ଲୋକାଲ ହେଲମେଟ ପିନ୍ଧିବା ଏବଂ ତିଆରି କରିବା ପଡିବ ମହଙ୍ଗା, ହେବ ଜରିମାନା ଏବଂ ଜେଲ୍‌

କେନ୍ଦ୍ର ସରକାର ଲଗାତାର ଟ୍ରାଫିକ ନିୟମ ଏବଂ ସଡକ ସୁରକ୍ଷାକୁ ନେଇ ବିଭିନ୍ନ ନିୟମ ପରିବର୍ତ୍ତନ କରୁଛନ୍ତି। ପୂର୍ବରୁ ମୋଟର ଯାନ ସଂଶୋଧନକୁ ନେଇ ଆଇନ ଲାଗୁ କରିଥିଲେ। ଯେଉଁଥିରେ ଯାତାୟତ ନିୟମ ଭାଙ୍ଗିଲେ ପୂର୍ବାପେକ୍ଷା ୧୦ ଗୁଣା ଅଧିକ ଜରିମାନା ଦେବାକୁ ହେବ। ଏବେ କେନ୍ଦ୍ର ସରକାର ପକ୍ଷରୁ ଆଉ ଏକ ନିୟମ କରାଯାଇଛି। ଏବେ ଲୋକାଲ ହେଲମେଟ ବ୍ୟବହାର କରିବା ଏବଂ ବିକ୍ରି କରିବା ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ସରକାର। ନୂଆ ନିୟମ ମୁତାବକ, ଲୋକାଲ ହେଲମେଟ ପିନ୍ଧିବା ବାଇକ ଚଲାଉଥିବା ବ୍ୟକ୍ତି ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରରେ। ଏହାଛଡା ଲୋକାଲ ହେଲମେଟ ତିଆରି କରିବା ଏବଂ ବିକିବା ଉପରେ ମଧ୍ୟ ଜରିମାନା ଏବଂ ଦଣ୍ଡାଦେଶ ମଧ୍ୟ ହୋଇପାରେ।

ଲୋକାଲ ହେଲମେଟ ପ୍ରସ୍ତୁତକାରୀଙ୍କ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ଲାଗିବା ସହିତ ଜେଲ୍‌ ହୋଇପାରେ। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଏହାକୁ ଭାରତୀୟ ମାନକ ବ୍ୟୁରୋ ( ବିଏସଆଇ) ସୂଚୀରେ ସାମିଲ କରିଛନ୍ତି।

୪ ସେପ୍ଟେମ୍ବର, ୨୦୨୦ରୁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ ( ବିଆଇଏସ) ଦୁଇଚକିଆରେ ବ୍ୟବହାର ହେଉଥିବା ହେଲମେଟ ମାନକ ପାଇଁ ନୂଆ ଅଧିସୂଚନା ଲାଗୁ କରିଛନ୍ତି। ନୂଆ ମାନଦଣ୍ଡ ଅନୁଯାୟୀ ହେଲମେଟର ଓଜନ ୧.୫ କିଲୋଗ୍ରାମରୁ କମ୍‌ ଅର୍ଥାତ୍‌ ୧.୨ କିଲୋଗ୍ରାମ ରହିବ। ଯାହା ୨୦୧୮ରୁ ଲାଗୁ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.