ୱେଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡରେ ବମ୍ପର ନିଯୁକ୍ତି, ଏମିତି କରନ୍ତୁ ଆବେଦନ

ୱେଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଭାରତ ସରକାରଙ୍କ କୋଲ ଇଣ୍ଡିଆ ଲିମିଟେଡ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସ୍ଥିତ କମ୍ପାନୀରେ ଗ୍ରୁପ ସି ଏବଂ ଗ୍ରୁପ ବି ପଦବୀରେ ଭର୍ତ୍ତି ପାଇଁ ବିଜ୍ଞାପନ ଜାରି କରିଛି। ଏହି ଭର୍ତ୍ତି ୨୧୧ ପଦବୀରେ କରାଯିବ। ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟ westerncoal.inକୁ ଯାଇ ଆବେଦନ କରିପାରିବେ।

ଜାରି ହୋହଇଥିବା ନୋଟିଫିକେସନ ମୁତାବକ, ଏଥିରେ ଭର୍ତ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର ୨୦୨୧ରୁ ଆରମ୍ଭ ହେବ।

ପଦବୀ ବିବରଣୀ: ୨୧୧

ଗ୍ରୁପ ବି: ୪୪
ଗ୍ରୁପ ସି : ୧୬୭

ଜରୁରୀ ତାରିଖ:

ଆବେଦନ କରିବାର ଜରୁରୀ ତାରିଖ ୨୧ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ଅନଲାଇନ ଆପ୍ଲିକେସନ ସବିମିଟ୍ କାରିବାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି।

ଦରମା: ୩୧,୦୦୦ରୁ ଉର୍ଦ୍ଧ୍ବ ମାସିକ।

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାର ଶିକ୍ଷାଗତ ଯୋଗ୍ଯତା ମାଇନିଂ ସର୍ଭେରେ ଡିପ୍ଲୋମା କିମ୍ବା ଡିଜିଏମଏସ ସମ୍ବନ୍ଧୀୟ ପ୍ରମାଣପତ୍ର ରହିଥିବା ଜରୁରୀ। ମାଇନିଂ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ମାଟ୍ରିକ୍ଯୁଲେସନ ସହିତ ଡିଜିଏମଏସ ଜାରି ହୋଇଥିବା ସମ୍ବନ୍ଧିତ ପ୍ରମାଣ ପତ୍ର ରହିବା ସହିତ ମାଇନିଂରେ ଡିପ୍ଲୋମା କରିବା ଜରୁରୀ।

ବୟସ ସୀମା :ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ଅଧିକ ୩୦ ବର୍ଷରୁ କମ୍ ହୋଇଥିବା ଜରୁରୀ। ସେହିପରି ସଂରକ୍ଷିତ ବର୍ଗଙ୍କ ପାଇଁ ନିମୟ ମୁତାବକ ବୟସ ସୀମାରେ ରିହାତି ଦିଆଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

http://www.westerncoal.in/sites/default/files/userfiles/miningsirdar-surveyor-2021.pdf

http://www.westerncoal.in/?q=node/19

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.