ଜର୍ମାନୀ: ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଇ 3D ପ୍ରିଣ୍ଟର ସାହାଯ୍ୟରେ ତିଆରି ହେବ କାର, ରିପୋର୍ଟରୁ ସୂଚନା

ଆପଣ କେବେ ଭାବିଛନ୍ତି ଯଦି କମ୍ପ୍ୟୁଟର ଆମ ପାଇଁ କାର ତିଆରି କରିବ ତେବେ କ’ଣ ହେବ । କମ୍ପ୍ୟୁଟରରେ କାରର ଏକ ଡିଜାଇନ ତିଆରି କରିବା ପରେ କେବଳ ଗୋଟିଏ ମାତ୍ର ସୁଇଜରେ 3D ପ୍ରିଣ୍ଟର ସାହାଯ୍ୟରେ ଆପଣଙ୍କ ପାଇଁ ନୂଆ କାର ଆସିବ । ଏହାକୁ ପଢ଼ିଲା ପରେ ହୁଏତ ଆପଣ ଏହାକୁ ଅସମ୍ଭବ ଭାବୁଥିବେ । କିନ୍ତୁ ଏମିତି ଏକ କମ୍ପାନୀ ଅଛି ଯାହା ଭିବଷ୍ୟତରେ 3D ପ୍ରିଣ୍ଟର ସାହଯ୍ୟରେ କାର ନିର୍ମାଣ କରିବ ।

ସାରା ଦୁନିଆରେ ଜର୍ମାନୀ ଏମିତି ଏକ ଦେଶ ଯାହାର ଗାଡ଼ି କମ୍ପାନୀ Volkswagen ନିଜର ଗାଡ଼ି ପ୍ରଡକ୍ସନ କ୍ଷେତ୍ରରେ 3D ଟେକ୍ନୋଲୋଜିର ଉପଯୋଗ କରୁଛି । ଏଥର କମ୍ପାନୀ ତରଫରୁ ବୋଲ୍ଫବର୍ଗ ଫ୍ୟାକ୍ଟେରୀ ରେ 3D ପ୍ରିଣ୍ଟର ସାହାଯ୍ୟରେ ବାଇଣ୍ଡର ଜେଟିଂର ବ୍ୟବହାର ହୋଇଛି । ସାଧାରଣ ଭାବେ 3D ରେ ମେଟାଲିକ ପାଉଡରରେ ଲେୟାର ତିଆରି କରି ଲେଜର ସାହାଯ୍ୟରେ ଏହାର ଆକାର ଦିଆଯାଏ ।

23553690
pc: aajtak

ବାଇଣ୍ଡର ଜେଟିଂରେ କମ୍ପେଲେକ୍ସ ପ୍ରୋସେସ ରହିଛି । ଏଥିରେ ମେଟାଲିକ ପାଉଡର ସହ ଚିପକାହଟର ବ୍ୟବହାର କରାଯାଇଥାଏ । ଏହା ପରେ ଗରମ କରାଯାଇ ଏହାକୁ ସେପ ବା ଅକୃତି ଦିଆଯାଏ ।

ଭକ୍ସୱେଗନ ବ୍ରାଣ୍ଡର ବୋର୍ଡ ଅଫ ମ୍ୟାନେଜମେଣ୍ଟ ର ସଦସ୍ୟ କ୍ରିଷ୍ଟିୟନ ବାଲ୍ମରଙ୍କ କହିବା ଅନୁଯାୟୀ, କରୋନା କାଳରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଲଗାତାର ଭାବେ ନୂଆ ଇନୋଭେସନ ଉପରେ କାମ ଚାଲିଛି । 3D ପ୍ରିଣ୍ଟର ସାହାଯ୍ୟରେ ଆଗାମୀ ଦିନରେ ଅଧିକରୁ ଅଧିକ ବ୍ୟବହାର କରି ଲୋକଙ୍କ ଜରୁରୀ ସମସ୍ୟାକୁ ଦୂର କରିବା ଦିଗରେ ନିଶ୍ଚୟ ପଦକ୍ଷେପ ନେବୁ । ଏଥିପାଇଁ ପ୍ରିଣ୍ଟର ତିଆରି କମ୍ପାନୀ HP Inc. ସହ ହାତ ମିଳାଇ ନୂଆ ଯୋଜନା ପ୍ରତି ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.