ବ୍ୟବସାୟ ଓ ଅର୍ଥନୀତି

ଇପିଏଫଓ ଖାତାଧାରୀଙ୍କ ପାଇଁ ବଡ ଖବର, ୬.୫ କୋଟି ହୋଲଡର୍ସଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ PF ସୁଧ

ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆକାଉଣ୍ଟ ହୋଲଡର ଏଥିରେ ଜମା ରାଶିରେ ମିଳୁଥିବା ସୁଧ ଅପେକ୍ଷାରେ ରହିଛନ୍ତି । ବର୍ତ୍ତମାନର ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଅଳ୍ପ ଦିନ ରହିଛି । କିନ୍ତୁ ପିଏଫର ସୁଧ ଲୋକଙ୍କ ଖାତାରେ ଏବେ ସୁଦ୍ଧା ଟ୍ରାନ୍ସଫର ହୋଇନାହିଁ । ତେବେ ଏହାରି ଭିତରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଖାତାଧାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଦୀର୍ଘ ସମୟ ଧରି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଆକାଉଣ୍ଟ ଧାରୀମାନେ ସେମାନଙ୍କର ଜମା ରାଶି ଉପରେ ମିଳୁଥିବା ସୁଧକୁ ଅପେକ୍ଷା କରି ରହିଛନ୍ତି । ଚଳିତ ଆର୍ଥିକ ବର୍ଷ ସମାପ୍ତ ହେବାକୁ ଆଉ କମ୍ ସମୟ ବାକି ଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ଖାତାକୁ ଅର୍ଥ ଟ୍ରାନ୍ସଫର କରାଯାଇନାହିଁ । ଏନେଇ ଖାତାଧାରୀମାନେ ଟ୍ୱିଟ କରି ଇପିଏଫଓ ନିକଟରେ ଅଭିଯୋଗ ଦାଖଲ କରୁଛନ୍ତି ।

ତେବେ ଏହିସବୁ ଅଭିଯୋଗ ଉପରେ ଇପିଏଫଓ ପକ୍ଷରୁ ରାଶି ଟ୍ରାନ୍ସଫର ସମ୍ପର୍କରେ ଜବାବ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ପାଇଁ ପିଏଫ ଉପରେ କେନ୍ଦ୍ର ସରକାର ୮.୧ ପ୍ରତିଶତ ସୁଧ ପ୍ରଦାନ କରିବାକୁ ସ୍ଥିର କରିଛନ୍ତି । ଗତ ୨୦୨୨ରେ ପିଏଫ ଆକାଉଣ୍ଟର ସୁଧ ହାର ୮.୫ରୁ ହ୍ରାସ କରି ୮.୧ ପ୍ରତିଶତ କରାଯାଇଥିଲା । ପାଖାପାଖି ୪୦ ବର୍ଷରେ ଏହା ସବୁଠାରୁ କମ୍ ସୁଧ ହାର ଥିଲା । ସୁଧ ରାଶି ଟ୍ରାନ୍ସଫର ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଉପଭୋକ୍ତାଙ୍କ ଖାତାକୁ ସମ୍ପୂର୍ଣ୍ଣ ରାଶି ଟ୍ରାନ୍ସଫର କରାଯିବ । ଖାତାଧାରୀଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ ବୋଲି ଇପିଏଫଓ ପକ୍ଷରୁ କୁହାଯାଇଛି ।

ଗତ କିଛି ବର୍ଷ ଧରି ଖାତାଧାରୀଙ୍କୁ ପିଏଫ ସୁଧ ଠିକ ସମୟରେ ମିଳୁନାହିଁ । ଏବେ ୬.୫ କୋଟି ଖାତାଧାରୀଙ୍କ ଦୀର୍ଘ ପ୍ରତୀକ୍ଷା ସମାପ୍ତ ହେବାକୁ ଯାଉଛି । ଗତ ଫେବୃଆରୀ ମାସ ୧ ତାରିଖରେ ସାଧାରଣ ବଜେଟ ଆଗତ ଅବସରରେ ଇପିଏଫର ଅର୍ଥ ଉଠାଣ ନେଇ ବଡ଼ ଘୋଷଣା କରାଯାଇଥିଲା । ନୂଆ ନିୟମ ଅନୁଯାୟୀ ପିଏଫ ଜମା ରାଶି ଉଠାଣର ଟିଡିଏସ ରିହାତି ୩୦ ପ୍ରତିଶତରୁ ହ୍ରାସ କରି ୨୦ ପ୍ରତିଶତ କରାଯାଇଥିଲା । ଯେଉଁମାନଙ୍କର ପ୍ୟାନ କାର୍ଡ ସହିତ ପିଏଫ୍ ଆକାଉଣ୍ଟ ଅପଡେଟ୍ ହୋଇନଥିବ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉକ୍ତ ପିଏଫ ଖାତାଧାରୀଙ୍କୁ ଫାଇଦା ହେବ । ପୂର୍ବରୁ ଯଦି କେହି ପ୍ୟାନ କାର୍ଡ ଇପିଏଫଓ ସିଷ୍ଟମରେ ଅପଡେଟ କରୁନଥିଲେ, ତେବେ ଅର୍ଥ ଉଠାଣ ସମୟରେ ତାଙ୍କର ଟିଡିଏସ ୩୦ ପ୍ରତିଶତ କଟିଯାଉଥିଲା ।

Pritiparna

Recent Posts

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

6 mins ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

8 mins ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

9 mins ago

ମହାକାଳପଡ଼ା: ଗାତରେ ଫସିଗଲା ବଉଳା କୁମ୍ଭୀର

ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର ।  ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର ।  କେନ୍ଦ୍ରାପଡା…

23 mins ago

ଜୁନରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକିୟା, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…

31 mins ago

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି, ବୋହୂକୁ ଏମିତି ଅଫର ଦେଲା ଶଶୁର

ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…

52 mins ago