Vespa ଭାରତରେ ଶୀଘ୍ର ଲଞ୍ଚ୍‌ କରିବ ନୁଆ ଇଲେକଟ୍ରିକ୍‌ ସ୍କୁଟର, ଜାଣନ୍ତୁ କଣ ରହିଛି ଏଥିରେ ଖାସ୍‌

ଭାରତୀୟ ବଜାରରେ ଇଲେକଟ୍ରିକ ସ୍କୁଟରର ସେଗମେଣ୍ଟରେ ଆଉ ଏକ ବଢ଼ିଆ ସ୍କୁଟରର ଏଣ୍ଟ୍ରି ହେବାକୁ ଯାଉଛି। ଇଟାଲିୟନ ବାହନ ନିର୍ମାତା କମ୍ପାନୀ Piaggio ଏବେ ଭାରତୀୟ ବଜାରରେ ନିଜର ଲୋକପ୍ରିୟ ବ୍ରାଣ୍ଡ Vespaର ନୂଆ ଇଲେକଟ୍ରିକ ମଡେଲକୁ ଲଞ୍ଚ୍‌ କରିବା ପ୍ରସ୍ତୁତିରେ ରହିଛି।

ନିକଟରେ କମ୍ପାନୀର ସିଇଓ ଏହା ଜଣାଇଥିଲେ ଯେ କମ୍ପାନୀ ଭେସପାର ଇଲେକଟ୍ରିକ୍‌ ସ୍କୁଟରକୁ ବହୁତ ଜଲଦି ଭାରତୀୟ ବଜାରରେ ଲଞ୍ଚ୍‌ କରିବ। ଯଦିଓ ଏବେ ସୁଦ୍ଧା ଏହାକୁ ନେଇ କୌଣସି ସୂଚନା ମିଳିନାହିଁ ଯେ ନୂଆ ମଡେଲର ନାମ କଣ ହେବ। ଗତ ଅଟୋ ଏକ୍ସପୋରେ କମ୍ପାନୀ ନିଜର Vespa Elettrica ମଡେଲକୁ ପ୍ରେଜେଣ୍ଟ କରିଥିଲା କିନ୍ତୁ ଯାହା ଜଣାପଡିଛି ଯେ ଏହା ତାହାଠାରୁ ଅଲଗା ମଡେଲର ହେବ।

ଖବର ଅନୁଯାୟୀ ଏହି ମଡେଲର ଡିଜାଇନ୍‌ Elettrica ଭଳି ହେବ କିନ୍ତୁ ଏହା ତାଠାରୁ ଅଧିକ ଖାସ୍‌ ହେବ। ଯାହାକୁ ଭାରତୀୟ ବଜାରକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯିବ। କମ୍ପାନୀର ସିଇଓ ଏହା ମଧ୍ୟ ଜଣାଇଛନ୍ତି ଯେ ଏହି ଇଲେକଟ୍ରିକ ସ୍କୁଟର ପାଇଁ କମ୍ପାନୀ ତା ନିଜର ଟେକନିକକୁ ବ୍ୟବହାର କରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ସେ କୌଣସି ବି ଆଇଟ୍‌ ସାଇଡ୍‌ ଭେଣ୍ଡର ଠାରୁ ମୋଟର କିମ୍ବା ଅନ୍ୟ ଟେକିନକର ସାହାଯ୍ୟ ନେବନାହିଁ।

vesppaaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୟୁରୋପର ମାର୍କେଟରେ କମ୍ପାନୀ ପୂର୍ବରୁ ହିଁ Vespa Elettricaର ବିକ୍ରି କରୁଛି। ଏଥିରେ ରାଉଣ୍ଡ ହେଡଲ୍ୟାମ୍ପ, କର୍ବି ଫ୍ରଣ୍ଟ ଏପ୍ରନ ଏବଂ ଏପ୍ରନ ପର ମାଉଁଟେଡ ଇଣ୍ଡିକେଟର୍ସ ଭଳି ଫିଚର୍ସ ଦିଆଯାଇଛି। LED ପ୍ୟାନେଲ ସହିତ ଏଥିରେ ୪.୩ ଇଞ୍ଚର ଫୁଲି ଡିଜିଟାଲ ଇନଷ୍ଟମେଣ୍ଟ ପ୍ୟାନେଲ, ସ୍ମାର୍ଟଫୋନ କନେକ୍ଟିଭିଟି, ବ୍ଲୁଟୁଥ ଏବଂ ରିଭର୍ସ ମୋଡ୍‌ ମଧ୍ୟ ଦିଆଯାଇଛି।

ମୋଟର ଏବଂ ପାଓ୍ଵାରଟ୍ରେନ ବିଷୟରେ କହିବା ତ କମ୍ପାନୀ ଏହି ସ୍କୁଟରରେ ୪ kWର କ୍ଷମତାର ବ୍ରସଲେସ୍‌ DC ଇଲେକଟ୍ରିକ ମୋଟର ଦିଆଯାଇଛି। ଯାହା ୨୦୦ ଏନଏମର ଟର୍କ ଜେନେରେଟ୍‌ କରିଥାଏ। ଏହି ସ୍କୁଟର ସିଙ୍ଗଲ୍‌ ଚାର୍ଜରେ ୧୦୦ କିଲୋମିଟର ପର୍ଯ୍ୟନ୍ତର ଡ୍ରାଇଭିଙ୍ଗ୍‌ ରେଞ୍ଜ୍‌ ପ୍ରଦାନ କରିଥାଏ ଏବଂ ଏହାକୁ ଫୁଲ୍‌ ଚାର୍ଜ ହେବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.