୨ ଟଙ୍କା ଅଧିକ ଦେଇ ପାଆନ୍ତୁ ୬୫ଜିବି ଏକ୍ସଟ୍ରା ଡାଟା, ତା ସହ ବର୍ଷେ ପାଇଁ Disney+ Hotstar ମାଗଣା

ଭୋଡାଫୋନ୍‌ ଆଇଡିଆ (Vi) ନିକଟରେ ଅନେକ ଗୁଡିଏ ନୂଆ ପୋଷ୍ଟପେଡ୍‌ ପ୍ଲାନକୁ ଲଞ୍ଚ୍‌ କରିଛି। ଏଥିମଧ୍ୟରୁ ଗୋଟିଏ ହେଉଛି ଭିଆଇର ୫୦୧ ଟଙ୍କିଆ ପ୍ଲାନ୍‌। ତେବେ ଏହି ପ୍ଲାନର ତୁଳନା ଏୟାରଟେଲର ୪୯୯ ଟଙ୍କିଆ ପ୍ଲାନ ସହ ହେଉଛି। ତେବେ ଆସନ୍ତୁ ଜାଣିବା କେଉଁ ପ୍ଲାନ ଆପଣଙ୍କ ପାଇଁ ବଢ଼ିଆ ହେବ, ଭିଆଇର ୫୦୧ ଟଙ୍କିଆ ପ୍ଳାନ୍‌ ନା ଏୟାରଟେଲର ୪୯୯ ଟଙ୍କିଆ ପ୍ଲାନ।

ଭୋଡାଫୋନ୍‌ ଆଇଡିଆ ନିକଟରେ ଅନେକ ନୂଆ ପୋଷ୍ଟପେଡ ପ୍ଲାନକୁ ଲଞ୍ଚ୍‌ କରିଛି। ଏହି ନୂଆ ପୋଷ୍ଟପେଡ ପ୍ଲାନ ଟେଲକୋ ଦ୍ୱାରା ଲଞ୍ଚ୍‌ କରାଯାଇଥିବା ପୁରୁରା ପ୍ଲାନ୍ସ ଠାରୁ ବହୁତ ଅଧିକ ନୁହେଁ। ଏହି ନୂଆ ପ୍ଲାନ୍ସ ମୂଳ ରୂପେ ପୁରୁଣା ପ୍ଳାନ୍‌ ତୁଳନାରେ ୨ ଟଙ୍କା ଅଧିକ ମହଙ୍ଗା ରହିଛି। ଏହି ପ୍ଲାନ୍‌ ଉପଭୋକ୍ତାଙ୍କୁ ପୂର୍ବ ତୁଳନାରେ ବହୁତ ଅଧିକ ବେନିଫିଟ୍ସ ପ୍ରଦାନ କରିଥାଏ। ଏଥିମଧ୍ୟରୁ ଗୋଟିଏ ହେଉଛି ଭୋଡାଫୋନ୍‌ ଆଇଡିଆର ୫୦୧ ଟଙ୍କିଆ ପ୍ଲାନ। ଆମେ ଏହି ପ୍ଲାନର ତୁଳନା ଏୟାରଟେଲ ୪୯୯ ଟଙ୍କିଆ ପ୍ଲାନ ସହ କରିବାକୁ ଯାଉଛୁ। ଏୟାରଟେଲର ୪୯୯ ଟଙ୍କିଆ ପ୍ଲାନ ବିଷୟରେ ଏଥିପାଇଁ ଆଲୋଚନା କରିବା କାରଣ ଏହା ଭୋଡାଫୋନ୍‌ ଆଇଡିଆର ୫୦୧ ଟଙ୍କିଆ ପ୍ଲାନର ପାଖାପାଖି ଦାମ୍‌। ଏବଂ ଏୟାରଟେଲ ମଧ୍ୟ ପୋଷ୍ଟପେଡ ସେଗମେଣ୍ଟରେ ଭିଆଇର ପ୍ରମୁଖ କମ୍ପିଟିଟର। ଯଦି ଆପଣ କନଫ୍ୟୁଜ ଅଛନ୍ତି ଦୁଇଟା ପ୍ଲାନ ଭିତରୁ କେଉଁଟା ଅଧିକ ଫାଇଦାପୂର୍ଣ୍ଣ, ତାହେଲେ ଆସନ୍ତୁ ଜାଣିବା ଏହି ଦୁଇ ପ୍ଲାନ ବିଷୟରେ ଡିଟେଲରେ।

ଏୟାରଟେଲର ୪୯୯ ଟଙ୍କିଆ ପ୍ଲାନ୍‌ :

ଏୟାରଟେଲର ଏହି ପ୍ଲାନରେ ମୋଟ ୭୫ଜିବି ଡାଟା, ଅନଲିମିଟେଡ ଭଏସ କଲ୍‌, ଡେଲି ୧୦୦ ଏସଏମଏସ, ୬ ମାସ ପାଇଁ Amazon Prime, ୧ ବର୍ଷ ପାଇଁ Disney+ Hotstar ମୋବାଇଲ, ହ୍ୟାଣ୍ଡସେଟ ପ୍ରୋଟେକସନ୍‌, ଓ୍ଵିଙ୍କ୍‌ ପ୍ରିମିୟମ ମିଳିଥାଏ। ଏହାବ୍ୟତୀତ ନିୟମିତ ଲାଭ ପାଇଁ ଅତିରିକ୍ତ କନେକସନରେ ୨୯୯ ଟଙ୍କାର ଶୁଳ୍କ ନିଆଯାଉଛି।

ଭୋଡାଫୋନ୍‌ ଆଇଡିଆର ୫୦୧ ଟଙ୍କିଆ ପ୍ଲାନ୍‌ :

ଏହି ପ୍ଲାନକୁ ଅନଲାଇନ୍‌ କ୍ରୟ କରିବା ଦ୍ୱାରା ମୋଟ ୯୦ଜିବି+୫୦ଜିବି ଏକ୍ସଟ୍ରା, ଅନଲିମିଟେଡ ଭଏସ କଲ୍‌, ପ୍ରତି ମାସ ୩୦୦୦ ଏସଏମଏସ, ୬ ମାସ ପାଇଁ Amazon Prime, ଗୋଟେ ବର୍ଷ ପାଇଁ Disney+ Hotstar ମୋବାଇଲ, ଭିଆଇ ମୁଭିଜ୍‌ ଆଣ୍ଡ ଟିଭି ଭିଆଇପି, ୬ ମାସ ଭିଆଇ ଆପରେ ହଙ୍ଗାମା ମ୍ୟୁଜିକ, ଭିଆଇ ଗେମ୍ସ (ପ୍ରତି ମାସ ୫ ଗୋଲ୍ଡ ଗେମ୍ସ ସହିତ ୧୦୦୦+ଗେମ୍ସ), ରାତିରେ ଅନଲିମିଟେଡ ଡାଟା (ରାତି ୧୨ଟାରୁ ସକାଳ ୬ ପର୍ଯ୍ୟନ୍ତ) ଭଳି ଅନେକ ବେନିଫିଟ୍ସ ଏଥିରେ ଆପଣଙ୍କୁ ମିଳିଥାଏ।

ତେବେ ସ୍ପଷ୍ଟ ଭାବରେ କହିବାକୁ ଗଲେ ଯଦି ଆପଣ ଡାଟା ଲଭର ତାହେଲେ ଭିଆଇର ପ୍ଲାନ୍‌ ଏଠାରେ ଅଧିକ ଡାଟା ଅଫର କରିଥାଏ। ଯେବେକି ଡାଟା ରୋଲଓଭରର ସୀମା ଉଭୟ ପ୍ଲାନ୍ସ ସହିତ ସମାନ ରହିଛି। ଭିଆଇର ୫୦୧ ଟଙ୍କା ପ୍ଲାନରେ ଏୟାରଟେଲ ୪୯୯ ଟଙ୍କିଆ ପ୍ଲାନ୍‌ ତୁଳନାରେ ୧୫ ଜିବି ଅଧିକ ଡାଟା ମିଳିଥାଏ। ସେହିପରି ଯଦି ଭିଆଇ ପ୍ଳାନକୁ ଅନଲାଇନ୍‌ କିଣାଯାଏ ତାହେଲେ ମାତ୍ର ୨ ଟଙ୍କା ଅଧିକରେ ଆପଣଙ୍କୁ ୫୦ ଜିବି ଡାଟା ଏକ୍ସଟ୍ରା ମିଳିବ। ଅର୍ଥାତ୍‌ ଭିଆଇ ପ୍ଲାନରେ ଆପଣଙ୍କୁ ମୋଟ ୬୫ଜିବି ଡାଟା ଅଧିକ ମିଳିବ। ଏହାବ୍ୟବୀତ ରାତିରେ ଭିଆଇ ପ୍ଲାନରେ ଅନଲିମିଟେଡ ଡାଟା ମିଳିଥାଏ, ଯାହା ସେହି ୟୁଜର୍ସଙ୍କ ପାଇଁ ଏକ ବୋନସ୍‌ ହେବ ଯେଉଁମାନେ ରାତିରେ ମୁଭି-ଶୋ ଆଦି ଦେଖିବାକୁ ପସନ୍ଦ କରନ୍ତି। ତେବେ ଦୁଇଟାକୁ ମିଶାଇ କହିବା ଯଦି କେଉଁଟା ଭଲ ତାହେଲେ ଏହା କହିବା ମୁସକିଲ। କିନ୍ତୁ ଏହା କହିପାରିବା ଯେ ଡାଟା ବେନିଫିଟ୍ସ ମାମଲାରେ ଏହା ତାହା ତୁଳନାରେ ଭଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.