IRCTC : ସାମ୍ନାକୁ ଆସିଲା ବନ୍ଦେ ଭାରତ ଏକ୍ସପ୍ରେସର ଫେୟାର ଲିଷ୍ଟ,ଜାଣନ୍ତୁ କେଉଁ କ୍ଲାସର ରହିଛି କେତେ ଦାମ୍

IRCTC : ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଫେୟାର ଲିଷ୍ଟ ସାମ୍ନାକୁ ଆସି ଯାଇଛି। ଦିଲ୍ଲୀ ରୁ ବାରଣାସୀ ମଝିରେ ଚାଲୁଥିବା ଟ୍ରେନ ୧୮ ରେ ଏସି ଚେୟାର କାରର ଟିକେଟର ମୂଲ୍ୟ ୧୮୫୦ ରହିଥିବାବେଳେ ଏକ୍ଜିକୁଟିଭ କ୍ଲାସ ପାଇଁ ଯାତ୍ରୀଙ୍କୁ ୩୫୨୦ ଟଙ୍କା ଦେବାକୁ ହେବ। ଏହା ସହିତ କେଟରିଙ୍ଗ୍ ସେବାର ମୂଲ୍ୟ ମଧ୍ୟ ସାମିଲ ରହିଛି।

ଅଧିକାରୀଙ୍କ ଅନୁଯାୟୀ ବନାରସ ରୁ ଦିଲ୍ଲୀ ଫେରିବାରେ ଚେୟାର କାରର ଟିକେଟ ୧,୭୯୫ ଟଙ୍କା ହେବ, ଯେଉଁଥିରେ ଏକ୍ଜିକୁଟିଭ୍ କ୍ଲାସ ପାଇଁ ୩୪୭୦ ଟଙ୍କା ଦେବାକୁ ହେବ। ଏହି ଟ୍ରେନରେ ଚେୟାର କାରର ଟିକେଟ(ସମାନ ରୁଟ୍ ରେ)ର ଦାମ ଶତାବ୍ଦୀରୁ ପ୍ରାୟ ଦେଢ଼ ଗୁଣା ଅଧିକ ଅଟେ। ସେହିଭଳି ଏହାର ଏକ୍ଜିକୁଟିଭ୍ କ୍ଲାସର ମୂଲ୍ୟ ଶତାବ୍ଦୀର ଫାଷ୍ଟ କ୍ଲାସ ରୁ ପ୍ରାୟ ୧.୪ ଗୁଣ ଅଧିକ ଅଟେ।

baranasiଫେବୃଆରୀ ୧୫ରେ ଏହି ସେମି-ହାଇ ଷ୍ପିଡ ଟ୍ରେନକୁ ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ। ଏହି ଟ୍ରେନରେ ଦୁଇ ପ୍ରକାର କ୍ଲାସ ରହିଛି, ପ୍ରଥମ-ଏକ୍ଜିକୁଟିଭ୍ ଏବଂ ଅନ୍ୟଟି ଚେୟାର କାର।

ନିଶ୍ଚୟ ପଢ଼ନ୍ତୁ : ଯଦି ଆପଣଙ୍କ ପାଖରେ ଅଛି LICର ପଲିସି ତେବେ ପଢ଼ନ୍ତୁ ଏହି ଖବର,ଗ୍ରାହକଙ୍କୁ ପଠାଯାଉଛି ଏହି ଖାସ SMS

ନୂଆ ଦିଲ୍ଲୀରୁ କାଶି ଯାତ୍ରା ସମୟରେ ଏକ୍ଜିକୁଟିଭ୍ କ୍ଲାସରେ ସକାଳୁ ଚା‘-ନାସ୍ତା ଏବଂ ଲଞ୍ଚରେ ୩୯୯ ଟଙ୍କା ଦେବାକୁ ହେବ। ସେହିଭଳି ଚେୟାର କାରରେ ଏହି ସେବା ପାଇଁ ୩୪୪ ଟଙ୍କା ପଡିବ। ନୂଆ ଦିଲ୍ଲୀରୁ କାନପୁର ଏବଂ ପ୍ରୟାଗରାଜ୍ ଯାଉଥିବା ଯାତ୍ରୀଙ୍କୁ ଏକ୍ଜିକୁଟିଭ୍ ଏବଂ ଚେୟାର କ୍ଲାସ ପାଇଁ କ୍ରମଶଃ ୧୫୫ ଏବଂ ୧୨୨ ଟଙ୍କା ଦେବାକୁ ହେବ।

ଟ୍ରେନ-୧୮କୁ ଜଡିତ ଥିବା ଏହି ପ୍ରମୁଖ କଥା :

vande bharat express-ଟ୍ରେନ-୧୮, ମୋଦି ସରକାରଙ୍କ ମେକ-ଇନ-ଇଣ୍ଡିଆରେ ୯୭ କୋଟି ଟଙ୍କାରେ ନିର୍ମିତ ହୋଇଛି। ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହାକୁ ତିଆରି କରାଇବା ପାଇଁ ୧୮ ମାସ ଲାଗିଛି।

-ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବରୁ ଶତାବ୍ଦୀ ଦେଶର ତ୍ରୁତୀୟ ସବୁଠାରୁ ଦ୍ରୁତଗତି ବିଶିଷ୍ଟ ଟ୍ରେନ ଥିଲା। ଏହା ସମୟକୁ ପାଖାପାଖି ୧୫ ପ୍ରତିଶତ କମ୍ କରିଦେବ। ଭାରତୀୟ ରେଳ ବର୍ତ୍ତମାନ ଟ୍ରେନ-୨୦ ଉପରେ କାମ କରିବାକୁ ଯୋଜନା କରୁଛି।

Leave A Reply

Your email address will not be published.