ଏହି ୫ଟି କାରଣରୁ ଶୀଘ୍ର ଖରାପ ହୁଏ ଗାଡିର ଟାୟାର, ଠିକ୍ ସମୟରେ ଚେକ୍ କରନ୍ତୁ ପ୍ରେସର
କାର୍ ଟାୟାର ଶୀଘ୍ର ନଷ୍ଟ ହେବାର ଅନେକ କାରଣ ଥାଇପାରେ । ଯଦି ଏହିଗୁଡିକୁ ଠିକ୍ ସମୟରେ କାର୍ଯ୍ୟ କରାନଯାଏ, ତେବେ ଏହା ଅସୁବିଧାରେ ପକାଇବ ଅର୍ଥାତ୍ ଏକ ଟଙ୍କା ଯାଗାରେ ୫ ଟଙ୍କା ଦବାକୁ ପଡିଥାଏ । ତେବେ ୫ଟି ମୁଖ୍ୟ କାରଣ ରହିଛି ଯାହା ଶୀଘ୍ର ଟାୟାର ଘସି ହୋଇ ନଷ୍ଟ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
୧. ଭୁଲ୍ ଟାୟାର ପ୍ରେସର : ଯଦି ଆପଣଙ୍କ ଟାୟାରରେ ସଠିକ୍ ପରିମାଣରେ ପ୍ରେସର ନାହିଁ ତେବେ ଏହା ଘସି ହୋଇ ନଷ୍ଟ ହୋଇଯିବ । କମ୍ ପ୍ରେସର ଥିବା କାରଣରୁ ଟାୟାରର ଧାରଗୁଡିକ ଶୀଘ୍ର ଖରାପ ହୋଇଯାଏ । ଏଥିପ୍ରତି ଆପଣ ସଚେତନ ରହିବା ନିହାତି ଆବଶ୍ୟକ ଏବଂ ପ୍ରତ୍ୟେକ ସମୟରେ ଗାଡିର ପ୍ରେସର ଚେକ୍ କରନ୍ତୁ ।
୨. ଅସମାନ ଆଲାଇନ୍ମେଣ୍ଟ ଏବଂ ବାଲାନ୍ସିଂ ;
ଯଦି ଗାଡିର ଚକ ଠିକ୍ ଭାବରେ ନଲାଗିଥାଏ, ତେବେ ଅଧିକ ଘସି ହୋଇ ନଷ୍ଟ ହେବାର ସମ୍ଭାବନା ରହିଛି । ଏହା ସହ ଯଦି ଚକ ଠିକ୍ ଭାବରେ ନଲାଗିଥାଏ ତେବେ ଟାୟାର ଏବଂ ସସପେନ୍ସନ୍ ମଧ୍ୟ ଖରାପ ହେବାକୁ ଲାଗିବ । ପ୍ରତି ୫,୦୦୦ ରୁ ୧୦,୦୦୦ କିଲୋମିଟରରେ ଆଲାଇନ୍ମେଣ୍ଟ ଏବଂ ବାଲାନ୍ସ କରିବେ ।
୩. ହଟାତ୍ ବ୍ରେକ୍ ଲଗାଇବା ଏବଂ ସ୍ପିଡ୍ ଡ୍ରାଇଭ୍ କରିବା :
ବାରମ୍ବାର ହାର୍ଡ ବ୍ରେକିଙ୍ଗ ଏବଂ ଅଧିକ ସ୍ପିଡ୍ ଡ୍ରାଇଭ୍ କରିବା ଫଳରେ ଗାଡିର ହୁଇଲ ନଷ୍ଟ ହୋଇଯିବ । ସବୁ ସମୟରେ ସ୍ପିଡ୍ ଗାଡି ଚଲାଇବା ଏବଂ ହଠାତ୍ ବ୍ରେକ ମାରିବା ଅଭ୍ୟାସ୍ ଖରାପ ହୋଇଥାଏ । ଆପଣଙ୍କୁ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।
୪. ଖରାପ ରାସ୍ତା ଏବଂ ଓଭର ଲୋଡିଂ :
ଯଦି ଗାଡିକୁ ଆପଣ ଖରାପ ରାସ୍ତାରେ ଚଲାଇବେ ଏବଂ ଗାଡିରେ ଲୋଡ୍ ଅଧିକ ରଖିବେ ତେବେ ହୁଇଲି ଶୀଘ୍ର ନଷ୍ଟ ହେବ । ତେବେ ଆପଣ ଯଦି ଗାଡି ଚଲାଉଛନ୍ତି ତାହାଲେ ହାଇ ରୋଡରେ କିମ୍ବା ଭଲ ରୋଡରେ ଚଲାନ୍ତୁ, ଯାହା ଦ୍ୱାରା ଗାଡିର ହୁଇଲ୍ ନଷ୍ଟ ହେବ ନାହିଁ ।
୫. ଲୋ ଟାୟାର ବ୍ୟବହାର :
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣ ଗାଡିରେ ଲୋ ଟାୟାର ବ୍ୟବହାର କରୁଛନ୍ତି ତେବେ ଏହା ବହୁତ ଶୀଘ୍ର ନଷ୍ଟ ହୋଇଯିବ । ଆପଣଙ୍କୁ ମନେ ରଖିବା ଉଚିତ୍ ଯେତବେଳେ ଆପଣ ଗାଡିରେ ଟାୟାର ଲଗାଉଛନ୍ତି ତେବେ ଭଲ ବ୍ରାଣ୍ଡର ଟାୟାର ଲଗାନ୍ତୁ । ଯାହା ସାହାଯ୍ୟରେ ଗାଡିର ଟାୟାର ଭଲ ରହିବ ।
ଯଦି ଆପଣ ନିଜ ଗାଡିକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗାଡିର ପ୍ରେସର ଚେକ୍ କରନ୍ତୁ ଏବଂ ଖରାପ ଟାୟାର ବଦଳରେ ବ୍ରାଣ୍ଡ ଟାୟାର ଲଗାନ୍ତୁ ଦେଖିବେ ଆପଣଙ୍କ ଗାଡିର ଟାୟାର ଖରାପ ହେବ ନାହିଁ ଏବଂ ଆପଣ ଡ୍ରାଇଭ କରିବା ସମୟରେ ଆରାମ ଅନୁଭବ ମଧ୍ୟ କରିବେ ।