ସାବଧାନ୍ ! ଏହି ସବୁ ସ୍ମାର୍ଟଫୋନରେ କାଲିଠୁ ବନ୍ଦ ହୋଇଯିବ WhatsApp, ଦେଖିଲେ ଆପଣଙ୍କ ମୋବାଇଲ୍ ନାହିଁ ତ ଏଥିରେ

ସୋସିଆଲ୍ ମିଡିଆର ଶେହେନ୍ସା । ବିଶ୍ବରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍ ଆପ୍ ହ୍ବାଟ୍ସଆପ୍ । ପ୍ଲେ ଷ୍ଟୋର ହେଉ ବା ଆପଲ୍ ଷ୍ଟୋର୍, ଉଭୟ ପ୍ଲାଟଫର୍ମରେ କୋଟି କୋଟି ଲୋକ ଏହାକୁ କହିଛନ୍ତି ଡାଉନଲୋଡ୍ । ତେବେ ଦୀର୍ଘ ଦିନ ଧରି ଏହି ଆପକୁ ବ୍ୟବହାର କରୁଥିବା କିଛି ୟୁଜର୍ସଙ୍କ ପାଇଁ ଖରାପ ଖବର ନେଇ ଆସିଛି ହ୍ବାଟ୍ସଆପ୍ । ହ୍ବାଟ୍ସଆପ୍ ସେହି ଅପରେଟିଙ୍ଗ୍ ସିଷ୍ଟମର ତାଲିକା ଜାରି କରିଛି ଯେଉଁଥିରେ ୩୧ ଡିସେମ୍ବର ୨୦୧୮ ପରେ ଏହି ଆପ୍ ସପୋର୍ଟ କରିବନି ।

କେଉଁ ସ୍ମାର୍ଟଫୋନରେ କାମ କରିବନି ହ୍ବାଟ୍ସଆପ୍ :

ମିଳିଥିବା ସୂଚନା ଅନୁସାରେ , ଯେଉଁ ୟୁଜର୍ସ Nokia S40 ଏବଂ S40 ଅପରେଟିଙ୍ଗ୍ ସିଷ୍ଟମ୍ ବ୍ୟବହାର କରୁଛନ୍ତି ସେମାନଙ୍କ ଫୋନରେ ନୂଆ ଫିଚର୍ ଡେଭଲପ୍ କରିବନି ହ୍ବାଟ୍ସଆପ୍ । ଏହା ବ୍ୟତୀତ ଆଣ୍ଡ୍ରଏଡ୍ ଭର୍ସନ ୨.୩.୭ ଏବଂ ଏହା ପୂର୍ବର ଅପରେଟିଙ୍ଗ୍ ସିଷ୍ଟମ, iOS 7 ଏବଂ ଏହାଠୁ ପୁରୁଣା ଅପରେଟିଙ୍ଗ୍ ସିଷ୍ଟମରେ ଚାଲୁଥିବା ଆଇଫୋନରେ ମଧ୍ୟ ୧ ଫେବ୍ରୁଆରୀ ୨୦୨୦ରୁ କାମ କରିବନି ହ୍ବାଟ୍ସଆପ୍ ।

କାହିଁକି ବନ୍ଦ ହେବ ହ୍ବାଟ୍ସଆପ୍ :

ହ୍ବାଟ୍ସଆପର କହିବା ଅନୁଯାୟୀ ଏହି ସବୁ ପ୍ଲାଟଫର୍ମରେ ନୂଆ ଫିଚର୍ ଡେଭଲପ୍ କରିବନି କମ୍ପାନୀ । କାରଣ ହ୍ବାଟ୍ସଆପ୍ ଆଗାମୀ ସାତ ବର୍ଷ ଉପରେ ଫୋକସ୍ କରୁଛି , ତେଣୁ ସେହି ଫୋନ୍ ଉପରେ ବେଶୀ ଧ୍ୟାନ ଦେବ ଯାହାକୁ ଅଧିକ ଲୋକ ବ୍ୟବହାର କରୁଛନ୍ତି ।
ଏହା ପୂର୍ବରୁ ୩୧ ଡିସେମ୍ବର ୨୦୧୭ ପରେ ବ୍ଲାକବେରୀ OS, ବ୍ଲାକବେରୀ 10, Windows Phone 8.0 ଏବଂ ଅନ୍ୟ ପୁରୁଣା ପ୍ଲାଟଫର୍ମ ପାଇଁ ବନ୍ଦ ହୋଇଯାଇଥିଲା ହ୍ବାଟ୍ସଆପ୍ ।