ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ବଡ ସଙ୍କଟ, ଓ୍ଵାଲଟ ଡିଜନୀ ଛଟେଇ କରିବ ୭୦୦୦ କର୍ମଚାରୀ
ବଡ ବଡ ଟେକ୍ କମ୍ପାନୀ ପରେ ଏବେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ବଡ ଝଟକା । ୭୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଓ୍ଵାଲଟ ଡିଜନୀ । ଚାରିଦିନ ପରେ ଆରମ୍ଭ ହେବ ପ୍ରଥମ ଛଟେଇ ।

ଓ୍ଵାଲଟ ଡିଜନୀ କମ୍ପାନୀ ସୋମବାର ଠାରୁ ୭୦୦୦ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି । ଚଳିତବର୍ଷରେ ଆରମ୍ଭରୁ କମ୍ପାନୀ ଏହି କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । କମ୍ପାନୀ ନିଜ ବ୍ୟବସାୟକୁ ସୁବ୍ୟବସ୍ଥିତ କରିବା ପାଇଁ କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତ୍ତି ନେଇଛି । ମେଟା, ଆମାଜନ ଏବଂ ଗୁଗୁଲ ପରି ବଡ ବଡ କମ୍ପାନୀ ଛଟେଇ କରିବା ପରେ ଓ୍ଵାଲଟ ଡିଜନୀ କମ୍ପାନୀ ଛଟେଇ କରିବା ଆରମ୍ଭ କରିଛି ।
ଓ୍ଵାଲଟ ଡିଜନୀର ଅନେକ ବିଭାଗରେ ନିଜ କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନୀ । କମ୍ପାନୀ ଡିଜନୀ ଏଣ୍ଟରଟେନମେଣ୍ଟ, ଡିଜନୀ ପାକ୍ସ, ଏକ୍ସପିରିଏନ୍ସ ଏବଂ ପ୍ରଡକ୍ଟ, କର୍ପୋରେଟ୍ ସେକ୍ସନର ଲୋକ ପ୍ରଭାବିତ ହେବ । ସେହିପରି ଇଏସପିଏନ ମଧ୍ୟ ଏଥିରେ ସାମିଲ ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି ତାଲିକା ପ୍ରସ୍ତୁତ କରାଯାଇନାହିଁ ।
ଯଦି ଏମିତି ଛଟେଇ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀରେ ହୁଏ ତେବେ ବହୁତ ବଡ କ୍ଷତି ସହିବାକୁ ପଡିବ । ଅନେକ କମ୍ପାନୀ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଛି । ମିଡିଆ କମ୍ପାନୀଙ୍କୁ କୋଟି କୋଟି ଡଲାରର କ୍ଷତି ସହିବାକୁ ହେବ । ଏହି କାରଣରୁ କମ୍ପାନୀ ନିଜ ଖର୍ଚ୍ଚରେ କାଟ୍ କରିବା ଆରମ୍ଭ କରିଦେଇଛି । ଅନେକ କମ୍ପାନୀ କର୍ମଚାରୀଙ୍କ ଦରମା ମଧ୍ୟ କାଟ୍ କରୁଛି ।
ଓ୍ଵାଲଟ ଡିଜନୀର ସିଇଓ କହିଛନ୍ତି, କର୍ମଚାରୀଙ୍କୁ ପୂର୍ବରୁ କମ୍ପାନୀ ଛଟେଇ କରିବା ବିଷୟରେ ସୂଚନା ଦେଇଥିଲା । ପ୍ରଥମ ଛଟେଇ ଆଗାମୀ ୪ ଦିନ ଭିତରେ ହେବ । ଦ୍ୱିତୀୟ ଛଟେଇ ଏପ୍ରିଲରେ ହେବ । ଏକା ସାଙ୍ଗରେ ହାଜର କର୍ମଚାରୀଙ୍କୁ ଛଟେଇ କରିବ କମ୍ପାନୀ ।
ଫେବୃଆରୀରେ ଏଣ୍ଟରଟେନମେଣ୍ଟ ଗ୍ରୁପ ୫.୫ ଅରବ ଡଲାର ବଞ୍ଚାଇବା ପରେ ୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଥିଲା । ଏହା ପରେ ଚର୍ଚ୍ଚା ଚାଲିଥିଲା ଡିଜନୀ କର୍ମଚାରୀ ଛଟେଇ କରିବ ବୋଲି ଖବର ମିଳିଥିଲା ।