FIR ସତ୍ତ୍ୱେ ଚୋରି ହୋଇଥିବା ଫୋନ ପୁଣି ଥରେ ମିଳିନଥାଏ କାହିଁକି, ଜାଣନ୍ତୁ

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍ କରିବାକୁ ଚାହିଁଲେ ମଧ୍ୟ ତାହାକୁ ପାଇପାରି ନଥାନ୍ତି। କାରଣ ଏହା ପଛରେ ରହିଥାଏ ମୋବାଇଲ ହାକର୍ସ ମାନଙ୍କର ହାତ।

ହାକର୍ସ ମୋବାଇଲରେ ଏପରି କିଛି ପରିବର୍ତ୍ତନ କରିଥାନ୍ତି ଯାହାପରେ ତାହାକୂ ଚୋର ବଜାରରେ ଆରାମରେ ବିକ୍ରି କରାଯାଇଥାଏ। ଏହା ଦ୍ବରା କାହାକୁ ମଧ୍ୟ ଏହି ବିଷୟରେ ଜଣାପଡ଼ିନଥାଏ। ତେବେ ଆଜି ଆମେ ଆପଣଙ୍କୁ ହାକର୍ସଙ୍କ ଦ୍ବରା କରାଯାଇଥିବା ସେହି ଜିନିଷ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ପୋଲିସ କାହିଁକି ସ୍ମାର୍ଟଫୋନ ଟ୍ରାକ କରିପାରନ୍ତି ନାହିଁ।

ଯେତେବେଳେ ମୋବାଇଲ ଚୋରି ହୋଇଥାଏ ସେତେବେଳେ ତୁରନ୍ତ ହ୍ଯାକର୍ସ ବା ଚୋର ତୁରନ୍ତ ସେହି ମୋବାଇଲର ଇଣ୍ଟରନ୍ଯାସନାଲ ଇକ୍ବିପମେଣ୍ଟ ଆଇନେଣ୍ଟିଟି (IMEI) ନମ୍ବରକୁ ବଦଳି ଦେଇଥାନ୍ତି। ଏଥିପାଇଁ ତାଙ୍କୁ ବହୁତ କମ ସମୟ ଲାଗିଥାଏ। ଏହି କାରଣରୁ ଆପଣଙ୍କ ଚୋରି ହୋଇଥିବା ସ୍କାର୍ଟଫୋନ ଖୁବ କମ ସମୟରେ ସେକେଣ୍ଡହ୍ଯାଣ୍ଡ ମୋବାଇଲରେ ପରିବର୍ତ୍ତନ ହୋଇଯାଇଥାଏ।

ମୋବାଇଲକୁ ଯେଉଁ ରୁପରେ ମଧ୍ୟ ହ୍ଯାକ କରି ତାହାର ସମସ୍ତ ଡ଼ାଟା ବାହାର କରିପାରନ୍ତି ହ୍ଯାକର୍ସ। IMEI ନମ୍ବର ବଦଳିବା ବହୁତ ସହଜ ଏବଂ ଶସ୍ତାରେ ହୋଇଯାଇଥାଏ। ଏଥିପାଇଁ ଅନେକ ପ୍ରକାରର ସପ୍ଟଓୟାର ମଧ୍ୟ ଉପଲବ୍ଧ ଅଛି। ମୋବାଇଲ ଚୋରି ପରେ ପ୍ରଥମେ ହ୍ଯାକର୍ସ ମୋବାଇଲର ପ୍ଯାଟର୍ଣ୍ଣ ଲକ ଖୋଲିବା ସହ ପ୍ଲଶର, ଅକ୍ଟୋପ୍ଲସ, ବାଲକୋନି ଆଦି ସପ୍ଟଓୟାର ଜରିଆରେ ତାହାର IMEI ନମ୍ବର ବଦଳିଦେଇଥାନ୍ତି। ଚୋରି ମୋବାଇଲକୁ ପୋଲିସ ସାଧାରଣତଃ IMEI ନମ୍ବର ଦ୍ବାରା ହିଁ ଖୋଜିଥାନ୍ତି କିନ୍ତୁ ଯେହେତୁ ଏହା ବଦଳିଯାଇଥାଏ ତାହା ମିଳିବା ଅସମ୍ଭପର ହୋଇଥାଏ ।

ଚୋରି ହେଉଥିବା ମୋବାଇଲର IMEI ନମ୍ବର ବଦଳିବାକୁ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ ହୁଏ। ତେବେ ହାକର୍ସଙ୍କୁ କ୍ବାଲକମ ପ୍ନାପଡ଼୍ରାଗନ ପ୍ରୋସେସର ମୋବାଇଲକୁ ହ୍ଯାକ୍ କରିବାକୁ ଟିକେ କଷ୍ଟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.