କମିଲା Vivo Y91 ସ୍ମାର୍ଟଫୋନର ମୂଲ୍ୟ , ଏଥିରେ ରହିଛି ଡୁଆଲ୍ ରିୟର୍ କ୍ୟାମେରା

Vivo ନିଜର ନୁଆ ସ୍ମାର୍ଟଫୋନ୍ Vivo Y91 ର ମୂଲ୍ୟରେ ୧ହଜାର ଟଙ୍କା ହ୍ରାସ କରିଦେଇଛି । ଏହି ଫୋନକୁ ଚଳିତ ବର୍ଷ ଜାନୁଆରୀରେ ଭାରତରେ ଲଞ୍ଚ କରାଯାଇଥିଲା । Vivo Y91 ର ଖାସିୟତ୍ କଥା କହିବାକୁ ଗଲେ ଏଥିରେ ଡୁଆଲ୍ ରିୟର୍ କ୍ୟାମେରା ଏବଂ ୱାଟର ମାର୍କ ଡୋର ଡିସପ୍ଳେ ରହିଛି ।
ଭାରତରେ ଲଞ୍ଚିଙ୍ଗ ସମୟରେ Vivo Y91 ର ମୂଲ୍ୟ ୧୦,୯୯୦ ଟଙ୍କା ରହିଥିଲା କିନ୍ତୁ ବର୍ତ୍ତମାନ ଏହି ଫୋନକୁ ୯,୯୯୦ ଟଙ୍କାରେ କିଣିପାରିବେ । ଏହାର ବିକ୍ରୀ Vivo ର ଅନଲାଇନ୍ ଷ୍ଟୋର, ଆମାଜୋନ୍ ଇଣ୍ଡିଆ,ପେଟିଏମ୍ ମଲ୍ ଏବଂ ଅଫଲାଇନ୍ ଷ୍ଟୋରରେ ଉପଲବ୍ଧ ହେଉଛି । ଏହି ଫୋନ୍ ସହିତ ୧,୨୦୦ ଟଙ୍କାର Bluetooth ହେଡଫୋନ୍ ଫ୍ରିରେ ଦିଆଯାଉଛି । ଏହାବ୍ୟତିତ ଜିଓ ତରଫରୁ ୪୦୦୦ ଟଙ୍କାର ଫାଇଦା ଏବଂ ୩ ଟିବି ଡାଟା ଦିଆଯାଉଛି ।
Vivo Y91 ସ୍ପେସିଫିକେସନ୍ :
Vivo Y91 ରେ ୬.୨୨ ଇଞ୍ଚର ଫୁଲ୍ ଭିୟୁ ଏଚଡି ପ୍ଳସ୍ ଡିସପ୍ଳେ ମିଳିବ ଯାହାର ରିଜୋଲ୍ୟୁସନ୍ 720×1520 ପିକ୍ସେଲ । ଏହାଛଡା ଫୋନର ଡିସପ୍ଳେ ଉପରେ ବିଜେଲ୍ ବହୁତ ହି କମ୍ ରହିଛି । ମିଡିଆ ଟେକ୍ ହିଲିଓ P22 ପ୍ରୋସେସର୍, ଗ୍ରାଫିକ୍ସ ପାଇଁ GE8320 GPU , 2 GB RAM ଏବଂ 32 GB ଷ୍ଟୋରେଜ୍ ଏଥିରେ ରହିଛି ଯାହା 256 GB ପର୍ଯ୍ୟନ୍ତ ବଢାଯାଇପାରିବ ।
ଫୋନର କ୍ୟାମେରା କଥା କହିବାକୁ ଗଲେ ଏଥିରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ଗୋଟେ କ୍ୟାମେରା ୧୩ ମେଗାପିକ୍ସେଲ ର f / 2.2 ଅପର୍ଚର ଏବଂ ଅନ୍ୟଟି ୨ ମେଗାପିକ୍ସେଲ ର f / 2.4 ଅପର୍ଚର ର ରହିଛି । ଯେଉଁଠି ସାମ୍ନା କ୍ୟାମେରା ୮ ମେଗାପିକ୍ସେଲର ft / 1.8 ଅପର୍ଚର ର ରହିଛି । ଦୁଇଟି କ୍ୟାମେରା ସହିତ ଏଆଇ ର ସପୋର୍ଟ ଏବଂ ସିନ୍ ଡିଟେକସନ୍ ମିଳୁଛୁ । ଏହି ଫୋନରେ 4030 mAh ର ବ୍ୟାଟେରୀ ,ଡୁଆଲ ସିମ୍ ସପୋର୍ଟ,Wi-Fi, Bluetooth 5.0, GPS ଏବଂ 3.5mm ର ହେଡଫୋନ୍ ଜ୍ୟାକ୍ ରହିଛି । ଏହି ଫୋନ୍ ଓସେନ୍ ବ୍ଳୁ ଏବଂ ଷ୍ଟାରୀ ବ୍ଳାକ୍ କଲରରେ ମିଳିବ ।