ଏବେ Visa ଡେବିଟ କାର୍ଡରେ କରିହେବ ଅଫଲାଇନ ପେମେଣ୍ଟ, ଜାଣନ୍ତୁ କଣ ରହିଛି ନିୟମ

ଇଣ୍ଟରନେଟ ଆଉ ନେଟଓ୍ଵାର୍କ ସମସ୍ୟା କାରଣରୁ ଅନଲାଇନ ପେମେଣ୍ଟ ଦେବାରେ ଅସୁବିଧା ହେଉଛି କି ? ଯଦି ଏଭଳି ହେଉଛି ତେବେ ଆଉ ଚିନ୍ତା ନାହିଁ। ଆରାମରେ ଆପଣ ଏବେ ଅଫଲାଇନରେ ମଧ୍ୟ ପେମେଣ୍ଟ କରିପାରିବେ। ଭିଜା ଡେବିଟ କାର୍ଡ ସାହାଯ୍ୟରେ ଆପଣ ଅଫଲାଇ ନ ପେମେଣ୍ଟ କରିପାରିବେ। ଜାଣନ୍ତୁୂ କେମିତି..

ଭିସା କମ୍ପାନୀ ଇନୋଭିଟି କମ୍ପାନୀ ସହ ମିଶି ଭାରତରେ ଅଫଲାଇନ କାର୍ଡ ପେମେଣ୍ଟ ପାଇଁ ପ୍ରୁଫ ଅଫ କନସେପ୍ଟକୁ ଆଗକୁ ବଢାଇବାକୁ ଚେଷ୍ଟା ଚଳାଇଛି । ଯାହାଦ୍ୱାରା ଚିପ ଉପରେ ଆଧାରିତ ବିଜାର ଡେଭିଟ କାର୍ଡରୁ କେଉଁଠାରୁ କେଉଁଠିକି ବି ସହଜରେ ପେମେଣ୍ଟ କରାଯାଇ ପାରିବ । ଯେଉଁ ସବୁ ସ୍ଥାନରେ ନେଟୱାର୍କକୁ ନେଇ କୌଣସି ଅସୁବିଧା ଥିବ ସେହି ସବୁ ସ୍ଥାନରେ ବି ଏହା ଜରିଆରେ ଡିଜିଟାଲ ପେମେଣ୍ଟ ଅତି ସହଜରେ କାର୍ଯ୍ୟ କରିପାରିବ । ଏହି ନୂଆ ଭିସା ଡେବିଟ କାର୍ଡରେ, ୟୁଜର ମାନେ ଅର୍ଥ ଜମା କରିବା ସହ ଅଫଲାଇନ ପେମେଣ୍ଟର ବି ସୁବିଧା ପାଇପାରିବେ । ମୋବାଇଲ ୱାଲେଟରେ ଟଙ୍କା ରଖିବା ପରି ଏହା ବି ଖୁବ ସହଜ । ଅନ୍ୟପକ୍ଷରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି ବ୍ୟବସ୍ଥାରେ ଦିନକୁ ଅତି ବେଶୀରେ ୨ ହଜାର ଟଙ୍କା ପର୍ଯ୍ୟନ୍ତର ଟ୍ରାଞ୍ଜାକ୍ସନ କରାଯାଇପାରିବ ।

କିନ୍ତୁ ପ୍ରତି ଟ୍ରାଞ୍ଜାକ୍ସନର ଅବଧି ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଯଦି କୌଣସି କାର୍ଡରେ ପର୍ଯ୍ୟାପ୍ତ ବାଲାନ୍ସ ନାହିଁ ତେବେ ଟ୍ରାଞ୍ଜାକ୍ସନକୁ ଡିକ୍ଳାଇନ କରିଦିଆଯିବ । ଏହାଦ୍ୱାରା ବେପାରୀ ମାନଙ୍କୁ କମ ଫ୍ରୀକ୍ସନ ଓ ପେମେଣ୍ଟ ଫେଂଲିଓର ପରି ଘଟଣାରୁ ଅଧିକ ରେଭିନ୍ୟୁ ମିଳିବ । ବିଜାର ଏହି ଷ୍ଟର୍ଡ଼ ଭ୍ୟାଲ୍ୟୁ କାର୍ଡ ଓ ପ୍ରିପେଡ଼ କାର୍ଡ ମଧ୍ୟରେ ଫରକ ହେଉଛିକି ବିଜା କାର୍ଡରେ ୟୁଜର ମାନଙ୍କୁ ଚିପରେ ଟଙ୍କା ଷ୍ଟୋର କରିବା ନେଇ ଅପସନ ମିଳିପାରିବ । ପ୍ରିପେଡ଼ କାର୍ଡରେ ନେଟୱାର୍କ କ୍ଲାଉଡ଼ରେ ଭେରିଫିକେସନ ହୋଇଥାଏ । କିନ୍ତୁ ଏହି କାର୍ଡର ଚିପରେ ଟଙ୍କା ଷ୍ଟୋର ହେବ ଆଉ ଅଫଲାଇନରେ ଡିଜିଟାଲ ପେମେଣ୍ଟ କରାଯାଇପାରିବ ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମୟରେ ଡେବିଡ କାର୍ଡ ୟେସ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ଗ୍ରାହକଙ୍କ ବିନା କନେକ୍ଟିଭିଟିରେ ଟ୍ରାଞ୍ଜାକ୍ସନ କରିବା ନେଇ ସୁଯୋଗ ମିଳିବ । ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଚାହୁଁଛିକି ଦେଶର ଅନ୍ୟାନ ବ୍ୟାଙ୍କ ମାନେ ଅଫଲାଇନ ପେମେଣ୍ଟ ସିଷ୍ଟମକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ଯାହାଦ୍ୱାରା ଇନ୍ଫ୍ରା ଓ ନେଟୱାର୍କର ସୁବିଧା ନଥିବା ସ୍ଥାନ ଗୁଡିକରେ ବି ସହଜରେ ପେମେଣ୍ଟ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.