ବ୍ୟବସାୟ ଓ ଅର୍ଥନୀତି

୨ଲକ୍ଷ ଟଙ୍କା ଭିତରେ କିଣନ୍ତୁ ସବୁଠୁ ଶସ୍ତା ଇଲେକଟ୍ରିକ୍‌ ବାଇକ, ଥରେ ଚାର୍ଜରେ ଯିବ ୨୦୦ କିଲୋମିଟର

ଶସ୍ତାରେ ଇଲେକଟ୍ରି ବାଇକ କିଣିବା ପାଇଁ ଆସିଲା ଭଲ ବିକଳ୍ପ। ଯଦି ଆପଣ ଅଧିକ ଟଙ୍କା ଦେଇ ଇଲେକଟ୍ରି ବାଇକ କିଣିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ଅଳ୍ପ ଟଙ୍କା ଦେଇ ଆପଣ ସୁବଠୁ ବଢ଼ିଆ ଇଲେକଟ୍ରିକ ବାଇକକୁ କିଣିପାରିବେ। ସିଙ୍ଗିଲ ଚାର୍ଜ କଲେ ଏହା ଆପଣଙ୍କୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ମଧ୍ୟ ଦେବ।

ତେଲ ଦାମ ଆଜି ପୁଣି ବଢ଼ିଛି। ଏହାରି ମଧ୍ୟରେ ଗ୍ରାହକମାନେ ଇଲେକଟ୍ରିକ ବାଇକ କୁ ବାଛିବା ହିଁ ଶ୍ରେୟସ୍କର ମାନୁଛନ୍ତି। ଏହାକୁ ଦେଖି ଇ-ଭେଇକିଲ କମ୍ପାନୀ ଏବେ ଇ-ସ୍କୁଟରରେ ହାଇଟେକ ଫିଚର୍ସ ସହିତ ଭଲ ରେଞ୍ଜ ଦେବାପରେ ଇ-ବାଇକ କୁ ବଜାରରେ ପ୍ରବେଶ କରାଉଛନ୍ତି। ଯଦି ଆପଣ ଏହି ବାଇକକୁ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏଠି ବେଷ୍ଟ ଅପସନ ରହିଛି। ଭାରତୀୟ ବଜାରରେ ଏବେ ଇଲେକଟ୍ରିକ ବାଇକର କ୍ରେଜ ବଢ଼ିବାରେ ଲାଗିଛି। ଯାହା କାରଣରୁ ସ୍ୱଦେଶୀ ଠାରୁ ର୍ଆରମ୍ଭ କରି ବିଦେଶୀ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଆଗ୍ରହ ଦେଖାଉଛନ୍ତି। ଏବେ ଏଥିପାଇଁ ଶସ୍ତାରେ ଭଲ ବିକଳ୍ପ ଆସିଛି।

ଏହି ଲିଷ୍ଟରେ ପ୍ରଥମ ନାମ oben Rorr ସାମିଲ ରହିଛି। ଯାହାକୁ ଏବେ ଲଞ୍ଚ କରାଯାଇଛି। ଯାହାର ଦାମ ରହିଛି ମାତ୍ର ୧.୦୨ ଲକ୍ଷ ଟଙ୍କା। ଏହା IPMSM Motor ଟାଇପ ସହ 10kwର ପାଓ୍ଵାର ଜେନେରେଟ କରିଥାଏ। ଏହାସହ ବ୍ୟାଟେରୀ ପ୍ୟାକ ରହିଛି 4.4kwh। ଯାହା ୨ଘଣ୍ଟାରେ ଫୁଲ ଚାର୍ଜ ହୋଇଯାଏ। ଏହାକୁ ନେଇ ୩ବର୍ଷର ଓ୍ଵାରେଣ୍ଟି ମଧ୍ୟ ରହିଛି। ଯାହାର ରେଞ୍ଜ ରହିଛି ୨୦୦ କିଲୋମିଟର।

ଦ୍ୱିତୀୟରେ ଅଛି tork Kratos। ଏହାର ମୂଲ୍ୟ ମଧ୍ୟ ରହିଛି ୧.୦୨ ଲକ୍ଷ ଟଙ୍କା। ଅଧିକତର ଭାବେ ଏହା ୧.୧୭ ଲକ୍ଷ ଟଙ୍କାରେ ବଜାରରେ ମିଳୁଛି। ସବସିଡିରେ ଏହାର ଦାମ କମିଯାଏ। ଏହା 4500wର ମୋଟର ପାଓ୍ଵାର ଜେନେରେଟ କରିଥାଏ। ଏହା ୧୮୦ କିଲୋମିଟର ସିଙ୍ଗିଲ ଚାର୍ଜରେ ଦେଇଥାଏ। ଏହାର ବ୍ୟାଟେରୀ ରହିଛି। 4kwh। ଏହା ୪-୫ ଘଣ୍ଟା ମଧ୍ୟରେ ଚାର୍ଜ ହୋଇଯାଏ।

ଲିଷ୍ଟର ଶେଷରେ ରହିଛି Komako Ranger ବାଇକ। ଏହା ଦେଖିବାକୁ ଖୁବ ଷ୍ଟାଇଲିସ। ଦେଖିବାକୁ ବିଲକୁୁଏ ଆଭେଞ୍ଜର ବାଇକ ଭଳି। ଏହାକୁ ଆପଣ ୧.୬୮ଲକ୍ଷ ଟଙ୍କାରେ କିଣିପାରିବେ। ଏଥିରେ ପାଓ୍ଵାର ରହିଛି 4000w। ଏହାରବ୍ୟାଟେରୀ ବ୍ୟାଟେରୀ ଲିଥିୟମ ଆୟନରେ ତିଆରି। ଏହାକୁ ୨୦୦ କିଲୋମିଟର ପର୍ଯ୍ୟନ୍ତ ସିଙ୍ଗିଲ ଚାର୍ଜରେ ଯାଇଥାଏ।

ତେଣୁ ଏସବୁ ଆପଣଙ୍କ ପାଇଁ ଇଲେକଟ୍ରିକ ବାଇକର ଭଲ ବିକଳ୍ପ ହୋଇପାରିବ। ଯାହାର ଦାମ ମାତ୍ର ୨ ଲକ୍ଷ ଟଙ୍କା ଭିତରେ । ଏହାକୁ ଆପଣ ଖୁବ କମ ସମୟ ଚାର୍ଜ କରି ଅଧିକ କିଲୋମିଟର ଯାତ୍ରା କରିପାରିବେ। ତେଣୁ ଶୀଘ୍ର ଏହି ଗାଡ଼ି ବୁକ କରନ୍ତୁ ଏବଂ ବିନା ତେଲ ଖର୍ଚ୍ଚ ଭୟରେ ନିଜ ଯାତ୍ରାକୁ ଏଞ୍ଜୟ କରନ୍ତୁ।

D Sonali

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

3 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

26 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

33 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

40 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

48 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

50 mins ago