ବିଶ୍ୱରେ କରାଳ ରୂପ ନେଉଛି କିଲର ଭାଇରସ କରୋନା। ଏହି ଅଦୃଶ୍ୟ ଶତୃ ଲୋକଙ୍କ ଜୀବନ ଜୀବିକା ଉପରେ କେବଳ ପ୍ରଭାବ ପକାଉନି ଲୋକଙ୍କ ଲାଇଫଷ୍ଟାଇଲ ହିଁ ପୂରା ପରିବର୍ତ୍ତନ କରିଦେଇଛି। ତେବେ ଏହି ସମୟରେ ଦର୍ଶକବନ୍ଧୁ ଦିନମଜୁରିଆ ତ ଯାହା କଷ୍ଟ ପାଉଛନ୍ତି ଏମାନଙ୍କ ସହ ମଧ୍ୟମବର୍ଗର ଲୋକମାନେ ମଧ୍ୟ ବହୁତ ଆର୍ଥିକ ସଂକଟକୁ ସାମ୍ନା କରୁଛନ୍ତି। ତେବେ ଏହାରି ଭିତରେ ଥରେ ଭାବନ୍ତୁ ତ ଯଦି ଆପଣଙ୍କୁ ଏହି ସମୟରେ ହଠାତ ଟଙ୍କାର ଆବଶ୍ୟକ ପଡିବ ତେବେ ଆପଣ କଣ କରିବେ। ବ୍ୟସ୍ତ ହୁଅନ୍ତୁନାହିଁ ଆପଣ ଆପଣଙ୍କ ଇପିଏଫ ଖାତାରୁ ଟଙ୍କା ଉଠାଇପାରିବେ। ଆପଣ ନିଜ ଜମା ଟଙ୍କାର ୭୫ ପ୍ରତିଶତ ଟଙ୍କା ଉଠାଇପାରିବେ। ଆଉ ଏଥିପାଇଁ ଆପଣଙ୍କୁ କୌଣସି ଅଫିସର ଚକ୍କର କାଟିବାକୁ ପଡିବନି ବରଂ ଘରେ ବସି ହିଁ ଅନଲାଇନରେ ଟଙ୍କା ଉଠାଇପାରିବେ। ତାହା ପୁଣି ମାତ୍ର ୭୨ ଘଣ୍ଟା ଭିତରେ। ତାହାଲେ ଆସନ୍ତୁ ଜାଣିବା ଆପଣ ଇପିଏଫ ଟଙ୍କା ଉଠାଇବା ପାଇଁ କେମିତି କରିବେ ଆବେଦନ।
-ଆପଣ ସର୍ବପ୍ରଥମେ ଇପିଏଫସର ଅଫିସିଆଲ ୱେବସାଇଟ https://unifiedportal-mem.epfindia.gov.in/memberinterface/କୁ ଯାଇ ଲଗଇନ କରନ୍ତୁ।
-ୱେବସାଇଟ ଖୋଲିବା ପରେ ଏହାର ଡାହାଣ ପାର୍ଶ୍ୱରେ ନଜର ଆସୁଥିବା ୟୁଏଏନ ନମ୍ବର, ପାସଓ୍ଵାର୍ଡ ଏବଂ କାପଚା ଭରନ୍ତୁ। ଏହାପରେ ସାଇନ ଇନ ଉପରେ କ୍ଲିକ କରନ୍ତୁ।
-ଏତିକି କରିବା ପରେ ଏକ ପେଜ୍ ଖୋଲିବ, ଏଥିରେ ଆପଣ ପେଜର ବାମ ପାର୍ଶ୍ୱରେ ନଜର ଆସୁଥିବା କର୍ମଚାରୀ ପ୍ରୋଫାଇଲ ଦେଖିପାରିବେ। ଏହାପରେ ଆପଣ ମ୍ୟାନେଜ ଟ୍ୟାବ୍ ଉପରେ କ୍ଲିକ କରନ୍ତୁ। ଏଥିସହିତ ଡ୍ରପଡାଉନ ମେନ୍ୟୁରୁ କେଓ୍ଵାସି ଚୟନ କରନ୍ତୁ।
– ଏହାପରେ ଆପଣଙ୍କୁ ଅନଲାଇନ ସର୍ଭିସକୁ ଯାଇ କ୍ଲେମ ଉପରେ କ୍ଲିକ କରନ୍ତୁ ଏବଂ ଡ୍ରପ ଡାଉନ ତାଲିକାରୁ (ଫର୍ମ-୩୧,୧୯,୧୦ସି ଏବଂ୧୦ଡି)କୁ ଚୟନ କରନ୍ତୁ।
– ଏଠାରେ ଆପଣ ମେମ୍ବରର ଡିଟେଲସ୍ ଯଥା ନାମ, ଜନ୍ମ ତାରିଖ ଏବଂ ଆଧାର ନମ୍ବରର ୪ ଅଙ୍କ ସଂଖ୍ୟା ଦିଅନ୍ତୁ। ଏବେ ଭେରିଫାଇ କରିବା ପାଇଁ ହଁ ଅପସନରେ ନିଜ ବ୍ୟାଙ୍କ ଖାତାର ଶେଷ ୪ଟି ନମ୍ବର ଭରନ୍ତୁ।
– ଏହାପରେ ପ୍ରସିଡ ଫର ଅନଲାଇନ କ୍ଲେମ ଉପରେ କ୍ଲିକ କରନ୍ତୁ।
– ଏହାପରେ ଆପଣ ଡ୍ରପ ଡାଉନରୁ ଫର୍ମ ନମ୍ବର ୩୧ ଚୟନ କରନ୍ତୁ।
– ଏବେ ଆପଣ ଡ୍ରପ ଡାଉନରୁ ‘ଆଉଟବ୍ରେକ ଅଫ ପାଣ୍ଡାମିକ’କୁ ସିଲେକ୍ଟ କରନ୍ତୁ।
– ଏହାପରେ ଆପଣ ଆମାଉଣ୍ଟ ଭରନ୍ତୁ। ଏବେ ଆପଣ ସ୍କାନ କପି ଚେକ କରି ଆଡ୍ରେସ ଏଣ୍ଟର କରନ୍ତୁ।
– ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଏକ ଓଟିପି ଯିବ।
– ଏହି ଓଟିପିକୁ ଆପଣ ସବମିଟ କରିବା ପରେ କ୍ଲେମ ରିକ୍ୱେଷ୍ଟକୁ ସବମିଟ୍ କରନ୍ତୁ। ଏହାପରେ ଭେରିଫାଏ ପରେ ଆପଣଙ୍କ ଆମାଉଣ୍ଟ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଯିବ।