ଆସନ୍ତା ଏପ୍ରିଲ ପହିଲାରୁ ବଢିପାରେ ଗାଡି ବୀମା ରାଶି, ଜାଣନ୍ତୁ କାହାର କେତେ ରହିବ ଦର

ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ଲାଗି ରହିଥିବାରୁ ଗାଡି ଗୁଡିକର ତୃତୀୟ ପକ୍ଷ ବୀମା ପ୍ରିମିୟମରେ କୌଣସି ପ୍ରକାର ସଂଶୋଧନ ହୋଇପାରିନାହିଁ । ଆସନ୍ତା ଏପ୍ରିଲ ମାସ ପହିଲାରୁ ଏହା ବଢିବା ନେଇ ସମ୍ଭାବନା ଥିବା ଜଣାଯାଇଛି । କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରାଳୟ ତରଫରୁ ତୃତୀୟ ପକ୍ଷ ଗାଡି ବୀମା ପ୍ରିମିୟମର ଏକ ଚିଠା ବିଜ୍ଞାପତି ଜାରି ହୋଇଛି । ଯେଉଁଥିରେ ୧୦୦୦ ସିସି କ୍ଷମତା ସମ୍ପର୍ଣ୍ଣ ଗାଡିର ତୃତୀୟ ପକ୍ଷ ବୀମା ପ୍ରିମିୟମ ରାଶି ୨୦୯୪ ଟଙ୍କାକୁ ବଢ଼ାଇ ଦିଆଯିବ । କହିରଖିବା ଉଚିତ ହେବକି ୨୦୧୯ – ୨୦ ଠାରୁ ଏହି ରାଶି ୨୦୭୨ ଟଙ୍କା ରହିଛି । ୧୦୦୦ ସିସିରୁ ୧୫୦୦ ସିସି କ୍ଷମତା ବିଶିଷ୍ଟ ଘରୋଇ ଗାଡିର ତୃତୀୟ ପକ୍ଷ ବୀମା ପ୍ରିମିୟମ ୩୪୧୬ ଟଙ୍କା, ୧୫୦୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଗାଡିର ବୀମା ପ୍ରିମିୟମ ରାଶି ୭୮୯୦ ଟଙ୍କାକୁ ବୃଦ୍ଧି ନେଇ ପ୍ରସ୍ତାବ ରହିଥିବା ଜଣାଯାଇଛି ।

ଯେବେକି ବର୍ତ୍ତମାନ ସମୟରେ ଏହି ବର୍ଗର ଗାଡି ଗୁଡିକର ପ୍ରିମିୟମ ଯଥାକ୍ରମେ ୩୨୨୧ ଟଙ୍କା ଓ ୭୮୯୦ ଟଙ୍କା ରହିଥିବା ନେଇ ଖବର ମିଳିଛି । ଯେବେକି ୧୫୦ ସିସିରୁ ଅଧିକ ଓ ୩୫୦ ସିସିରୁ କମ କ୍ଷମତା ସମ୍ପର୍ଣ୍ଣ ଦୁଇ ଚକିଆ ଗାଡି ପାଇଁ ୧୩୬୬ ଟଙ୍କା ଓ ୩୫୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ଗାଡି ପାଇଁ ୨୮୦୪ ଟଙ୍କା ପ୍ରିମିୟମ ଆଦାୟ ନେଇ ପ୍ରସ୍ତାବ ରହିଥିବା ଜଣାଯାଇଛି । ଘରୋଇ ବିଦ୍ୟୁତ କାର, ଦୁଇ ଚକିଆ ବିଦ୍ୟୁତ ଗାଡି, ବିଦ୍ୟୁତ ଦ୍ୱାରା ଚାଲୁଥିବା ବାଣିଜ୍ୟିକ ଯାନ ତଥା ଯାତ୍ରୀବାହି ଯାନର ପ୍ରିମିୟମରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଲାଗୁ ହେବା ନେଇ ପ୍ରସ୍ତାବ ରହିଛି । ହାଇବ୍ରିଡ ମୋଟର ଯାନର ତୃତୀୟ ପକ୍ଷ ବୀମାର ମଧ୍ୟ ୭.୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବା ନେଇ ଯୋଜନା ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.