ଦୁନିଆର ସବୁଠାରୁ ସେଫ୍ କାର Volvo XC90 ହେଲା ମହଙ୍ଗା, ରହିଛି ଜବରଦସ୍ତ ଫିଚର୍ସ

Volvo XC90 Facelift ଭାରତୀୟ ବଜାରରେ ଏଣ୍ଟ୍ରି କରିଛି । ନୁଆ ଅପଡେଟ୍ ସହିତ ଏହି କାରଟି ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି । ଏହି ଗାଡ଼ିର ଡିଜାଇନ୍ ଏବଂ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖାଯାଇପାରିବ । Volvo XC90 Facelift ର ଏକ୍ସ-ସୋରୁମ୍ ପ୍ରାଇସ୍ ୧.୦୩ କୋଟି ଟଙ୍କା ରହିଛି, ଯାହା ଏହାର ପୂର୍ବ ମଡେଲ ତୁଳନାରେ ୨ ଲକ୍ଷ ଟଙ୍କା ଅଧିକ ରହିଛି ।
Volvo XC90 Facelift ର ଡିଜାଇନ୍ :
Volvo XC90 SUV ର ସେପ୍ ପୂର୍ବ ପରି ସମାନ ରହିଛି । କିନ୍ତୁ ଅଟୋମେକର ଏହି Facelift ମଡେଲର ଏକ୍ସଟେରିୟରକୁ ରି-ଡିଜାଇନ୍ କରିଛି, ଯାହା ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ Volvo EX90 ସହିତ ସମାନ । ଏହି ଲଗଜରୀ କାରରେ ଡାଏଗନାଲ୍ ସ୍ଲଟ୍ ସହିତ ଏକ ନୂଆ ଗ୍ରୀଲ୍ ସ୍ଥାପନ କରାଯାଇଛି । ଗାଡିଟିରେ ସ୍ଲିମ୍ Thor ହାମର ହେଡଲାଇଟ୍ସ ଲାଗିଛି । ଏହାର ବମ୍ପରକୁ ମଧ୍ୟ ରିଫ୍ରେସ୍ କରାଯାଇଛି । ସେହିଭଳି ଏହି କାରରେ ଡାର୍କ ଟେଲଲ୍ୟାମ୍ପ୍ ଏବଂ ନୂଆ ଆଲୋଇ ହୁଇଲର ବ୍ୟବହାର ମଧ୍ୟ କରାଯାଇଛି । ଏୟାର ସସପେନସନ୍ ମାଧ୍ୟମରେ ଏହି କାରର ଗ୍ରାଉଣ୍ଡ କ୍ଲିୟରାନ୍ସକୁ ୨୩୮ mm ରୁ ବଢ଼ାଇ ୨୬୭ mm କରାଯାଇଛି ।
ନୂଆ Volvo XC90 ର ଇଣ୍ଟେରିୟରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଏହି ଗାଡ଼ିର ଅପହୋଲଷ୍ଟେରିରେ ରିସାଇକଲ୍ ମ୍ୟାଟେରିଆଲ୍ ଲଗାଯାଇଛି । XC90 ର ଏହି ନୂଆ ମଡେଲରେ ବଡ଼ ୧୧.୨-ଇଞ୍ଚର ଟଚସ୍କ୍ରିନ୍ ଲଗାଯାଇଛି, ଯାହା ଗୁଗୁଲ୍ ବେସ୍ଡ ସଫ୍ଟୱେର୍ ମାଧ୍ୟମରେ କାମ କରେ । Volvo ର ଏହି ନୂଆ କାରରେ ଏକ ପାନାରୋମିକ୍ ସନରୁଫ୍, ୱାୟାରଲେସ୍ ଫୋନ୍ ଚାର୍ଜିଂ, ଏକ ୩୬୦-ଡିଗ୍ରୀ କ୍ୟାମେରା, ହେଡ-ଅପ୍ ଡିସପ୍ଲେ, ମେମୋରୀ ସିଷ୍ଟମ ଏବଂ ଏୟାର ଫ୍ୟୁରିଫାୟରର ଫିଚର ଦିଆଯାଇଛି ।
Volvo XC90 ର ଫିଚର୍ସରେ ଅପଡେଟ୍ କରିବା ବ୍ୟତୀତ ଏହାର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହି ଗାଡ଼ିରେ ପୂର୍ବ ପରି ୨.୦ ଲିଟର ମାଇଲ୍ଡ-ହାଇବ୍ରିଡ୍ ଟର୍ବୋ-ପେଟ୍ରୋଲ୍ ଇଞ୍ଜିନ୍ ଲଗାଯାଇଛି । Volvo କାରରେ ଲାଗିଥିବା ଏହି ଇଞ୍ଜିନ୍ ୨୫୦hp ର ପାୱାର ମିଳିଥାଏ ଏବଂ ୩୬୦ Nm ର ଟର୍କ ମଧ୍ୟ ଜେନେରେଟ୍ କରିଥାଏ । Volvo XC90 ଫେସଲିଫ୍ଟ ୭.୭ ସେକେଣ୍ଡରେ ୦ ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟାରେ ସ୍ପିଡ୍ ବଢ଼ାଇଥାଏ ।