Vi ର ନୂଆ ପ୍ଲାନରେ ଦିନକୁ ମନ ଇଚ୍ଛା ବ୍ୟବହାର କରନ୍ତୁ ଡାଟା, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ଭୋଡାଫୋନ-ଆଇଡିଆର ରିବ୍ରାଣ୍ଡେଡ ଭର୍ସନ Vi ଭାରତରେ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଏହି ପ୍ରିପେଡ ପ୍ୟାକ୍‌ରେ ୟୁଜର୍ସଙ୍କୁ ୧୦୦ ଜିବି ଡାଟାରେ ୪G ଡାଟା ୩୫୧ ଟଙ୍କାରେ ମିଳିବ। ଯାହାର ଭାଲିଡିଟି ୫୬ ଦିନ ରହିବ। ଏହି ପ୍ଲାନରେ ପ୍ରତିଦିନ ଡାଟା ୟୁଜ କରିବାର ଲିମିଟ୍‌ ରହିବ ନାହିଁ। ଏହି ପ୍ଲାନରେ ଛାତ୍ରଛାତ୍ରୀ, ଓ୍ଵାର୍କ ଫ୍ରମ ହୋମ ପ୍ରଫେସନାଲ ଏବଂ ଗେମ ଖେଳୁଥିବା ଲୋକଙ୍କୁ ଧ୍ୟାନରେ ରଖି କରାଯାଇଛି।

Vi ର ନୂଆ ୩୫୧ ପ୍ଲାନରେ ୟୁଜର୍ସଙ୍କୁ ୧୦୦ ଜିବି 4G/3G ଡାଟା ମିଳିବ। ଏଥିରେ କୌଣସିFUP ଲିମିଟ୍‌ ରହିବ ନାହିଁ। ଏହି ପ୍ଲାନରେ ୫୬ ଦିନର ଭାଲିଡିଟି ରହିବ। ଏହାଛଡା ଗ୍ରାହକଙ୍କୁ କେବଳ ୧୦୦ ଜିବି ଡାଟା ହିଁ ମିଳିବ। ଡାଟା ସହିତ କଲିଂ କିମ୍ବା ଏସଏମଏସର ଫାଇଦା ମିଳିବ ନାହିଁ।

vi

ଏହାହିତ Vi ପ୍ଲାନରେ ନିକଟରେ ୧୦୯ ଟଙ୍କିଆ ଏବଂ ୧୬୯ ଟଙ୍କିଆ ଦୁଇଟି ନୂଆ ପ୍ରିପେଡ ପ୍ଲାନ ମଧ୍ୟ ଲଞ୍ଚ କରିଥିଲା। ଏହି ଦୁଇଟି ପ୍ଲାନର ବୈଧତା ୨୦ ଦିନ ପର୍ଯ୍ୟନ୍ତ ରହିଛି। ଯେଉଁଥିରେ ଅନଲିମିଡେଟ୍‌ କଲିଂ ସୁବିଧା ରହିଛି। ୧୦୯ ଟଙ୍କିଆ ପ୍ଲାନରେ ଅନଲିମିଡେଟ କଲିଂ, ୧ ଜିବି ଡାଟା, ୩୦୦ ଏମଏମଏସର ସୁବିଧା ରହିବ। ସେହିପରି ୧୬୯ ପ୍ଲାନରେ ଫ୍ରି କଲିଂ, ୧ ଜିବି ଡାଟା ଏବଂ ପ୍ରତିଦିନ ୧୦୦ ଏସଏମଏସ୍‌ ସୁବିଧା ମିଳିବ।

Leave A Reply

Your email address will not be published.