ଡାଟା ପାଇଁ ଆଉ ଗଣିବାକୁ ପଡ଼ିବନି ଅଧିକ ଟଙ୍କା, ମାତ୍ର ୧ ଟଙ୍କାରେ ମିଳିବ ୧ ଜିବି ଡାଟା

ସାଧାରଣତଃ ରିଲାଏନ୍ସ ଜିଓକୁ ଶସ୍ତା ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଜଣାଯାଇଥାଏ । କିନ୍ତୁ ଏବେ ଆଉ ଏକ କମ୍ପାନୀ ବଜାରକୁ ନିଜର ଏକ ଧମାକା ଦ୍ୱାରା ଅଫର ଲଂଚ କରିଛି । ବେଙ୍ଗାଲୁରୁରେ ଅବସ୍ଥିତ ଏହି କମ୍ପାନୀ ଏବେ ମାତ୍ର ଏକ ଟଙ୍କାରେ ଏକ ଜିବି ଡାଟା ଯୋଗାଇବା ନେଇ ସ୍ଥିର କରିଛି । ଇଣ୍ଟରନେଟ ସେବାରେ ନୂଆ ପରିବର୍ତ୍ତନ ଆଣିବାକୁ ଯାଉଥିବା ଏହି କମ୍ପାନୀର ନାଁ ହେଉଛି Wifi Dabba । ସୂଚନା ଅନୁଯାୟୀ ଏହି କମ୍ପାନୀ ୨୦୧୭ ମସିହାରୁ ହିଁ ସେବା ଯୋଗାଇ ଆସୁଛି । ଆସନ୍ତୁ ଜାଣିବା ଏହି ପ୍ଲାନ ଗୁଡିକ ବିଷୟରେ:
ଏକ ରିପୋର୍ଟ ଅନୁଯାୟୀ ରେ ଏବେ ମାତ୍ର ଗୋଟିଏ ଟଙ୍କାରେ ଏକ ଜିବି ଡାଟା ମିଳିପାରିବ ।

wifi dabba

ପ୍ରଥମେ କମ୍ପାନୀ ୨୦ ଟଙ୍କାରେ ଏକ ଜିବିର ଡାଟା ଦେଉଥିବା ବେଳେ । ଏବେ କିନ୍ତୁ କମ୍ପାନୀ ପାଖରେ ସମୁଦାୟ ୩ଟି ପ୍ଲାନ ରହିଛି । ଏହି ପ୍ଲାନ ଗୁଡିକର ବୈଧତା ୨୪ ଘଣ୍ଟା ରହିବ । କିନ୍ତୁ କମ୍ପାନୀର ନୂଆ ଡାଟା ପ୍ଲାନରେ ଗ୍ରାହକଙ୍କୁ ମାତ୍ର ଏକ ଟଙ୍କାରେ ଏକ ଜିବି ଡାଟା ସୁବିଧା ମିଳିପାରିବ । ବିଭିନ୍ନ ଛୋଟ ଛୋଟ ଦୋକାନ ଯେମିତିକି ଚାହା ଦୋକାନ, ଛୋଟ ଜଳଖିଆ ଦୋକାନରେ କମ୍ପାନୀ ନିଜ ୱାଇଫାଇ ରାଓଟରକୁ ଇଂସ୍ଟଲ କରାଇଛି । ନିଜର ଏହି କନସେପ୍ଟକୁ କମ୍ପାନୀ ସୁପରନୋର୍ଡ୍ସର ନାମ ଦେଇଛି । ଏହା ଦ୍ୱାରା ୨୦ କିଲୋମିଟର ଯାଏଁ ୧୦୦ ଜିବି ପ୍ରତି ସେକେଣ୍ଡ ହିସାବରେ ଇଣ୍ଟରନେଟ ସୁବିଧା ମିଳିପାରିବ ।

wifi new

କମ୍ପାନୀ ନିଜ ରାଓଟର ପାଇଁ Dabba ନାଁ ରଖିଛି । ଖୁବ ଶୀଘ୍ର କମ୍ପାନୀ ନିଜ ଏହି ସୁବିଧା ଆପାର୍ଟମେଣ୍ଟ ଓ ସୋସାଇଟି ଗୁଡିକରେ ଲାଗୁ କରିବା ନେଇ ଯୋଜନା କରୁଛି । ପ୍ରକୃତରେ ଇଣ୍ଟରନେଟ ସେବା ପାଇଁ କୌଣସି କେବଲ ବିଛାଯାଇ ନାହିଁ । କମ୍ପାନୀକୁ କେବଳ ରାଓଟର ପାଇଁ ହିଁ ଯାହା ଖର୍ଚ କରିବାକୁ ପଡୁଛି । ତେଣୁ ହିଁ କମ୍ପାନୀ ତରଫରୁ ଏତେ ଶସ୍ତାରେ ଡାଟା ସୁବିଧା ଯୋଗାଯାଇ ପାରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.