ଏହି ପ୍ଲାନରେ ମିଳୁଛି ମାସକୁ ୧୦୦ ଜିବିରୁ ଅଧିକ ଡାଟା ଓ ଫ୍ରି କଲ୍, ଆଜି ହିଁ କରନ୍ତୁ ରିଚାର୍ଜ

ଯଦି ଆପଣ ଆବଶ୍ୟକତାରୁ ଅଧିକ ଡାଟା ବ୍ୟବହାର କରୁଛନ୍ତି ତେବେ ଆଉ ବ୍ୟସ୍ତ ହେବାର କିଛି ନାହିଁ। ଏବେ ଏକ ଏଭଳି ପ୍ଲାନ ଲଞ୍ଚ ହୋଇଛି ଯେଉଁଥିରେ ଆପଣଙ୍କୁ ୨୮ ଦିନ ପାଇଁ ୧୦୦ ଜିବି ଡାଟା ମିଳିବ। ଭୋଡ଼ାଫୋନ-ଆଇଡିଆ କମ୍ପାନୀ ଏହି ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ପ୍ଲାନରେ ଆଉ କି କି ଅଧିକ ସୁବିଧା ଉପଲବ୍ଧ ରହିଛି…

All info in the public domain: Vodafone Idea on stocks surge ...

୨୯୯ ଟଙ୍କିଆ ପ୍ଲାନ୍:

ଭୋଡାଫୋନର ୨୯୯ ଟଙ୍କିଆ ପ୍ଲାନରେ ଡବଲ ଡାଟା ଅଫର ମୁତାବକ ପ୍ରତିଦିନ ୪ ଜିବି ଡାଟା ମିଳୁଛି। ଏହି ପ୍ଲାନର ବୈଧତା ୨୮ ଦିନ ରହିଥିବାରୁ ଗ୍ରାହକ ମୋଟ ୧୧୨ ଜିବି ଡାଟା ପାଇପାରିବେ। ଏଥିସହ ଗ୍ରାହକଙ୍କୁ ଅନଲିମିଟେଡ଼ କଲିଂ ସୁବିଧା ମଧ୍ୟ ମିଳିବ। ଏହି ପ୍ଲାନରେ ୟୁଜରଙ୍କୁ ପ୍ରତିଦିନ ୧୦୦ ଟି ମାଗଣା SMS ମଧ୍ୟ ମିଳିବ। ଅର୍ଥାତ ୟୁଜର ମୋଟ ୨୮୦୦ ଟି ମେସେଜ ପଠାଇ ପାରିବେ।

Vodafone Rs. 299 Red Basic prepaid set up Offers 20 GB Data to ...

୪୪୯ ଟଙ୍କିଆ ପ୍ଲାନ୍:

ଭୋଡ଼ାଫୋନର ୪୪୯ ଟଙ୍କିଆ ପ୍ଲାନରେ ମଧ୍ୟ ଗ୍ରାହକ ଦିନକୁ ୪ଜିବି ଡାଟା ପାଇପାରିବେ। ଏହି ପ୍ଲାନର ବୈଧତା ୫୬ ଦିନ ରହିବ। ଅର୍ଥାତ ୟୁଜର ମୋଟ ୨୨୪ ଜିବି ଡାଟା ପାଇବେ। ଏଥିସହ ଗ୍ରାହକଙ୍କୁ ଅନଲିମିଟେଡ଼ କଲିଂ ସୁବିଧା ମଧ୍ୟ ମିଳିବ। ଏହି ପ୍ଲାନରେ ୟୁଜରଙ୍କୁ ପ୍ରତିଦିନ ୧୦୦ ଟି ମାଗଣା SMS ମଧ୍ୟ ମିଳିବ। ଅର୍ଥାତ ୟୁଜର ମୋଟ ୫୬୦୦ ଟି ମେସେଜ ପଠାଇ ପାରିବେ।

Leave A Reply

Your email address will not be published.