ଆପଣଙ୍କ ବାର୍ଷିକ ଆୟ ଯଦି ୯ ଲକ୍ଷ ତେବେ ପୁରୁଣା ଟ୍ୟାକ୍ସ ସ୍ଲାବରେ ଆପଙ୍କୁ ହେବ ଟ୍ୟାକ୍ସ ଫ୍ରି, ଜାଣନ୍ତୁ ପୂରା ଗଣିତ

ନୂୂଆ ଟ୍ୟାକ୍ସ ରିଜିମକୁ ଘୋଷଣା କରିବା ପରେ ଲୋକଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ । ଫେବୃୟାରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ଅଧିବେସନରେ ନୂଆ ଟିକସ ବ୍ୟବସ୍ଥାକୁ ଘୋଷଣା କରିବା ପରେ ଏବେ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ । ଯଦି ଆପଣ ବି ଏହି ବଜେଟରେ ଘୋଷଣା ହୋଇଥିବା ଟ୍ୟାକ୍ସକୁ ନେଇ ଅନେକ ଦ୍ୱନ୍ଦରେ ଅଛନ୍ତି ତାହେଲେ ଆଜି ଆମେ ଆପଣଙ୍କର ଦ୍ୱର କରିବାକୁ ଏହି ଭିଡିଓ ଆଣିଛୁ ।

ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଆକର୍ଷକ କରିବା ଉଦ୍ଧେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟରେ ପୁରୁଣା ଟ୍ୟାକ୍ସ ରିଜିମକୁ ବଜାୟ ରଖିବା ପାଇଁ ଅନେକ ପରିବର୍ତ୍ତନର ଘୋଷଣା କରିଛନ୍ତି । ଯଦିଓ ବ୍ୟାଙ୍କ ଅଫ୍‌ ଦ ଏନଭଲପ କାଲକୁଲେସନ ଅନୁସାରେ ନୂଆ ଟ୍ୟାକ୍ସ ରିଜିମ ମୁକାବିଲାରେ ପୁରୁଣା ଟ୍ୟାକ୍ସ ରିଜିମ୍‌ ଅନୁଯାୟୀ ଜଣେ ଟ୍ୟାକ୍ସପେୟର ଅଧିକ ଟିକସ ରିହାତି ଏବଂ ଡିଡକସନର ଲାଭ ଉଠାଇପାରିବେ ।

କେମିତି ଲାଭ ପାଇବେ ଜାଣନ୍ତୁ?

ଧରିନିଆଯାଉ ଆପଣଙ୍କ ବାର୍ଷିକ ଆୟ ୯ ଲକ୍ଷ ଟଙ୍କା ଏବଂ ଆପଣ ଓଲଡ୍‌ ଟ୍ୟାକ୍ସ ରିଜିମକୁ ବାଛୁଛନ୍ତି । ତାହେଲେ ଏମିତିରେ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକସନ ଏବଂ ୮୦ସି ଆଧାରରେ ମିଳୁଥିବା ୧.୫ ଲକ୍ଷ ଟଙ୍କାର ଡିଡକସନର ଲାଭ ଉଠାଇପାରିବେ । କିନ୍ତୁ ଯଦି ଆପଣ ନୂଆ ଟ୍ୟାକ୍ସ ରିଜିମ ଆଧାରରେ ଟ୍ୟାକ୍ସ ଭରିବାକୁ ଚାହିଁବେ ତାହେଲେ ଆପଣଙ୍କ ପାଇଁ ଏହା ୪୫,୦୦୦ ଟଙ୍କା ହେବ । କିନ୍ତୁ ଆପଣ କୌଣସି ବି ପ୍ରକାରର ଡିଡକସନର ଲାଭ ଉଠାଇପାରିବେନାହିଁ ।

ଯଦିଓ କୌଣସି ପୁରୁଣା ରିଜିମ ଆଧିନରେ ଉପଲବ୍ଧ ଅଥିକ ଟ୍ୟାକ୍ସ ଡିଡକସନର ଲାଭ ଉଠାନ୍ତି, ଯେମିତିକି ୮୦ଡି (୨୫,୦୦୦ ଟଙ୍କା ପର୍ଯ୍ୟନ୍ତର ସ୍ୱାସ୍ଥ୍ୟ ବିମା) ଏବଂ ଧାରା ୨୪ବି ଆଧାରରେ ହୋମ୍‌ ଲୋନରେ (୨,୦୦,୦୦୦ ଟଙ୍କାର ରିହାତି) ଏବଂ ଏନପିଏସ ଆଧାରରେ ୫୦,୦୦୦ ଟଙ୍କା, ତାହେଲେ ଆପଣଙ୍କ ଇନକମ୍‌ ଟ୍ୟାକ୍ସ ଦେୟ ଶୂନ ହୋଇଯିବ ।

କାଲକୁକେସନକୁ ବୁଝିବା

ବାର୍ଷିକ ଆୟ – ୯,୦୦,୦୦୦-୮୦ସି ଆଧାରରେ ୧,୫୦,୦୦୦ = ଯାହାପରେ ହୋଇଗଲା ୭,୫୦,୦୦୦
ଟ୍ୟାକ୍ସେବଲ ରାଶି – ୭,୫୦,୦୦୦-୨,୦୦,୦୦୦ (ଯେଉଁଟା ଆପଣଙ୍କର ହୋମ ଲୋନ୍‌ ସୁଧ) =ଯାହାପରେ ହୋଇଗଲା ୫,୫୦,୦୦୦
ଟ୍ୟାକ୍ସେବଲ ରାଶି – ୫,୫୦,୦୦୦-୫୦,୦୦୦ (ଏନପିଏସ) = ଯାହାପରେ ହେଲା ୫,୦୦,୦୦୦
୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତର ଆୟ ପୁରୁଣା ଟ୍ୟାକ୍ସ ରିଜିମରେ ଟ୍ୟାକ୍ସ ଫ୍ରି ରହିବ । ଏହାସହିତ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକସନର ମଧ୍ୟ ଲାଭ ଉଠାଇପାରିବେ ।

ଏବେ ଆସନ୍ତୁ ଜାଣିବା କେମିତି ୯ ଲକ୍ଷ ଟଙ୍କା ଆୟରେ ୪୫ହଜାର ଟ୍ୟାକ୍ସ

ନୂଆ ଟ୍ୟାକ୍ସ ବ୍ୟବସ୍ଥା ଅନୁଯାୟୀ ଟିକସ ଛାଡ ସୀମା ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କା କରିଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଅନୁଯାୟୀ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟରେ ଟ୍ୟାକ୍ସ ଦେୟ ଦେବାକୁ ପଡିବନି । କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୯ ଲକ୍ଷ ଟଙ୍କା ଏବଂ ଆପଣ ନୂଆ ଟ୍ୟାକ୍ସ ରିଜିମକୁ ବାଛୁଛନ୍ତି, ତାହେଲେ ଆପଣଙ୍କୁ ଟ୍ୟାକ୍ସ ରୂପେ ୪୫,୦୦୦ ଟଙ୍କା ଦେବାକୁ ହେବ ।

ନୂଆ ଟ୍ୟାକ୍ସ ରିଜିମରେ କେମିତି ଲାଗିବ ଟ୍ୟାକ୍ସ?

ଯଦି ଆପଣ ଇନକମ୍‌ ବର୍ଷକୁ ୯ ଲକ୍ଷ ଟଙ୍କା, ତାହେଲେ ନୂଆ ରିଜିମ ଆଧାରରେ ଏଥିରେ ୩,୦୦,୦୦୦ ଟଙ୍କା ରାଶି ଟ୍ୟାକ୍ସ ଫ୍ରି ହୋଇଯିବ । ଏବେ ବଳକା ୬ ଲକ୍ଷ ଟଙ୍କା ରାଶି ଟ୍ୟାକ୍ସ ଲାଗିବ । ଏହି ଛଅ ଲକ୍ଷ ଟଙ୍କାର ରାଶି ଦୁଇଟି ସ୍ଲାବ୍‌ ଅର୍ଥାତ୍‌ ୫ % ଏବଂ ୧୦% ଟ୍ୟାକ୍ସ ଅଧିନରେ ଆସିବ ।

୩,୦୦,୦୦୦ରେ ୫% = ୧୫,୦୦୦, ଏହାପରେ ଦ୍ୱିତୀୟ ତିନି ଲକ୍ଷରେ ୧୦% = ୩୦,୦୦୦। ଏହିପରି ଭାବେ ଆପଣଙ୍କୁ ନୂଆ ଟ୍ୟାକ୍ସ ରିଜିମ ଅଧାରରେ ୧୫ହଜାର+୩୦ ହଜାର = ୪୫ହଜାର ଟଙ୍କା ଦେବାକୁ ହେବ । କିନ୍ତୁ ଯଦି ଆପଣ ପୁରୁଣା ରିଜିମକୁ ଚୟନ କରନ୍ତି, ତାହେଲେ ଆପଣଙ୍କ ୯ ଲକ୍ଷ ଟଙ୍କାର ବାର୍ଷିକ ଆୟରେ ଟ୍ୟାକ୍ସ ଫ୍ରି ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.