ଏ ବର୍ଷ ଭାରତରେ ଆରମ୍ଭ ହେବ ହ୍ବାଟ୍ସଆପର ‘ୟୁପିଆଇ ପେମେଣ୍ଟ ସେବା’, ସୂଚନା ଦେଲେ ଗ୍ଲୋବାଲ ହେଡ୍

ଯଦି ଆପଣ ବି ହ୍ବାଟ୍ସଆପର ପେମେଣ୍ଟ ସେବା ଅପେକ୍ଷାରେ ଅଛନ୍ତି, ତା’ହେଲେ ଆପଣଙ୍କର ଏହି ଅପେକ୍ଷା ଖୁବଶୀଘ୍ର ଅନ୍ତ ହେବାକୁ ଯାଉଛି। ହ୍ବାଟ୍ସଆପର ପେମେଣ୍ଟ ସେବା ଏହି ବର୍ଷ ଭାରତରେ ଆରମ୍ଭ ହେବ। କମ୍ପାନୀର ଗ୍ଲୋବାଲ ହେଡ୍ ବିଲ୍ କୈଥକାର୍ଟ ଗୁରୁବାର ଏକ ଇଭେଣ୍ଟ ଅବସରରେ ଏ ନେଇ ଘୋଷଣା କରିଛନ୍ତି। ଭାରତ ଆସିଥିବା କୈଥକାର୍ଟ ଉକ୍ତ ଇଭେଣ୍ଟରେ କହିଛନ୍ତି କି, କମ୍ପାନୀ ଟଙ୍କା ଟ୍ରାନ୍ସପରକୁ ମେସେଜ୍ ପଠାଇବା ଭଳି ସୁବିଧା କରାଇବାକୁ ଚାହୁଁଛି। ଯଦିଓ ସେ ହ୍ବାଟ୍ସଆପର ପେମେଣ୍ଟ ସର୍ଭିସର ଲଞ୍ଚିଂ ତାରିଖ ବିଷୟରେ କୌଣସି ତଥ୍ୟ ଦେଇ ନ ଥିଲେ।

ଏହାସହ ପଢ଼ନ୍ତୁ: SBI ରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

what app

ଏଠାରେ କହି ରଖୁଛୁ ଯେ ହ୍ବାଟ୍ସଆପ୍ ଗତ ବର୍ଷଠାରୁ ଭାରତରେ ୧୦ ଲକ୍ଷ ୟୁଜରଙ୍କ ସହ ନିଜର ପେମେଣ୍ଟ ସେବାର ପରୀକ୍ଷା କରୁଛି। ବର୍ତ୍ତମାନ ଦେଶରେ ହ୍ବାଟ୍ସଆପ ୟୁଜରଙ୍କ ସଂଖ୍ୟା ପାଖାପାଖି ୪୩୦ କୋଟି ପହଞ୍ଚିଗଲାଣି। ତେବେ ରିଜର୍ଭ ବ୍ୟାଙ୍କର ସର୍ତ୍ତ, ପେମେଣ୍ଟ ଅଥେଣ୍ଟିକେଶନ ଏବଂ ଡାଟା ଷ୍ଟୋରେଜ୍ ସମସ୍ୟା କାରଣରୁ ଭାରତରେ ହ୍ବାଟ୍ସଆପରେ ପେମେଣ୍ଟ ସର୍ଭିସ୍ ଆରମ୍ଭ ହୋଇପାରୁ ନାହିଁ। ଯଦିଓ ଗତବର୍ଷ କମ୍ପାନୀ କହିଥିଲା କି ଆରବିଆଇ ସର୍ତ୍ତ ମୁତାବକ, କମ୍ପାନୀ ପେମେଣ୍ଟ ସମ୍ବନ୍ଧିତ ଡାଟାକୁ ଭାରତରେ ଷ୍ଟୋର କରିବାର ସିଷ୍ଟମ ପ୍ରସ୍ତୁତ କରିଦେଇଛି। ଅନ୍ୟପକ୍ଷରେ ଭାରତରେ ଡିଜିଟାଲ ପେମେଣ୍ଟରେ ପେଟିଏମ୍, ଫୋନପେ ଏବଂ ଗୁଗଲ ପେ ଭଳି ଆପର ଦବଦବା ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.