କାହିଁକି ସବୁବେଳେ କଳା ରଙ୍ଗ ହୋଇଥାଏ କାର ଟାୟାର? ଜାଣନ୍ତୁ ଏହାର କାରଣ
ଆମେ ବର୍ଷ ବର୍ଷ ଧରି ଅନେକ ଗାଡି ରାସ୍ତାରେ ଯାଉଥିବାର ଦେଖୁଛୁ । ହୁଏତ ଆପଣ ଧ୍ୟାନ ଦେଇଥିବେ ଯେ ଏହି ସମସ୍ତ ଯାନ ମଧ୍ୟରେ ଗୋଟିଏ ଜିନିଷ ଅଛି ଯାହା ସମାନ ଏବଂ ତାହା ହେଉଛି ଏହି ସମସ୍ତ ଗାଡିର ଟାୟାର ରଙ୍ଗ । ଆମେ ସବୁବେଳେ ସମସ୍ତ ଗାଡିରେ କେବଳ କଳା ରଙ୍ଗର ଟାୟାର ଲଗାଯାଇଥିବା ଦେଖିଆସିଛୁ । କିନ୍ତୁ, ଆପଣ କେବେ ଭାବିଛନ୍ତି କି ଟାୟାରର ରଙ୍ଗ ସବୁବେଳେ କଳା କାହିଁକି ହୋଇଥାଏ ଏହି ଟାୟାରର ରଙ୍ଗ ଧଳା କିମ୍ବା ସବୁଜ କାହିଁକି ନୁହେଁ, ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଛୁ ।
ଯଦି ଆମେ ଯାନର ଟାୟାର ବିଷୟରେ କଥାବାର୍ତ୍ତା କରୁ, ତେବେ ଟାୟାର ହେଉଛି ଯେକୌଣସି ଯାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କାରଣ ଯେକୌଣସି ଗାଡିରେ ଟାୟାର ହେଉଛି ଏକମାତ୍ର ଅଂଶ ଯାହା ଯାନକୁ ରାସ୍ତା ସହିତ ଯୋଗାଯୋଗ କରାଇଥାଏ । ଟାୟାର ବିନା ଗାଡି ଚଲାଇବା ଅସମ୍ଭବ ହୋଇଥାଏ । ସେଥିପାଇଁ ତ ବର୍ଷ ବର୍ଷ ଧରି ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଟାୟାରର ବ୍ୟବହାର କରାଯାଇଆସୁଛି । ୧୮୯୫ ମସିହାରେ, ନ୍ୟୁମେଟିକ ଟାୟାରଗୁଡିକ ବହୁଳ ଭାବରେ ବ୍ୟବହୃତ ହୋଇଥିଲା ।
ଏହି ଟାୟାରଗୁଡ଼ିକର ରଙ୍ଗ ଧଳା ଥିଲା, କାରଣ ଏହି ରବରର ରଙ୍ଗ କ୍ଷୀର ଧଳା ଥିଲା । ଦକ୍ଷିଣ କୋରିଆର କାର ନିର୍ମାତା କମ୍ପାନୀ କିଆର ଏକ ବ୍ଲଗ୍ ପୋଷ୍ଟରେ କୁହାଯାଇଛି ଯେ ଏହି ଧଳା ଟାୟାରଗୁଡିକର ବ୍ୟବହାର ଅଧିକ ସମୟ ପାଇଁ ଭଲ ବିବେଚନା କରାଯାଇନଥିଲା, ଯେଉଁ କାରଣରୁ ରହି ଧଳା ରଙ୍ଗର ଟାୟାର ଉତ୍ପାଦନରେ ପରିବର୍ତ୍ତନ କରାଯାଇଥିଲା । ଟାୟାରର ଜୀବନ ବଢ଼ାଇବା ଏବଂ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ପ୍ରଥମେ ଟାୟାରରେ ସୁଟ୍ ଯୋଗ କରାଯାଇଥିଲା ।
କିନ୍ତୁ କିଛି ବର୍ଷ ପରେ ଟାୟାରର ଷ୍ଟ୍ରେନ୍ଥ ବଢ଼ାଇବା ପାଇଁ ସୁଟ୍ ବଦଳରେ କାର୍ବନ ବ୍ଲାକ ବ୍ୟବହାର କରାଯାଇଥିଲା । କାର୍ବନ ବ୍ଲାକକୁ ରବର ସହିତ ମିଶାଇବା ପରେ ଟାୟାରର ରଙ୍ଗ ଅଟୋମେଟିକ ଭାବରେ କଳା ହୋଇଗଲା ଏବଂ ସେହିଦିନ ଠାରୁ ଗାଡି ଟାୟାରର କଳା ରହିଆସିଛି । କାର୍ବନ ବ୍ଲାକ୍ ଏକ ସୂକ୍ଷ୍ମ କଳା ପାଉଡର, ଯାହା ଟାୟାରକୁ ଶକ୍ତି ଯୋଗାଇଥାଏ ଏବଂ ରାସ୍ତାରେ ଗ୍ରିପ୍ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଏହା ବ୍ୟତୀତ କାର୍ବନ ବ୍ଲାକ୍ ମଧ୍ୟ ଟାୟାରରୁ ଅଧିକ ହିଟ୍ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ଟାୟାରର ଷ୍ଟିଫନେସ୍ ଏବଂ ଶକ୍ତିରେ ମଧ୍ୟ ଉନ୍ନତି ଆଣିଥାଏ । ରବରରେ କାର୍ବନ ବ୍ଲାକ୍ ନ ରହିଲେ ଟାୟାରର ପରଫରମାନ୍ସ ପ୍ରଭାବିତ ହୁଏ । ଯଦି ଟାୟାରର ରଙ୍ଗ ଧଳା ହୋଇଥାନ୍ତା ତେବେ ଗାଡିର ଟାୟାରଗୁଡିକ ଶୀଘ୍ର ଖରାପ ଦେଖାଯିବା ଆରମ୍ଭ କରିବ । ଏହା ବ୍ୟତୀତ ଟାୟାରର କଳା ରଙ୍ଗ ଟାୟାରଗୁଡ଼ିକୁ ଅଧିକ ସମୟ ପାଇଁ ନୂଆ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।