Vodafoneର ସବୁଠାରୁ ଶସ୍ତା ପ୍ଲାନ, ମାତ୍ର ୨୦ ଟଙ୍କା ରିଚାର୍ଜ କରି ପୂରା ମାସ ପାଆନ୍ତୁ ଏହି ସୁବିଧା

ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରେ ବଢ଼ୁଥିବା ପ୍ରତିଯୋଗିତାକୁ ଲକ୍ଷ୍ୟ କରି ଭୋଡାଫୋନ ଶସ୍ତା ପ୍ଲାନର ଅଫରକୁ ଉପସ୍ଥାପନା କରିଛି। କମ୍ପାନୀ ନିଜର ୨୦ ଟଙ୍କାର ପ୍ଲାନକୁ ପୁଣିଥରେ ମାର୍କେଟକୁ ଆଣିଛି। ଯେଉଁଥିରେ ଏବେ ଫୁଲ୍ ଟକଟାଇମର ବେନିଫିଟ୍ ସହିତ ୨୮ ଦିନର ଭାଲିଡଟୀ ଏକ୍ସଟେନସନର ମଧ୍ୟ ସର୍ଭିସ ଦେଉଛି। ଅର୍ଥାତ ଗ୍ରାହକଙ୍କୁ ପୂରା ଗୋଟେ ମାସ ପର୍ଯ୍ୟନ୍ତ ଫୁଲ ଟକଟାଇମ୍ ଦିଆଯିବ।
ଭୋଡାଫୋନର ମିନିମମ୍ ରିଚାର୍ଜ ସ୍କୀମକୁ ମାର୍କେଟକୁ ଆଣିବା ପରେ କମ୍ପାନୀ ଜଣାଇଥିଲା ଯେ ପ୍ରିପେଡ ୟୁଜର୍ସଙ୍କୁ ନିଜର ସେବାକୁ ଜାରୀ ରଖିବା ପାଇଁ ସବୁ ମାସ ଅତିକମରେ ୨୪ ଟଙ୍କା କିମ୍ବା ୩୫ ଟଙ୍କାର ରିଚାର୍ଜ କରିବା ଜରୁରୀ। କିନ୍ତୁ ଏବେ ୟୁଜର୍ସ ୨୦ ଟଙ୍କାର ଟକଟାଇମ ପ୍ଲାନ ରିଚାର୍ଜ କରିପାରିବେ। ଏହି ପ୍ଲାନରେ ଗ୍ରାହକଙ୍କୁ ୨୦ ଟଙ୍କାରେ ଫୁଲ ଟକଟାଇମ୍ ସହିତ ୨୮ ଦିନର ଆକ୍ସିଡେଣ୍ଟେଡ୍ ସର୍ଭିସର ଭାଲିଡିଟୀ ଦିଆଯିବ।
ଭୋଡାଫୋନର ୨୯୯ ଟଙ୍କାର ପ୍ଲାନ ବିଷୟରେ ଜାଣନ୍ତୁ
ଏହାଛଡା ଭୋଡାଫୋନ ନିକଟରେ ୨୯୯ ଟଙ୍କାର ପ୍ରିପେଡ୍ ପ୍ଲାନ ନେଇ ଆସିଛି। ଯାହାଦ୍ବାରା ଗ୍ରାହକ ୭୦ ଦିନର ଭାଲିଡିଟୀ ପାଇବା ସହିତ ମୋଟ ୩ଜିବି ଡାଟା ଏବଂ ଏକ ହଜାର ଏସଏମଏସ ମଧ୍ୟ ପାଇବେ। ଏହି ପ୍ଲାନରେ ଭାଲିଡିଟୀ ପିରିୟଡରେ କୌଣସି ବି ନମ୍ବରରେ ୟୁଜର୍ସଙ୍କୁ ଅନଲିମିଟେଡ୍ ଏସଟିଡୀ ଏବଂ ଲୋକାଲ କଲିଂର ସୁବିଧା ମିଳିବ।
ଏହା ସହ ପଢନ୍ତୁ : Vodafone ଆଣିଲା ୭୦ ଦିନର ବୈଧତା ସହିତ ଆଉ ଏକ ଶସ୍ତା ପ୍ଲାନ, ଏୟାରଟେଲକୁ ଦେବ ଟକ୍କର
ଭୋଡାଫୋନର ୨୨୯ ଟଙ୍କାର ପ୍ଲାନ
ଭୋଡାଫୋନର ୨୨୯ ଟଙ୍କାର ପ୍ଲାନ ବିଷୟରେ କହିବାକୁ ଗଲେ ଏଥିରେ କମ୍ ଅବଧିରେ ଅଧିକ ଡାଟା ମିଳିଥାଏ। ଏହି ପ୍ଲାନରେ ସବସ୍କ୍ରାଇବର୍ସଙ୍କୁ ୨୮ଦିନର ଅବଧି ସହିତ ପ୍ରତିଦିନ ୨ଜିବି ଡାଟା ଦିଆଯିବ। ଏହାଛଡା ଏହି ପ୍ଲାନରେ ୟୁଜର୍ସଙ୍କୁ ଭୋଡାଫୋନ ଫ୍ଲେ ଆପରେ ମାଗଣାରେ ଲାଇଭ୍ ଟିଭି ଏବଂ ଅନେକ ସର୍ଭିସ ମଧ୍ୟ ଦିଆଯାଉଛି।