ଏପ୍ରିଲରୁ ବଢ଼ିପାରେ ଏହି କାରର ମୂଲ୍ୟ, ଜାଣନ୍ତୁ କେତେ ହେବ ଅଧିକ

ନୂଆଦିଲ୍ଲୀ : ଭାରତର କାର ବିକ୍ରି କମ୍ପାନୀ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଆସନ୍ତା ଏପ୍ରିଲରୁ ଏହାର କାର ମାନଙ୍କର ମୂଲ୍ୟ ବଢ଼ାଇବାକୁ ଯାଉଛି ।ଏନେଇ କମ୍ପାନୀ ଆଧିକାରୀକ ଘୋଷଣା କରିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଜାାନୁଆରୀ ମାସରେ ବିଭିନ୍ନ କାର କମ୍ପାନୀ ଯଥା ମାରୁତି ସୁଜୁକୀ, ହୁଣ୍ଡାଇ, ଟାଟା ମୋଟର୍ସ, ଫୋର୍ଡ, ରେନୋଲ୍ଟ, ନିସାନ୍, ଟୋୟଟା ଏବଂ ବିଏମଡବ୍ୟୁ ତାହାର ବିଭିନ୍ନ ମଡେଲ ଗୁଡିକର ମୂଲ୍ୟ ବଢ଼ାଇଥିଲେ।
ମହିନ୍ଦ୍ରା ଏବଂ ମହିନ୍ଦ୍ରା କମ୍ପାନୀ ତରଫରୁ ମିଳିଥିବା ସୂଚନା ମୁତାବକ, କମ୍ପାନୀର କିଛି ନିର୍ଦ୍ଦିଷ୍ଟ ମଡେଲ ଗୁଡିକରେ ୫୦୦୦ ରୁ ୭୩୦୦୦ ଟଙ୍କା ପର୍ୟ୍ୟନ୍ତ ମୁଲ୍ୟ ବଢ଼ିବାର ସମ୍ଭାବନା ରହିଛି। ତେବେ ମହିନ୍ଦ୍ରାର ଏହି ନିଷ୍ପତ୍ତି ପରେ ଅନ୍ୟନ୍ୟ କମ୍ପାନି ତାଙ୍କ କାରର ମୂଲ୍ୟ ବଢ଼ାଇ ପାରନ୍ତି ବୋଲି କୁହାଯାଉଛି।