ୟୁଜର୍ସଙ୍କ ପାଇଁ ଭୋଡାଫୋନ୍‌ର ଦମ୍‌ଦାର ଅଫର, ଏବେ ମାଗଣାରେ ମିଳୁଛି ୫ ଜିବି ଡାଟା

ଭୋଡାଫୋନ୍‌ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଅଫର ନେଇ ଆସେ। ଏବେ ମଧ୍ୟ ଭୋଡାଫୋନ୍‌ ତରଫରୁ ଆଉ ଏକ ଅଫର ଲଞ୍ଚ୍‌ କରାଯାଇଛି। ଅଫର ମୁତାବକ କମ୍ପାନୀ ନିଜ ୫ଟି ପ୍ରିପେଡ୍‌ ରିଚାର୍ଜ ଉପରେ ୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମାଗଣାରେ ଦେଉଛି। କମ୍ପାନୀର ଏହି ପ୍ଲାନ୍‌ ଅଲଗା ଅଲଗା ଦାମ୍‌ ଓ ବୈଧତା ଯୁକ୍ତ ରହିଛି। ଭୋଡାଫୋନ୍‌ର ଏହି ପ୍ଲାନ୍‌ ୧୪୯ ଟଙ୍କିଆ, ୨୧୯ ଟଙ୍କିଆ, ୨୪୯ ଟଙ୍କିଆ, ୩୯୯ ଟଙ୍କିଆ ଓ ୫୯୯ ଟଙ୍କିଆ ପ୍ଲାନ୍‌ରେ ଲାଗୁ ହୋଇଛି। ଏହା ବ୍ୟତୀତ କମ୍ପାନୀ ୪୯ ଟଙ୍କିଆ ଓ ୭୯ ଟଙ୍କିଆ ପ୍ୟାକ୍‌ରେ ବି ଅତିରିକ୍ତ ଡାଟା ଦେଉଛି।

NBT

ଅଫର ମୁତାବକ ୨ ଜିବି ଡାଟା ଦେଉଥିବା ୧୪୯ ଟଙ୍କିଆ ପ୍ଲାନରେ ଏବେ ୧ ଜିବି ଡାଟା ମାଗଣାରେ ଦିଆଯାଉଛି। ଏହି ପ୍ଲାନ୍‌ରେ ୟୁଜର୍ସ ୨୮ ଦିନରେ ମୋଟ୍‌ ୩ ଜିବି ଡାଟା ବ୍ୟବହାର କରିପାରିବେ। ଦ୍ୱିତୀୟ ପ୍ଲାନ୍‌ ୨୧୯ ଟଙ୍କିଆର ପ୍ଲାନ୍‌ ରହିଛି। ସେଥିରେ ପ୍ରତିଦିନ ୧ ଜିବି ଡାଟା ମିଳୁଥିଲା। ଏବେ ଏହି ପ୍ଲାନ୍‌ରେ ୨ ଜିବି ଅତିରିକ୍ତ ଡାଟା ଦିଆଯାଉଛି। ଏହି ପ୍ୟାକ୍‌ରେ ଗ୍ରାହକଙ୍କୁ ୨୮ ବଦଳରେ ୩୦ ଜିବି ଡାଟା ମିଳିବ।

ସେହିଭଳି ପ୍ରତିଦିନ ୧.୫ ଜିବି ଡାଟା ଦେଉଥିବା ୨୪୯ ଟଙ୍କିଆ, ୩୯୯ ଟଙ୍କିଆ ଓ ୫୯୯ ଟଙ୍କିଆ ତିନିଟି ପ୍ଲାନ୍‌ରେ ୫ ଜିବି ଅତିରିକ୍ତ ଡାଟା ମିଳୁଛି। ଏହି ତିନିଟି ପ୍ଲାନ୍‌ର ବୈଧତା ଯଥାକ୍ରମେ ୨୮ ଦିନ, ୫୬ ଦିନ ଓ ୮୪ ଦିନ ରହିଛି। ଅନ୍ୟପଟେ ଭୋଡାଫୋନ୍‌ର ୪୯ ଟଙ୍କିଆ ଓ ୭୯ ଟଙ୍କିଆ ଅଲ୍‌ରାଉଣ୍ଡର ପ୍ୟାକ୍‌ରେ ବି ୩୦୦ ଏମ୍‌ବି ଡାଟା ମାଗଣାରେ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.