ଏବେ ନୂଆଗାଡ଼ିରେ ବି ବ୍ୟବହାର କରିପାରିବେ ପୁରୁଣା ନମ୍ବର, ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା

ଗାଡ଼ି କିଛିଦିନ ପୁରୁଣା ହୋଇଗଲେ ଆମେ ତାକୁ ବିକ୍ରି କରିଦେଉ କିମ୍ବା ବଦଳାଇ ଦେଉ। ଗାଡ଼ି ପରିବର୍ତ୍ତନ କରିବା ପରେ ଗାଡ଼ି ସହ ପୁରୁଣା ନମ୍ବର ମଧ୍ୟ ବଦଳିଯାଇଥାଏ। ଯାହାକୁ ପୁଣିଥରେ ନିଜ ନାଁକୁ ଆଣିବା ଅସମ୍ଭବ। ଏଭଳିସ୍ଥିତିରେ ଲୋକମାନେ ନିଜ ଲକି ନମ୍ବରକୁ ହରାଇଥାନ୍ତି। ତେବେ ଏବେ ଗାଡ଼ି ମାଲିକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବ୍‌ଶୀଘ୍ର ଭାରତରେ ଗାଡ଼ି ନମ୍ବର ପୋର୍ଟାବିଲିଟି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ଅର୍ଥାତ୍‌ ଏହି ନିୟମ ଲାଗୁ ହେବା ପରେ ଆପଣ ନୂଆ ଗାଡ଼ିରେ ମଧ୍ୟ ପୁରୁଣା ଗାଡ଼ିର ନମ୍ବର ବ୍ୟବହାର କରିପାରିବେ।

ଏହାସହ ପଢ଼ନ୍ତୁ: ଏହି ଦୀପାବଳିରେ ସ୍ୱିଗି ଓ ଜୋମାଟୋକୁ କଡ଼ା ଟକ୍କର ଦେବ ଆମାଜନ୍‌, ଗ୍ରାହକ ବି ପାଇବେ ସୁବିଧା

ପୂର୍ବରୁ ଦିଲ୍ଲୀରେ ପୋର୍ଟାବିଲିଟି ସୁବିଧା ଉପଲବ୍ଧ ଥିଲା। ଏବେ ଉତ୍ତର ପ୍ରଦେଶର ନୋଏଡାରେ ଏହି ଯୋଜନା ଲାଗୁ ହେବାକୁ ଯାଉଛି। ଏହି ଯୋଜନା ଅନୁସାରେ ପୁରୁଣା ନମ୍ବରକୁ ଯେକୌଣସି ନୂଆ ଗାଡ଼ି ପାଇଁ ବ୍ୟବହାର କରାଯାଇପାରିବ। ଦୁଇଚକିଆ ଯାନ ପାଇଁ ୨୦ ହଜାର ଓ ଚାରିଚକିଆ ପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କିନ୍ତୁ ପୁରୁଣା ଗାଡ଼ି ପାଇଁ ଯେଉଁ ନମ୍ବର ମିଳିବ ସେଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନାହିଁ।

ଉତ୍ତର ପ୍ରଦେଶ ପରିବହନ ବିଭାଗ ନମ୍ବର ପୋର୍ଟାବିଲିଟି ପାଇଁ ଦୁଇଟି ସର୍ତ୍ତ ରଖିଛି। ସର୍ତ୍ତ ଅନୁସାରେ, ଯେଉଁ ପୁରୁଣା ଗାଡ଼ି ନମ୍ବର ନୂଆ ଗାଡ଼ି ଉପରେ ନିଆଯିବ ତାହାର ରେଜିଷ୍ଟ୍ରେସନ୍‌ ସର୍ବନିମ୍ନ ୩ ବର୍ଷ ଯାଏଁ ଗାଡ଼ି ମାଲିକଙ୍କ ନାଁରେ ରହିଥିବ। ଦ୍ୱିତୀୟ ସର୍ତ୍ତ ହେଉଛି ଯାହା ନାଁରେ ପୁରୁଣା ଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇଛି କେବଳ ତାଙ୍କ ନାଁରେ ହିଁ ନୂଆ ଗାଡ଼ି ରେଜିଷ୍ଟ୍ରେସନ୍‌ ହୋଇପାରିବ। ଏହି ଦୁଇଟି ସର୍ତ୍ତ ପୂରଣ ହେଲେ ହିଁ ଜଣେ ନମ୍ବର ପୋର୍ଟାବଲ କରିପାରିବ।

Leave A Reply

Your email address will not be published.