ପେଟ୍ରୋଲ ଗାଡ଼ି ନା ଇଲେକଟ୍ରିକ ଗାଡ଼ି, କେଉଁଟା ରହିବ ଆପଣଙ୍କ ପାଇଁ ସବୁଠୁ ବେଷ୍ଟ

କିଛି ଜଣ ପେଟ୍ରୋଲ ଗାଡ଼ିକୁ ପସନ୍ଦ କରନ୍ତି। ଅନେକ ଏବେ ଇଲେକଟ୍ରିକ ଗାଡ଼ିକୁ କିଣିିବାକୁ ଚାହୁଁଛନ୍ତି। ତେବେ ଆଜି ଆମେ କହିବୁ ପେଟ୍ରୋଲ ଗାଡ଼ି ନା ଇଲେକଟ୍ରିକ ଗାଡ଼ି କେଉଁଟା ଅଧିକ ଭଲ? କେଉଁଥିରୁ ଅଧିକ ଲାଭ ମିଳିବ?

ଆଜିକା ସମୟରେ ଗାଡ଼ି ଏକ ଆବଶ୍ୟକୀୟ ଯାନ ହୋଇଗଲାଣି। ସବୁ କାମ ପାଇଁ ଆମେ ଗାଡ଼ି ଉପରେ ନିର୍ଭର କରିଥାଉ। ଆଉ ନିଜ ଗାଡ଼ି ହେଲେ କାମ ଆଉ ଟିକେ ଶୀଘ୍ର ହୋଇଯାଏ। ତେଣୁ ଅନେକ ନିଜ ବଜେଟ ବାହାରକୁ ଯାଇ ମଧ୍ୟ ଗାଡ଼ି କିଣିଥାନ୍ତି। ଏବେ ତ ଇଲେକଟ୍ରିକ ଯୁଗ। ତେଣୁ ଗାଡ଼ି ବି ଇଲେକଟ୍ରିକ ବାହାରିଲାଣି। ଆଉ ଏହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ରେସ୍‌ ଲାଗୂୁଛି।

କିଛି ଜଣ ପେଟ୍ରୋଲ ଗାଡ଼ିକୁ ପସନ୍ଦ କରନ୍ତି। ଅନେକ ଏବେ ଇଲେକଟ୍ରିକ ଗାଡ଼ିକୁ କିଣିିବାକୁ ଚାହୁଁଛନ୍ତି। ତେବେ ଆଜି ଆମେ କହିବୁ ପେଟ୍ରୋଲ ଗାଡ଼ି ନା ଇଲେକଟ୍ରିକ ଗାଡ଼ି କେଉଁଟା ଅଧିକ ଭଲ? କେଉଁଥିରୁ ଅଧିକ ଲାଭ ମିଳିବ? ହୁଏତ ଏହାକୁ ନେଇ କେହି ଏତେ ସଚେତନ ନଥିବେ।

ଭାରତରେ ଇଲେକ୍ଟ୍ରିକ୍‌ କାର୍‌ କିଣିବାକୁ ଲୋକମାନେ ଅଧିକ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ସାଧାରଣ ଡିଜେଲ କାର ଓ ଇଲେକ୍ଟ୍ରିକ୍‌ କାର ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ବୋଧେ କେହି ଅଧିକ ଜାଣିନଥିବେ। ଆସନ୍ତୁ ଜାଣିବା ଟେକ୍ନିକାଲ ଭାବରେ ସାଧାରଣ ପେଟ୍ରୋଲ ଡିଜେଲ କାର ତୁଳନାରେ ଇଲେକ୍ଟ୍ରିକ୍‌ କାର କିଣିବା କେତେ ଲାଭଦାୟକ…

ଇଲେକ୍ଟ୍ରିକ୍‌ କାର ଲିଥିୟମ୍‌-ଆୟନ୍‌ ବ୍ୟାଟେରୀଚାଳିତ ହୋଇଥିବା ବେଳେ ଏହାକୁ ଚାର୍ଜର୍ କରିବା ପାଇଁ ସାମ୍ନା ବନେଟ୍‌ରେ ଚାର୍ଜିଂ ପଏଣ୍ଟ ଦିଆଯାଇଛି। କିନ୍ତୁ ସାଧାରଣ କାର୍‌ ପେଟ୍ରୋଲ୍‌ ଏବଂ ଡିଜେଲ୍‌ରେ ଚାଲିଥାଏ।

ଇଲେକ୍ଟ୍ରିକ୍‌ କାର ବ୍ୟାଟେରୀ ବିଦ୍ୟୁତ୍‌ଚାଳିତ ହୋଇଥାଏ, ଏଣୁ ପରିବେଶ ପ୍ରଦୂଷିତ ହୋଇନଥାଏ। କିନ୍ତୁ ସାଧାରଣ କାର୍‌ ତେଲ ପୋଡ଼ିବା ଦ୍ୱାରା ସୃଷ୍ଟି ହେଉଥିଲା ଉତ୍ତାପରେ ଚାଲିଥାଏ। ଫଳସ୍ୱରୂପ ପ୍ରଦୂଷଣର ମାତ୍ରା ବୃଦ୍ଧିପାଇଥାଏ।

ଇଲେକ୍ଟ୍ରିକ୍‌ କାରର ମେଣ୍ଟେନାନ୍ସ କମ୍‌ ହୋଇଥାଏ। କାରଣ ଏଥିରେ ଖୁବ୍‌ କମ୍‌ ପାର୍ଟସ୍‌ କାମ କରିଥାଏ। କିନ୍ତୁ ସାଧାରଣ କାର୍‌ରେ ଅଧିକ ପାର୍ଟସ୍‌ ରହିଥାଏ। ଫଳରେ ମେଣ୍ଟେନାନ୍ସରେ ଅଧିକ ଖର୍ଚ୍ଚ ହୋଇଥାଏ।

ଇଲେକ୍ଟ୍ରିକ୍‌ କାରର ବ୍ୟାଟେରୀ ହାଲ୍‌କା ହୋଇଥିବା ବେଳେ ସାଧାରଣ କାର୍‌ର ବ୍ୟାଟେରୀ ଭାରୀ ହୋଇଥାଏ। ଇଲେକ୍ଟ୍ରିକ୍‌ କାରରୁ କାର୍ବନ୍‌ ଉତ୍ପନ୍ନ ହୋଇନଥାଏ, କିନ୍ତୁ ସାଧାରଣ କାର୍‌ ପ୍ରଦୂଷଣର କାରକ ହୋଇଥାଏ।

ଇଲେକ୍ଟ୍ରିକ୍‌ କାର୍‌ ଥରେ ଚାର୍ଜ ହେଲେ ୩୦୦ରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା କ୍ଷମତା ରଖୁଥିବା ବେଳେ ସାଧାରଣ ଇଞ୍ଜିନ୍‌ କାର ୧୦ରୁ ୨୦ କିଲୋମିଟର ମାଇଲେଜ ଦେଇଥାଏ। ଇଲେକ୍ଟ୍ରିକ୍‌ କାର ଚାର୍ଜ ହେବାକୁ ୩ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଥିବା ବେଳେ ଫ୍ୟୁଲ୍‌ କାରରେ ତେଲ ଭରିବାକୁ ମାତ୍ର କିଛି ମିନିଟ୍‌ ଲାଗେ।

ଖର୍ଚ୍ଚ ଅନୁସାରେ ଦେଖିବାକୁ ଗଲେ ପେଟ୍ରୋଲ ଚାଳିତ କାର୍‌ ଅପେକ୍ଷା ଇଲେକ୍ଟ୍ରିକ୍‌ କାର ଖୁବ୍‌ ଶସ୍ତା ହୋଇଥାଏ। କାରଣ ଏହାର ବ୍ୟାଟେରୀ ବାରମ୍ବାର ବଦଳାଇବାକୁ ପଡ଼ିଥାଏ। କିନ୍ତୁ ସାଧାରଣ କାର୍‌ ଯେତେ ଅଧିକ ଚାଲିଥାଏ, ସେତିକି ଅଧିକ ପେଟ୍ରୋଲ ଡିଜେଲ ଖର୍ଚ୍ଚ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.