ଜିଓ ଠାରୁ ମିଳୁଛି ଅଧିକ ଡାଟା, ଲଞ୍ଚ ହେଲା ଭୋଡାଫୋନର ଧୂଆଁଧାର ପ୍ଲାନ

ଟେଲିକମ୍‌ କମ୍ପାନୀ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ପ୍ଲାନ ଲଞ୍ଚ କରୁଛି। କମ୍ପାନୀ ଗୁଡିକ ନୂଆ ପ୍ଲାନ ସହିତ ପୁରୁଣା ପ୍ଲାନର ଫାଇଦା ମଧ୍ୟ ଦିନକୁ ଦିନ ବଢିଚାଲିଛି। ନିକଟରେ ଭୋଟାଫୋନ ଏବଂ ଆଇଡିଆ ୨୪୯ ଏବଂ ୩୯୯ ଏବଂ ୫୯୯ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା। ଏହି ପ୍ଲାନରେ ଅଧିକ ଡାଟା ମିଳିଥିଲା କିନ୍ତୁ ଭୋଡାଫୋନର ଏହି ପ୍ଲାନ ସମସ୍ତଙ୍କ ପ୍ଲାନର ଉପରେ ମହଙ୍ଗା ପଡିଛି।

india-jio

ରିଲାଏନ୍ସ ଜିଓର ୨୪୯ ଟଙ୍କିଆ ପ୍ଲାନରେ ୫୬ ଜିବି ଡାଟା ୨୮ ଦିନର ବୈଧତା ରହିଛି। କିନ୍ତୁ ଭୋଡାଫୋନର ଆଇଡିଆ ୨୪୯ ଟଙ୍କିଆ ପ୍ଲାନରେ ୮୪ ଜିବି ଡାଟା ସହିତ ୨୮ ଦିନର ବୈଧତା ରହିଛି। ଅର୍ଥାତ୍‌ ଏହା ଜିଓଠାରୁ ସମାନ ମୂଲ୍ୟରେ ୨୮ ଜିବି ଅଧିକ ଡାଟା ମିଳିବ। ସେହିପରି ରିଲାଏନ୍ସ ଜିଓର ୩୯୯ ଟଙ୍କିଆ ପ୍ଲାନର ବୈଧତା ୫୬ ଦିନ ରହିଥିବା ବେଳେ ମାତ୍ର ୮୪ ଜିବି ଡାଟା ମିଳୁଛି। କିନ୍ତୁ ଭୋଡାଫୋନ ଆଇଡିଆ ସମାନ ମୂଲ୍ୟରେ ୧୬୮ ଜିବି ଡାଟା ଦେଉଛି। ଏହାଛଡା ୫୯୯ ପ୍ଲାନରେ ଜିଓ ୧୬୮ ଜିବି ଡାଟା ଦେଉଥିବା ବେଳେ ଭୋଡାଫୋନର ୨୫୨ ଜିବି ଡାଟା ମିଳୁଛି।

ଏହାଛଡା ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆର ଏହି ତିନୋଟି ପ୍ରିପେଡ ପ୍ଲାନରେ ଗ୍ରାହକଙ୍କୁ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ମିଳୁଛି। ଏହାଛଡା ଭୋଡାଫୋନର ଏହି ପ୍ଲାନରେ ଭୋଡାଫୋନ ପ୍ଲେ ଏବଂ ଜି ୫ର ସବସ୍କ୍ରିପସନ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.