ଭାରତରେ Vi ଲଞ୍ଚ କଲା ପାଞ୍ଚଟି ନୂଆ ପ୍ଲାନ, ଗ୍ରାହକଙ୍କୁ ମିଳିବ ଏହିସବୁ ସୁବିଧା

ଭୋଡାଫୋନ-ଆଇଡିଆ ଅର୍ଥାତ୍‌ (ଭିଆଇ) ନିଜର ନୂଆ ପ୍ରିପେଡ ପ୍ଲାନକୁ ଭାରତୀୟ ବଜାରରେ ଲଞ୍ଚ କରିଛି। ଏହି ପ୍ଲାନର ମୂଲ୍ୟ ୩୫୫ ଟଙ୍କାରୁ ଆରମ୍ଭ ହୋଇ ୨,୫୯୫ ଟଙ୍କା ରହିଛି। ଏହି ପ୍ଲାନରେ ଗ୍ରାହକଙ୍କୁ କଲିଂ ସହିତ ଡାଟା ସମେତ ଓଟିଟି ଆପ୍‌ର ମଧ୍ୟ ଫାଇଦା ମିଳିବ।

ଭିଆଇର ୩୫୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୫୦ ଜିବି ଡାଟା ଏବଂ ୨୮ ଦିନର ଅବଧି ମିଳିବ। ଏହି ପ୍ଲାନରେ ଗ୍ରାହକଙ୍କୁ କୌଣସି କଲିଂର ସୁବିଧା ମିଳିବ ନାହିଁ। ସେହିପରି ୪୦୫ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୯୦ ଜିବି ଡାଟା, ଅନଲିମିଡେଟ ଭଏସ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମିଳିବ। ଏହି ପ୍ଲାନରଅବଧି ୨୮ ଦିନ ରହିଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଏମପିଏଲ ଗେମ୍ସ ଖେଳିବା ପାଇଁ ୧୨୫ ଟଙ୍କିଆ ସୁନିଶ୍ଚିତ କ୍ୟାସ ବୋନସ ଏବଂ ଜୋମାଟୋରେ ଫ୍ଲାଟ ୭୫ ଟଙ୍କା ଡିସକାଉଣ୍ଟ ମିଳିବ।

vi

ଏହାଛଡା ୫୯୫ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ ଜିବି ଡାଟା, ଅନଲିମିଟେଡ ଫ୍ରି କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମିଳିବ। ଏହାସହିତ ଜମାଟୋ ଏବଂ ଏମପିଏଲ୍‌ ଅଫରର ଲାଭ ମିଳିବ। ଏହାର ଅବଧି ୫୬ ଦିନ ରହିଛି। ୭୯୫ ଟଙ୍କିଆ ପ୍ଲାନ ଏବଂ ୨,୫୯୫ ପ୍ଲାନରେ ପୂର୍ବ ପ୍ଲାନ ଭଳି ଅନ୍ୟ ସୁବିଧା ରହିଥିବା ବେଳେ ଏହାର ଅବଧି ଯଥାକ୍ରମେ ୮୪ ଏବଂ ୩୬୫ ଦିନ ରହିଛି। ଆଉ ୨,୫୯୫ ପ୍ଲାନରେ ବର୍ଷେ ପର୍ଯ୍ୟନ୍ତ ଜି ୫ ପ୍ରିମିୟମ ସବସ୍କ୍ରିପସନ ମଧ୍ୟ ମିଳିବ।

Leave A Reply

Your email address will not be published.