IRCTC Special Package: ଯିବାକୁ ଚାହୁଁଛନ୍ତି କି ଶିମଲା, ମନାଲି….ତ ଭାରତୀୟ ରେଲୱେ ଦେଉଛି ଶାନଦାର ପ୍ୟାକେଜ; ଜାଣନ୍ତୁ କ’ଣ ରହିଛି ଏଥିରେ

ଯଦି ଆପଣଙ୍କର ଭ୍ରମଣ ପ୍ରତି ସଉକ ରହିଛି, ତା’ହେଲେ ଭାରତୀୟ ରେଲୱେର ଏମିତି କିଛି ପ୍ୟାକେଜ ଅଛି, ଯାହା ଆପଣଙ୍କ ଲାଗି ବେଶ୍‌ ବଢ଼ିଆ ରହିବ। ସ୍ପେଶାଲ ପ୍ୟାକେଜ୍‌ ଅଧୀନରେ Indian Railway Catering and Tourism Corporation (IRCTC) ସେହି ଲୋକଙ୍କୁ ଏହି ପ୍ୟାକେଜ୍‌ ଅଫର କରୁଛି, ଯେଉଁମାନେ ଚଣ୍ଡୀଗଡ଼, ଶିମଲା ଓ ମନାଲି ଭଳି ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି। ଯଦି ଆପଣଙ୍କୁ ନଦୀ, ପାହାଡ଼ ଏବଂ ସବୁଜ ବନାନୀ ଦେଖିବାର ଅଛି, ତ ଏହି ପ୍ୟାକେଜ୍‌ର ଉପଯୋଗ କରି ପାରିବେ।

IRCTCର ଏହି ପ୍ୟାକେଜ୍‌ ଚଣ୍ଡୀଗଡ଼ରୁ ଆରମ୍ଭ ହେଉଥିବା ବେଳେ ଏହା ୭ ରାତି ଏବଂ ୮ ଦିନ ପାଇଁ ବୈଧ ରହିବ। ୨୧ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଏହି ଟୁର୍‌ ୨୪,୧୧୫ ଟଙ୍କାରୁ ଆରମ୍ଭ ହେଉଛି। ଏହି ପ୍ୟାକେଜ୍‌କୁ ନେବା ପୂର୍ବରୁ ଆପଣ ଜାଣିବା ଜରୁରୀ କି, ଏଥିରେ ହୋଟେଲ ଖର୍ଚ୍ଚ, ଟିପ୍ସ, ମିନେରାଲ ଓ୍ଵାଟର ଖର୍ଚ୍ଚ, ଟେଲିଫୋନ ଶୁଳ୍କ, ଲଣ୍ଡ୍ରୀ ଏବଂ ବ୍ୟକ୍ତିଗତ ଖର୍ଚ୍ଚ ସାମିଲ ନାହିଁ। ଯାତ୍ରୀମାନଙ୍କୁ ଷ୍ଟିଲ୍‌/ଭିଡିଓ କ୍ୟାମେରାର ଶୁଳ୍କ, ସ୍ମାରକକୁ ଯିବା ପାଇଁ ଲାଗିବାକୁ ଥିବା ପ୍ରବେଶ ଶୁଳ୍କ ବି ଏହି ପ୍ୟାକେଜ୍‌ରେ ସାମିଲ ନାହିଁ।

ଟୁର୍‌ ସମୟରେ ଯଦି ଆପଣ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ଦେଖୁଛନ୍ତି, ତା’ହେଲେ ଏହାର ଖର୍ଚ୍ଚ ଆପଣଙ୍କୁ ହିଁ ଉଠାଇବାକୁ ପଡ଼ିବ। ଏହି ପ୍ୟାକେଜ୍‌ରେ ଚଣ୍ଡୀଗଡ଼ ଯାତ୍ରୀଙ୍କୁ ୨ ରାତି, ଶିମଲାରେ ୨ ରାତି ଏବଂ ମନାଲିରେ ୩ ରାତି ବିତାଇବାର ମଉକା ମିଳିବ। ଏହି ପ୍ୟାକେଜ୍‌ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆପଣ IRCTCର ଅଫିସିଆଲ େଓ୍ଵବ୍‌ସାଇଟ ଭିଜିଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.