜାର ମାସିକ

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://studycafe.in/wp-content/uploads/2022/06/ONGC-Recruitment.pdf

You might also like