୨୦୦୦ ଟଙ୍କାର ନୋଟ ବ୍ୟାଙ୍କୁ ଜମା କରିବାକୁ ଯାଇଛ ଏବଂ ନକଲି ବାହାରିଲା ତାହେଲେ କଣ କରିବେ ଆପଣ ଜାଣନ୍ତୁ

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କାର ନୋଟର ପ୍ରଚଳନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ବ୍ୟାଙ୍କକୁ ନକଲି ନୋଟ ଠାରୁ ସତର୍କ ରହିବାକୁ ବି କୁହାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କାର ନୋଟର ପ୍ରଚଳନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ବ୍ୟାଙ୍କକୁ ନକଲି ନୋଟ ଠାରୁ ସତର୍କ ରହିବାକୁ ବି କୁହାଯାଇଛି । ଆରବିଆଇ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଯେ ଜାଲି ନୋଟ ଠାରୁ ରକ୍ଷା ପାଇବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ମାଷ୍ଟର ସାବଧାନପୂର୍ବକ ପାଳନ କରିବାକୁ । ଯଦି ବ୍ୟାଙ୍କକୁ ଜମା କରାଯାଇଥିବା ୨୦୦୦ ଟଙ୍କିଆ ନୋଟରେ କୌଣସି ବି ନକଲି ମିଳିଲା ତାହେଲେ ବ୍ୟାଙ୍କ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଦୁଇ ହଜାର ନୋଟ ଜମା କରିବା ସମୟରେ ବ୍ୟାଙ୍କ ଜରିଆରେ ସମସ୍ତ ନୋଟକୁ ସଠିକତା ଏବଂ ବାସ୍ତବିକତା ପାଇଁ ନୋଟ ସାର୍ଟିଙ୍ଗ ମେସିନ ମାଧ୍ୟମରେ ତୁରନ୍ତ ସାର୍ଟ କରାଯିବ । ଏହା ମାଧ୍ୟମରେ ନକଲି ନୋଟର ପତ୍ତା ଲଗାଯାଇପାରିବ । ଆରବିଆଇର କହିବା କଥା ଯେ ନକଲୀ ନୋଟର ପତ୍ତା ଲଗାଇବା ଏବଂ ତାର ସୂଚନା ଦେବା ଓ ତାଉପରେ ତଦାରଖ କରିବା ପାଇଁ ୦୩ ଏପ୍ରିଲ ୨୦୨୩ର ମାଷ୍ଟର ନିର୍ଦ୍ଦେଶରେ ଏହାକୁ ସାବଧାନ ପୂର୍ବକ ପାଳନ କରାଯିବ ।

ଆରବିଆଇ ମାଷ୍ଟର ନିର୍ଦ୍ଦେଶ ଅନୁସାରେ କଣ ରହିଛି ଜାଣନ୍ତୁ
  • ବ୍ୟାଙ୍କରେ ନୋଟର ପ୍ରାମାଣିକତା ମେସିନ ମାଧ୍ୟମରେ ହେବ ।
  • ଯଦି କୌଣସି ନୋଟ ନକଲି ମିଳିଲା ତାହେଲେ ଗ୍ରାହକଙ୍କୁ ଏବାବଦରେ କୌଣସି ମୂଲ୍ୟ ମିଳିବନାହିଁ ।
  • ଯେଉଁ ନୋଟ ନକଲି ବୋଲି ଧରାପଡିବ ତାଉପରେ ର ମୋହର ଲଗାଯିବ । ସେହି ନୋଟକୁ ଜବତ କରାଯିବ । ଯେଉଁ ନୋଟକୁ ଜବତ କରାଯିବ ତାକୁ ଅଲଗା ରେଜିଷ୍ଟରରେ ପ୍ରମାଣିକରଣ ଅନୁଯାୟୀ ରୁଜୁ କରାଯିବ ।
  • ନକଲି ନୋଟ ଗ୍ରାହକଙ୍କୁ ପୁର୍ନବାର ଫେରାଇଦିଆଯିବନାହିଁ । ଏହାବ୍ୟତୀତ ସେହି ନୋଟକୁ ବ୍ୟାଙ୍କ ଶାଖା ଜରିଆରେ ନଷ୍ଟ ବି କରିଦିଆଯିବ । ସେହିପରି ଯଦି ନୋଟକୁ ଜବତ କରିବା ପ୍ରକ୍ରୀୟାରେ ବ୍ୟାଙ୍କ ବିଫଳ ହେଲା
  • ତାହେଲେ ସେହି ବ୍ୟାଙ୍କକୁ ଏହାର ଦୋଷୀ ଭାବେ ଗ୍ରହଣ କରାଯିବ ସହିତ ଉକ୍ତ ବ୍ୟାଙ୍କ ଉପରେ ଜରିମାନା ମଧ୍ୟ ଲଗାଯିବ ।
  • କୌଣସି ନୋଟ ଯଦି ନକଲି ମିଳିଲା ତାହେଲେ ବ୍ୟାଙ୍କ ଶାଖା ଗ୍ରାହକଙ୍କୁ ଏକ୍ନୋଲେଜମେଣ୍ଟ ରସିଦ ଜାରି କରିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.