ବରିଷ୍ଠ ନାଗରିକ କାର୍ଡ କ’ଣ? ଜାଣନ୍ତୁ ଏହି କାର୍ଡଧାରୀଙ୍କୁ ମିଳୁଛି କି କି ସୁବିଧା

ଦେଶର ବରିଷ୍ଠ ନାଗରିକଙ୍କୁ ମଜଭୁତ କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୧୬ରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ କାର୍ଡ। ଏହି କାର୍ଡ ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ୬୦ ବର୍ଷରୁ ବଡ଼ ବୟସର ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯାଉଛି। ଦେଶର ପାଖାପାଖି ୧୦୪ ମିଲିୟନ୍ ଲୋକ ବା ୮.୫ ପ୍ରତିଶତ ଲୋକ ଏହି ସୁବିଧା ପାଇପାରିବେ। ତେବେ ଆସନ୍ତୁ ଜାଣିବା ବରିଷ୍ଠ ନାଗରିକ କାର୍ଡ ପାଇବାକୁ କେମିତି କରିବେ ଆବେଦନ ଓ ଏହା ଦ୍ୱାରା ମିଳୁଥିବା ସୁବିଧା ସମ୍ପର୍କରେ…
ବରିଷ୍ଠ ନାଗରିକ କାର୍ଡ ପାଇଁ ଆବଶ୍ୟକୀୟ ପରିଚୟ ପତ୍ର:
- ବୟସ ପ୍ରମାଣ ପତ୍ର: ପାସ୍ପୋର୍ଟ, ପାନ୍ କାର୍ଡ ଇତ୍ୟାଦି
- ଘରର ପ୍ରମାଣ ପତ୍ର: ରାସନ୍ କାର୍ଡ, ପାସ୍ପୋର୍ଟ, ଭୋଟର କାର୍ଡ, ଇଲେକ୍ଟ୍ରିକ୍ ବିଲ୍
- ମେଡିକାଲ ସାର୍ଟିଫିକେଟ୍: ବ୍ଲଡ୍ ରିପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର
- ୩ଟି ଷ୍ଟାମ୍ପ ଫଟୋ
ମିଳିବ ଏସବୁ ସୁବିଧା:
- ବରିଷ୍ଠ ନାଗରିକ ବୋଲି ପରିଚୟ ପତ୍ର ଥିଲେ ଟ୍ରେନ୍ରେ ଗମନାଗମନ କରିବା ବେଳେ ଟିକେଟ୍ରେ ୪୦-୫୦ ପ୍ରତିଶତ ଛାଡ଼ ମିଳିବ।
- ଏହି କାର୍ଡ ଥିବା ବ୍ୟକ୍ତିଙ୍କୁ ଟ୍ୟାକ୍ସ ପୈଠ କରିବା ବେଳେ ସରକାରଙ୍କ ପକ୍ଷରୁ କିଛି ଅର୍ଥ ଛାଡ଼ କରାଯାଏ।
- ଏମାନଙ୍କୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଉପରେ ୦.୫% ଅତିରିକ୍ତ ସୁଧହାର ମିଳେ।
- ବରିଷ୍ଠ ନାଗରିକ କାର୍ଡଧାରୀଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ମିଳେ। ସେହିପରି ବେସରକାରୀ ହସ୍ପିଟାଲରେ ମଧ୍ୟ କିଛି ରିହାତି ମିଳିଥାଏ।
- ଏଥିସହ ବରିଷ୍ଠ ନାଗରିକ କାର୍ଡ ଧାରକଙ୍କୁ କୋର୍ଟରେ ଶୁଣାଣି ବେଳେ ମଧ୍ୟ ପ୍ରାଥମିକତା ମିଳେ।