CNG କାର୍ ମଧ୍ୟରୁ କେଉଁ ଗାଡିଟି ହେବ ବେଷ୍ଟ, Hyundai Exter କି Tata Punch?

ଭାରତୀୟ ବଜାରରେ ଏପରି ଅନେକ କାର୍ ଅଛି, ଯାହାର ମୂଲ୍ୟ କମ୍ ଏବଂ ଭଲ ମାଇଲେଜ୍ ମଧୟ ଦିଏ । ଏଥି ସହ ଆପଣମାନେ ବି ବହୁତ୍ କନଫ୍ୟୁଜରେ ପଡିଯାଉଥିବେ ଯେ କେଉଁ ଗାଡ଼ି କିଣିଲେ ଭଲ ହେବ । ତେବେ ଏଠାରେ ଆପଣଙ୍କୁ Hyundai Exter ଏବଂ Tata Punch ର ମୂଲ୍ୟ ଏବଂ ଫିଚର୍ସ ବିଷୟରେ କହିବୁ ଯାହା ଦ୍ବାରା ଆପଣ ଡିସିସନ୍ ନେଇପାରିବେ ଯେ ଏହି ଦୁଇଟି କାର୍ ମଧ୍ୟରୁ କେଉଁଟା ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି କାରର ଡିଟେଲ୍ସ ।
ପାୱାରଟ୍ରେନ୍ :
Hyundai ଏହାର CNG କାର୍ Exter Hy-CNG Duo ରେ ୧.୨ ଲିଟର ବାଇ-ଫ୍ୟୁଏଲ୍ ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ସହିତ ୫-ସ୍ପିଡ୍ ମାନୁଆଳ୍ ଟ୍ରାନ୍ସମିସନ୍ର ଅପ୍ସନ ମଧ୍ୟ ଉପଲବ୍ଧ । ଏହା ସହିତ ଏହି ଇଞ୍ଜିନ୍ ସର୍ବାଧିକ ୬୯ PS ପାୱାର ସହିତ ୯୫.୨ Nm ର ପିକ୍ ଟର୍କ ଜେନେରେଟ୍ କରେ । କମ୍ପାନୀ ଅନୁଯାୟୀ, Hyundai ର ଏହି ନୂଆ CNG କାର୍ ୨୭.୧ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ୍ ଦେଇପାରିବ ।
ଏହା ସହିତ ଯଦି ଆମେ Tata Punch ବିଷୟରେ କଥା ହେବା ତାହାଲେ କମ୍ପାନୀ ଏହି କାରରେ ୧.୨ ଲିଟର ରେଭୋଟ୍ରନ୍ ଇଞ୍ଜିନ୍ ଯୋଗାଇଛି । ଏହି ଇଞ୍ଜିନ୍ ସର୍ବାଧିକ ୭୩.୫ PS ପାୱାର ଏବଂ ୧୦୩ Nm ର ଟର୍କ ଜେନେରେଟ୍ କରିଥାଏ । ଏଥି ସହ ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ଅଛି । ଇଞ୍ଜିନ୍ ଦ୍ରୁଷ୍ଟିରୁ Tata Punch CNG ରେ ଅଧିକ ପାୱାରଫୁଲ୍ ଇଞ୍ଜିନ୍ ଦିଆଯାଇଛି ।
ଫିଚର୍ସ :
ଫିଚର୍ସ ବିଷୟରେ କହିବାକୁ ଗଲେ Hyundai Exter CNG ରେ ସ୍ମାର୍ଟ ଇଲେକ୍ଟ୍ରିକ୍ ସନରୁଫ୍, LED ଟେଲ୍ ଲ୍ୟାମ୍ପ, LED DRL, ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍, ୬-ଏୟାରବ୍ୟାଗ୍, ବିଗ୍ ଟଚସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ, ESC, HAC ଭଳି ଅନେକ ଫିଚର୍ସ ରହିଛି, ଯାହା କାରର ଲୁକକୁ ଅଧିକ ବଢ଼ାଇଥାଏ ।
ଏହା ବ୍ୟତୀତ, Tata Punch CNG ବିଷୟରେ କହିବାକୁ ଗଲେ କମ୍ପାନୀ ଏହି କାରରେ ଟ୍ରାଇ ଆରୋ ଫିନିଶ୍ ଫ୍ରଣ୍ଟ ଗ୍ରୀଲ୍, C-ପିଲର, ମଉଣ୍ଟେଡ୍ ଡୋର୍ ହ୍ୟାଣ୍ଡେଲ, ଷ୍ଟାଇଲିସ୍ ଟର୍ଣ୍ଣ ଇଣ୍ଡିକେଟର, ORVM, ମାନୁଆଲ୍ AC, ଲାର୍ଜ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ପାୱାର ୱିଣ୍ଡୋ, ଅଟୋ ହେଡଲ୍ୟାମ୍ପ ସହିତ ଆପଲ୍ କାର୍ ପ୍ଲେ ଏବଂ ଆଣ୍ଡ୍ରୋଏଡ୍ ଅଟୋ ଭଳି ଜବରଦସ୍ତ ଫିଚର୍ସ ରହିଛି । ଏହା ବ୍ୟତୀତ କାରରେ ଏକ ବଡ଼ ଇନଫୋଟେନମେଣ୍ଟ ସିଷ୍ଟମ, ସନରୁଫ୍, ABS ସହିତ EBD, ୨ଟି ଏୟାରବ୍ୟାଗ୍ ଏବଂ ୪ଟି ସ୍ପିକର ମଧ୍ୟ ଦିଆଯାଇଛି ।
ପ୍ରାଇସ୍ :
Hyundai Exter EX Dual CNG ଭାରିଆଣ୍ଟର ଏକ୍ସ-ଶୋରୁମ୍ ପ୍ରାଇସ୍ ୭.୫୦ ଲକ୍ଷ ଟଙ୍କା । CNG ଭାରିଆଣ୍ଟ SX Dual Knight CNG ର ମୂଲ୍ୟ ୧୦.୩୫ ଲକ୍ଷ ଟଙ୍କା ଏକ୍ସ-ଶୋରୁମରେ ରଖାଯାଇଛି । ଏହା ସହିତ ଯଦି ଆମେ Tata Punch CNG ର ପ୍ରାଇସ୍ ବିଷୟରେ କହିବା ତେବେ Tata Punch CNG ର ଏକ୍ସ-ଶୋରୁମ୍ ପ୍ରାଇସ୍ ୭.୨୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୯.୮୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ ।
ଏହା ବ୍ୟତୀତ, Tata Punch CNG ରେ ୨୧୦ ଲିଟର ବୁଟ୍ ସ୍ପେସ୍ ମଧ୍ୟ ଯୋଗାଇ ଦିଆଯାଇଛି । ଏପରି ପରିସ୍ଥିତିରେ Tata Punch CNG ଅନେକ ବିଷୟରେ Hyundai Exter CNG ଅପେକ୍ଷା ଭଲ ବୋଲି ପ୍ରମାଣିତ ହୋଇଛି । ହେଲେ, ଉଭୟ ଗାଡ଼ିକୁ ସେମାନଙ୍କ ସ୍ଥାନରେ ଦମଦାର୍ CNG କାର୍ ଭାବରେ ବିବେଚନା କରାଯାଏ ।