ମିଛ ଖବରର କର ସମାଧାନ : ହ୍ବାଟ୍ସଆପକୁ ସରକାରଙ୍କ ତାଗିଦ୍

ନୂଆଦିଲ୍ଲୀ : ଭାରତ ସରକାର ମସେଜିଂ ଆପ୍ ହ୍ବାଟ୍ସଆପକୁ ମିଛ ଖବର ଏବଂ ଏହାର ଉତ୍ପତି କେଉଁଠାରୁ ହେଉଛି ତାହାର ଖୋଜ କରିବା ପାଇଁ ଅନୁରୋଧ କରିଛନ୍ତି। ହ୍ବାଟ୍ସଆପର ସିଇଓ କ୍ରିସ ଡ଼େନିଏଲ ମଙ୍ଗଳବାର ଦିନ ଭାରତର ସୂଚନା ପ୍ରସାରଣ ମନ୍ତ୍ରୀ ରବି ଶଂଙ୍କର ପ୍ରସାଦଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଥିଲେ। ସେଠାରେ ଭାରତ ସରକାରଙ୍କ ତରଫରୁ ହ୍ବାଟ୍ସଆପରେ ବ୍ୟାପୁଥିବା ମିଛଖବର, ପର୍ଣ୍ଣ ଆଦି ଉପରେ ଲଗାମ ଲଗାଇବାକୁ ଅନୁରୋଧ କରାଯାଇଥିଲା।

ବୈଠକ ବିଷୟରେ ପ୍ରସାଦ କହିଛନ୍ତି “ବୈଠକ ବହୁତ ସଫଳତାର ସହ ହୋଇଛି। ଆମେ ତିନୋଟି ବିଷୟରେ ଆଲୋଚନା କରିଛୁ। କେରଳ ବନ୍ୟା ସମୟରେ ହ୍ବାଟ୍ସଆପ ତରଫରୁ କରାଯାଇଥିବା ସାହାଯ୍ୟ ପାଇଁ ମୁଁ ଧନ୍ୟବାଦ ଜଣାଇଛି। ହ୍ବାଟ୍ସଆପରେ ଫେକ୍ ନ୍ୟୁଜ୍ ଏବଂ ମିଛ ଖବର ଦ୍ବାର ବଢ଼ୁଥିବା ମାଓ ଲଞ୍ଚିଂ, ରିଜର୍ବ ପର୍ଣ୍ଣ ଅ୍ରାଦି ଘଟଣାକୁ ରୋକିବା ପାଇଁ ଉପଯୁକ୍ତ ସମାଧାନ ଆଣିବା ପାଇଁ ଅନୁରୋଧ କରାଯାଇଛି। ଏଥିସହ ଭାରତରେ ହ୍ବାଟ୍ସଆପର କପିରାଇଟ୍ କାର୍ୟ୍ୟଳୟ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ”

ନିଶ୍ଚିତ ପଢ଼ନ୍ତୁ :ସୋସିଆଲ୍ ମିଡିଆରେ କରନ୍ତୁ କ୍ୟାରିୟର୍ : ଜାଣନ୍ତୁ କେମିତି କରିବେ ଆରମ୍ଭ

ଆପଣଙ୍କ ସୂଚନା ପାଇଁ, ହ୍ବାଟ୍ସଆପ୍ ଏବଂ ସୋସିଆଲ ନେଟୱାର୍କିଂ ସାଇଟରେ ବଢ଼ୁଥିବା ଫେକ୍ ମେସେଜ୍ ପାଇଁ ଦେଶର ବିଭିନ୍ନ ଅଂଶରେ ଖରାପ ପରିସ୍ଥିତି ଉପୁଜିଛି। କେନ୍ଦ୍ରିୟ ଆଇଟି ମିନିଷ୍ଟର ରବିଶଙ୍କର ପ୍ରସାଦ ହ୍ବାଟ୍ସଆପରେ ଏହା ଉପରେ ରୋକ ଲଗାଇବା ନେଇ କମ୍ପାନି ସିଇଓଙ୍କୁ ଅନୁରୋଧ କରିଛନ୍ତି।

ହ୍ବାଟ୍ସଆପ ଏହାର ସମାଧାନ ବାହାର କରିବା ପରେ ଦେଶର ବଡ଼ବଡ଼ ଖବର କାଗଜ ଏବଂ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହାର ସମାଧାନର ପ୍ରଣାଳୀ ପ୍ରକାଶିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.