Volkswagen ର ଏହି ପପୁଲାର୍ କାର୍ ଉପରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ଯଦି ଆପଣ ଏକ ନୂଆ କାର୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ । Volkswagen ଏପ୍ରିଲ୍ ୨୦୨୫ ରେ ନିଜର MY2024 Stock କୁ ଖାଲି କରିବା ପାଇଁ ସିଧାସଳଖ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର କରୁଛି । ଏହା ବ୍ୟତୀତ, କମ୍ପାନୀ MY2025 ମଡେଲ୍ ଉପରେ ମଧ୍ୟ ଗ୍ରାହକଙ୍କୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଡସକାଉଣ୍ଟ ମଧ୍ୟ ଦେଉଛି ।

ଏହି ଅଫର ସୀମିତ ସମୟ ପାଇଁ ରହିଛି ଏବଂ Stock Availability ଉପରେ ବେସ୍ କରି ଚେଞ୍ଜ ହୋଇପାରେ । ଯଦି ଆପଣ MY2024 ମଡେଲଟି କିଣନ୍ତି, ତେବେ ଆପଣ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ଏହି ଡିସକାଉଣ୍ଟରେ କ୍ୟାସ୍ ଡିସକାଉଣ୍ଟ, ଏକ୍ସଚେଞ୍ଜ ବୋନସ୍, ସ୍କ୍ରାପେଜ୍ ଏବଂ ଲୟାଲ୍ଟି ବୋନସ୍ ଭଳି ଆକର୍ଷଣୀୟ ଡିଲ୍ ସାମିଲ୍ ଅଛି ।

ଏଥି ସହ ଯଦି ଆପଣ MY2025 ମଡେଲ୍ କିଣବାକୁ ଚାହୁଁଛନ୍ତି, ତେବେ ଆପଣ ୭୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । ହେଲେ ଏହି ଡିସକାଉଣ୍ଟ MY2024 ତୁଳନାରେ କମ୍ କିନ୍ତୁ ଏହା ଏକ ଭଲ ଡିଲ୍ ପ୍ରମାଣିତ ହୋଇପାରେ ।

Volkswagen Virtus ର ପ୍ରାଇସ୍ ଏବଂ ଭାରିଆଣ୍ଟ :

Volkswagen Virtus ର ପ୍ରାଇସ୍ ୧୦.୪୪ ଲକ୍ଷ ଟଙ୍କା (ବେସ୍ ମହେଲ୍, MY2025) ରୁ ଆରମ୍ଭ ଏବଂ ୧୯ ଲକ୍ଷ ଟଙ୍କା (ଟପ୍ ମଡେଲ୍, MY2025) ପର୍ଯ୍ୟନ୍ତ ଯାଇଥାଏ । ଏହି ମୂଲ୍ୟଗୁଡିକ ହେଉଛି ଦିଲ୍ଲୀର ଏକ୍ସ-ଶୋରୁମ୍ ପ୍ରାଇସ୍ । ଏହାକୁ କିଣିବା ପାଇଁ ଏକ ଭଲ ସୁଯୋଗ ଅଛି । ଏହି କାରଟି ସେଫ୍ଟି ଦ୍ରୁଷ୍ଟରୁ ମଧ୍ୟ ବହୁତ ଭଲ ରହିଛି, କାରଣ ଏହାକୁ ୫-ଷ୍ଟାର NCAP ସେଫ୍ଟି ରେଟିଂ ମିଳିଛି ।

ଏହା ବ୍ୟତୀତ, Volkswagen Virtus ର ପ୍ରିମିୟମ୍ ଲୁକ୍ ଏବଂ ଆଡଭାନ୍ସ ଫିଚର୍ସ ଏହାକୁ ଏକ ପାୱାରଫୁଲ୍ କାର୍ କରିଥାଏ । ଏଥିରେ ଦମଦାର୍ ଡିଜାଇନ୍ ସହିତ କଟିଙ୍ଗ ଏଜ୍ ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯାଇଛି । ପରଫରମାନ୍ସ ଦ୍ରୁଷ୍ଟିରୁ ଏଥିରେ ପାୱାରଫୁଲ୍ ଇଞ୍ଜିନ୍ ଦିଆଯାଇଛି, ଯାହା ସ୍ମୁଥ୍ ଡ୍ରାଇଭିଂ ଏକ୍ସପେରିୟନ୍ସ ଦେଇଥାଏ ।

ଯଦି ଆପଣ ଫାଇନାନ୍ସ ଅପ୍ସନ ଖୋଜୁଛନ୍ତି, ତେବେ ଏହି କାର୍ ଉପରେ EMI ଏବଂ ଲୋନ୍ ର ସହଜ ଡିଲ୍ ମଧ୍ୟ ଉପଲବ୍ଧ ରହିଛି । ଏଥିପାଇଁ ଯଦି ଆପଣ Volkswagen Virtus କିଣିବାକୁ ଭାବୁଛନ୍ତି , ତେବେ ଏହା ସଠିକ୍ ସମୟ ହୋଇପାରେ ।

Also read: ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tesla, ଜାଣନ୍ତୁ କ’ଣ ରହିଛି ଖାସ୍